ବାଲେଶ୍ବର,୧୩/୧୦/୨୨- ବାଲେଶ୍ଵର ଜିଲ୍ଲା ଡମ୍ପର ମାଲିକ ମହାସଙ୍ଘ ପକ୍ଷରୁ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ବିଭିନ୍ନ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିବହନ ଜନିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିରେ ନୀଳଗିରି ବିଜେଡି ନେତା, ୧୩ନଂ ଜୋନ୍ ଜିଲ୍ଲା ପରିଷଦର ସଦସ୍ୟ ଗତିକୃଷ୍ଣ ନନ୍ଦ ଏବଂ ଜିଲ୍ଲା ଡମ୍ପର ମାଲିକ ମହାସଙ୍ଘର ସଭାପତି, ଶ୍ରୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ଉପସଭାପତି ଶିଶିର କୁମାର ରାଉତ, ସମ୍ପାଦକ ପ୍ରଣବ ଦେବ ଗୋସ୍ୱାମୀ, କୋଷାଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ତଥା ରବିନ୍ଦ୍ର ଜେନା, ସୁଧାସିନ୍ଦୁ ପଣ୍ଡାଙ୍କ ସମେତ ବହୁ ଡମ୍ପର ମାଲିକ ମାନେ ଉପସ୍ଥିତ ଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