ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରା ଓଡ଼ିଶା ଏବେ ଡାଇରିଆରେ କବଳିତ; ପ୍ରଦୂଷିତ ପରିବେଶରେ ଖାଦ୍ୟ ବିକ୍ରି ପ୍ରତି ପ୍ରଶାସନ ହୃଉଛି କଠୋର; ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ହୋଟେଲ ମାନଙ଼୍କରେ ଖାଦ୍ଯ ଯାଞ୍ଚ

ସାରା ଓଡ଼ିଶା ଏବେ ଡାଇରିଆରେ କବଳିତ; ପ୍ରଦୂଷିତ ପରିବେଶରେ ଖାଦ୍ୟ ବିକ୍ରି ପ୍ରତି ପ୍ରଶାସନ ହୃଉଛି କଠୋର; ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ହୋଟେଲ ମାନଙ଼୍କରେ ଖାଦ୍ଯ ଯାଞ୍ଚ

 ମୟୂରଭଂଜ – ୨୧/୦୬  — ସାରା ଓଡ଼ିଶା ଅଳ୍ପ ଵହୁତେ ଝାଡାବାନ୍ତି ରୋଗରେ କବଳିତ ।କିଛି ଅମୂଲ୍ୟ ଜୀବନ ମଧ୍ୟ ଚାଲିଗଲାଣି ।ଯାହାକୁ ନେଇ ରାଜ୍ୟ ସ୍ବାସ୍ଥ୍ଯ ବିଭାଗ ସଜାଗ ହୋଇ ପଡ଼ିଛି ।ଆଗକୁ ରଥଯାତ୍ରା ।ପ୍ରବଳ ଜନ ସମାଗମ ।ଅପରପକ୍ଷରେ ମଝିରେ ମଝିରେ ଲଗାଣ ବର୍ଷା ।ପରିବେଶ ସମ୍ପୁର୍ଣ ଅସ୍ଵାସ୍ଥ୍ୟକର ହୋଇ ପଡ଼ିଛି । ବର୍ଷା ଯୋଗୁଁ ସବୁଠି ସନ୍ତସନ୍ତିଆ ପରିଵେଶ ସୃଷ୍ଟି ହୋଇଛି । ତେଣୁ ପ୍ରଶାସନ ପକ୍ଷରୁ ଝାଡାବାନ୍ତି ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଵା ସହ ଅମାନିଆ ଙ୍କ ପ୍ରତି କଠୋର ହୋଇଛି । ରାସ୍ତା ପାର୍ଶ୍ଵରେ ମାଳ ମାଳ ଉଠା ଦୋକାନୀ,ଫାଷ୍ଟ ଫୁଡ୍ ଦୋକାନୀ,,ହୋଟେଲ,ଅସାଧୁ ହୋଟେଲ ବ୍ୟବସାୟୀ ଗୁଡିକ ଵେଫିକର ଭାବରେ ଗ୍ରାହକ ମାନଙ୍କୁ ଖାଦ୍ୟ ପରଷୁଥିବା ବେଳେ ଖାଦ୍ୟର ମାନ କେବେ ବି ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ଦ୍ବାରା ଯାଞ୍ଚ ହେଉ ନ ଥିବା ଅଭିଯୋଗ ହୋଇଛି ‌ ।ରାଇରଙ୍ଗପୁର ରେ କିଛି ଦିନ ପାଇଁ ଖାଦ୍ୟ ଯାଞ୍ଚ ଅଧିକାରୀ ନିଯୁକ୍ତି ହୋଇଥିଲେ କିନ୍ତୁ ପରେ ତାଙ୍କର ଦେଖା ନାହିଁ ।ସେ ବାରିପଦାରେ ରହୁଥିବା ଯୋଗୁଁ ଅସାଧୁ ବେପାରୀମାନେ ମନ ଇଛା ଅପମିଶ୍ରିତ ଖାଦ୍ଯ ବେପାର କରି ମାଲେମାଲ ହେଉଛନ୍ତି । ଖାଦ୍ୟର ଗୁଣବତ୍ତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଡାଇରିଆ ରୋଗ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଅସ୍ଵାସ୍ଥ୍ଯ କର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି ଯୋଗୁଁ ରାଇରଙ୍ଗପୁର ସହରରେ ନିକଟ ଭବିଷ୍ୟତରେ ଏଭଳି ପରିସ୍ଥିତି ସୃଷ୍ଟିହେଵାର ଆଶଙ୍କା ପ୍ରକାଶ ପାଇଛି ।