ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵର ଜିଲ୍ଲା ଡମ୍ପର ମାଲିକ ମହାସଂଘର ପ୍ରଥମ ବୈଠକ ଅନୁଷ୍ଠିତ

ବାଲେଶ୍ବର,୧୩/୧୦/୨୨- ବାଲେଶ୍ଵର ଜିଲ୍ଲା ଡମ୍ପର ମାଲିକ ମହାସଙ୍ଘ ପକ୍ଷରୁ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ବିଭିନ୍ନ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକରେ ପରିବହନ ଜନିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିରେ ନୀଳଗିରି ବିଜେଡି ନେତା, ୧୩ନଂ ଜୋନ୍ ଜିଲ୍ଲା ପରିଷଦର ସଦସ୍ୟ ଗତିକୃଷ୍ଣ ନନ୍ଦ ଏବଂ ଜିଲ୍ଲା ଡମ୍ପର ମାଲିକ ମହାସଙ୍ଘର ସଭାପତି, ଶ୍ରୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ଉପସଭାପତି ଶିଶିର କୁମାର ରାଉତ, ସମ୍ପାଦକ ପ୍ରଣବ ଦେବ ଗୋସ୍ୱାମୀ, କୋଷାଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ତଥା ରବିନ୍ଦ୍ର ଜେନା, ସୁଧାସିନ୍ଦୁ ପଣ୍ଡାଙ୍କ ସମେତ ବହୁ ଡମ୍ପର ମାଲିକ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷ ରୋପଣ

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ହୃଦୟ

ନକଲି ମଦ ଜବତ , ୨ ଗିରଫ

Sunil Chandra Nayak

Leave a Comment

error: Content is protected !!