ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମାଟି ମଟାଳର ମଣିଷ

 ମାଟି ମଟାଳର ମଣିଷ

ସଳିଳ -ଅନଳ – ଅନିଳ ସହିତେ 
    ମିଶି ଅଚଳା – ଆକାଶ
ଏଇ ପଞ୍ଚଭୁତେ ଗଢା଼ ହୋଇଥାଏ 
     ମାଟି ମଟାଳ ମଣିଷ |(୧)
ସତ୍ୟ-ଧର୍ମ-ପ୍ରେମ ଦୟା- କ୍ଷମା- ଧର୍ମ 
    ଏତେ ଥିଲେ ନର ଶ୍ରେଷ୍ଠ
ଷଡ଼ରୁପୁ ଯେବେ ତା ମନରେ ପଶେ
    ସୁଗୁଣକୁ କରେ ନଷ୍ଟ |(୨)
ଯଶ-ଅପଯଶ ଲଭଇ ମଣିଷ 
     ମାଟି- ମଟାଳ ତା’ ବକ୍ଷ 
କୁମ୍ଭାର-କୃଷକ କିରାଣୀ-ଶିକ୍ଷକ
   ଶ୍ରମରେ ହୁଅଇ ଦକ୍ଷ |(୩)
 ମାଟି ଜାତ ହୋଇ ଆକାଶ ଛୁଅଁଇ
       କରମ ବଳରେ ନର
ସୁବୁଦ୍ଧି-ବିବେକ ହୋଇଲେ ଉଦ୍ରେକ
     ଜିତଇ ସାର ସଂସାର |(୪)
ମାଟିରେ ଜନମୀ ମାଟିଜାତ ଭୁଞ୍ଜି
     ମାଟିରେ କରଇ ବାସ 
ମାଟି- ମଟାଳର ଶରୀରେ ମଣିଷ
   ମାଟିରେ ହୁଅଇ ଶେଷ |(୫)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର

ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି :- ମଣ୍ଡଳ(ବଲାଙ୍ଗୀର)

Related posts

ସର୍ବ ସାଧାରଣ ଙ୍କ ପାଇଁ ଆଜି ଠାରୁ ଖୋଲିଲା ଏନଏସି ଲାଇବ୍ରେରୀ ଓ ପାଠାଗାର

Sunil Chandra Nayak

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

କନ୍ଧମାଳ ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟୀତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!