ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ବସନ୍ତ ନାଏକ ସଭାପତି : ବିଭୀଷଣ ନାଏକ ସାଧାରଣ ସଂପାଦକ

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା

ବସନ୍ତ ନାଏକ ସଭାପତି : ବିଭୀଷଣ ନାଏକ ସାଧାରଣ ସଂପାଦକ
ଅନୁସୂଚିତ ଜାତିଙ୍କ ସାମ୍ବିଧାନିକ ହକ ଓ ଅଧିକାର ପାଇଁ ଲଢେଇ ଜାରି ରହିବ

ଭବାନୀପାଟଣା, ୧୪/୦୬ – ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏସ ଏନ କନଫରେନ୍ସ ହଲଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ୧୩ଗୋଟି ବ୍ଲକ, ତିନୋଟି ଏନଏସି ଓ ଗୋଟିଏ ମ୍ୟୁନିସିପାଲିଟିରୁ ତିନିଶହରୁ ଉର୍ଦ୍ଧ୍ଵ ସଦସ୍ୟ, ସଦସ୍ୟା ଯୋଗଦେଇ ନୂତନ କର୍ମକର୍ତ୍ତା ଚୟନରେ ସାମିଲ ହୋଇଥିଲେ। ଗଣତାନ୍ତ୍ରିକ ପଦ୍ଧତିରେ ନାମାଙ୍କନ ପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ ପରେ ନୂତନ ସଭାପତି ଭାବେ ବିଶିଷ୍ଟ ସମାଜସେବୀ ବସନ୍ତ ନାଏକ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ସାଧାରଣ ସଂପାଦକ ଭାବେ ବିଭୀଷଣ ନାଏକ ଓ କୋଷାଧ୍ୟକ୍ଷ ଭାବେ ଗଜମୋହନ ନାଏକ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସୂର୍ଯ୍ୟନାରାୟଣ କୁମାର, ଋଷିସୂଦନ ଛତ୍ରପାଲ, ତ୍ରିନାଥ ନାଏକ, ଉପସଭାପତି ଭାବେ ବରୁଣ ଛତ୍ରିଆ, ଛାୟାକାନ୍ତ ବେଣୁପାଣି, ମହିଳା ବିଭାଗ ସଭାନେତ୍ରୀ ଭାବେ ଲୀନା କୁମାର, ଯୁବ ବିଭାଗ ମୁଖ୍ୟ ଭାବେ ସଞ୍ଜୟ ସୁନାନୀ, ସାଂସ୍କୃତିକ ବିଭାଗ ମୁଖ୍ୟ ଭାବେ ଲକ୍ଷ୍ମଣ ମେହେର, କର୍ମଚାରୀ ବିଭାଗ ମୁଖ୍ୟ ଭାବେ ଚୂଡ଼ାମଣି ମହାନନ୍ଦ, ସଂପାଦକ ଭାବେ ରୁଦ୍ରପ୍ରସାଦ ପାଣିଗ୍ରାହୀ, ରଶ୍ମିରଂଜନ ସୁନା ପ୍ରମୁଖ ନିର୍ବାଚିତ ହୋଇଥିଲେ। ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ଗୋବର୍ଦ୍ଧନ ବାଗ, ଆବାହକ ଭାବେ ଯୋଗେଶ୍ୱର ସାଗର, ସଦସ୍ୟ ବିଶ୍ୱନାଥ କର, ସ୍ନେହଲତା ନାଏକ, କବିତା ବାଗ, ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ନିର୍ବାଚନ କମିଟି ଆବାହକ ଶ୍ରୀ ସାଗର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହାପରେ ପୂର୍ବତନ ସଭାପତି ଶ୍ରୀବତ୍ସ ତାଣ୍ଡି, ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଶପଥ ପାଠ ପରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ନୂତନ ସଭାପତି ଶ୍ରୀ ନାଏକ ନିଜ ପ୍ରଥମ ଅଭିଭାଷଣରେ କୃତଜ୍ଞତା ଜଣାଇବା ସହିତ ସାରା ରାଜ୍ୟରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ପଦକ୍ଷେପ ନିଆଯିବ, ଅନୁସୂଚିତ ଜାତିଙ୍କ ସାମ୍ବିଧାନିକ ହକ ଓ ଅଧିକାର ପାଇଁ ଲଢ଼େଇ ଜାରି ରହିବ ବୋଲି କହିଥିଲେ। ସେହିପରି ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଅସନ୍ତୁଷ୍ଟ ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ମଞ୍ଚରେ ସାମିଲ ହୋଇ ସମାଜ ଓ ସଂଗଠନକୁ ଆଗେଇ ନେବାକୁ ସେ ଦୃଢ଼ ଆହ୍ୱାନ ଦେଇଥିଲେ। ଏହାସହିତ ଖୁବ ଶୀଘ୍ର ଅନ୍ୟାନ୍ୟ ଖାଲି ଥିବା ପଦବୀ ପୂରଣ କରାଯିବ ବୋଲି ସେ କହିଥିଲେ। ପରିଶେଷରେ ଯୁବ ବିଭାଗ ମୁଖ୍ୟ ଶ୍ରୀ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ।

 ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଲକ ଠାରେ ୭୪ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

masiha

ରେଲବୋର୍ଡ ଗଠନ କଲା ପରାମର୍ଶଦାତା କମିଟି

masiha

Leave a Comment

error: Content is protected !!