ରାଇରଙ୍ଗପୁର ଅଂଚଳରେ ଅବସ୍ଥିତ ଅନେକ ହୋଟେଲ ଓ ଉଠା ଦୋକାନୀ ଗୁଡିକ ଜନସାଧାରଣଙ୍କୁ ବିଭିନ୍ନ‌ ସମୟରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।ଫଳରେ ପେଟ ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ଜଳବାହିତ ମାରାତ୍ମକ ରୋଗରେ ଜନ ସାଧାରଣ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ହାତ ଗଣତି କେତେକ ହୋଟେଲ ଓ ରେଷ୍ଟୁରାଣ୍ଟକୁ ବାଦ ଦେଲେ ଖାଦ୍ୟ ବିକ୍ରି ନିମନ୍ତେ ଅଧିକାଂଶ ଦୋକାନୀଙ୍କ ପାଖରେ ଫୁଡ୍ ଲାଇସେନ୍ସ ନ ଥିବା ଜଣାପଡିଛି ।ବେଳ ଥାଉଁ ଥାଉଁ ସାବଧାନ ନୀତିରେ ମୟୂରଭଂଜ ଜିଲ୍ଲା ପ୍ରଶାସନ ହୋଟେଲ,ଉଠା ଦୋକାନୀ ମାନଙ୍କ ଖାଦ୍ୟ ଯାଞ୍ଚ ଗଠନ କରି ରାଇରଙ୍ଗପୁର ତହସିଲଦାରଙ୍କୁ ଖାଦ୍ୟ ଗୁଣଵତ୍ତାକୁ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ଯ ଯାଞ୍ଚ କମିଟିର ଦାୟିତ୍ଵରେ ଥିବା ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳ ଏବଂ ତାଙ୍କ ତହସିଲ ଟିମ୍ ଆଜି ରାଇରଙ୍ଗପୁର ସହରର ୨୧ ଟି ହୋଟେଲ ଏବଂ୧୩ ଟି ଉଠା ଦୋକାନୀ ଠେଲା ଗାଡି ଉପରେ ଯାଞ୍ଚ କରିଥିଲେ ।ସମସ୍ତ ଦୋକାନୀଙ୍କୁ ସତର୍କ କରି କହିଥିଲେ ମନୁଷ୍ୟ ଜୀବନ ଦୁର୍ଲଭ ।ଅପମିଶ୍ରିତ ଖାଦ୍ୟ ଖାଇ ଯେଭଳି କାହାର ଜୀବନ ନ ଥାଏ ।ଗ୍ରାହକମାନେ ଆପଣମାନଙ୍କୁ ଭଗବାନ ।ସ୍ବଚ୍ଛ ପରିବେଶ,ସଫା ସୁତୁରା ରଖିବା, ଵାସୀ ଖାଦ୍ୟକୁ ଫୋପାଡି ଦେବା,ଗରମ ଗରମ ଖାଦ୍ୟ ପରଷିବା ନେଇ ସଚେତନ କରାଇଥିଲେ ।ଯଦି କେହି ଅପମିଶ୍ରିତ ଖାଦ୍ୟ ଗ୍ରାହକ ମାନଙ୍କୁ ଦିଅନ୍ତି ତାହାହେଲେ ଜୋରିମାନା,ଦୋକାନ ସିଲ୍ ଭଳି କଠୋର‌କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଵନୀ ଦେଇଥିଲେ ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବୋଡ଼େନ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୂର ରେ ଏକ ନିର୍ବାଚନ ସମାପିତ ହୋଇଛି

Sunil Chandra Nayak

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

ଜାମଶୂଳୀ ଲକ୍ଷ୍ମୀନାରାୟଣ ମହାବିଦ୍ଯାଳୟ ରେ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!