ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ବ୍ଳକର ତ୍ରୟୋଦଶ ସମିତି ବୈଠକ ଅନୁଷ୍ଠିତ

ରାୟଗଡ଼ ବ୍ଳକର ତ୍ରୟୋଦଶ ସମିତି ବୈଠକ ଅନୁଷ୍ଠିତ 

 ରାୟଗଡ଼ ତା ୨୪-୬-୨୦୨୫ —     ରାୟଗଡ଼ ବ୍ଳକର ତ୍ରୟୋଦଶ ସମିତି ବୈଠକ ବ୍ଳକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ରାୟଗଡ଼ ଶ୍ରୀଯୁକ୍ତ ଆପାଲାସ୍ବାମୀ କାଡ୍ରାକା ଯୋଗଦେଇ ସମସ୍ତ ସରପଞ୍ଚ ଓ ସମିତି ସଭ୍ଯ, ସଭ୍ୟାଙ୍କ ସହ ମିଳିମିଶି ବ୍ଲକର ଉନ୍ନତି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ପ୍ରକଳ୍ପ ଚୟନ ସହ ଯୋଜନା ପ୍ରସ୍ତୁତି କରିବା ଓ ସେଗୁଡିକର କାର୍ଯ୍ଯକ୍ଷମ କରିବା ନିମନ୍ତେ ଓ ଚାପର ବଶବର୍ତ୍ତୀ ନହୋଇ କାର୍ଯ୍ୟ କରିବା ନିମନ୍ତେ ଉପଦେଶ ଦେଇଥିଲେ । ବୈଠକରେ ସୁଶ୍ରୀ ଟୁନୀ ହୁଇକା ଅଧ୍ୟକ୍ଷତା କରିଥିଲେ। ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେସିକା, ପଦ୍ମାବତୀ ମାଣ୍ଡାଙ୍ଗି, ସନ୍ଧ୍ୟା ପୁଲାକା, ମାନ୍ଯବର ସାଂସଦଙ୍କ ପ୍ରତିନିଧି ଭୁଷଣ ବିଡିକା, ଅଠେଇଶି ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ, ସଭ୍ୟା ଉପସ୍ଥିତ ଥିଲେ ।ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଜୋଗାଣ, ପାନୀୟଜଳ, ଜୀବିକାମିଶନ, ମିଶନ ଶକ୍ତି,ମଙ୍ଗଳ ବିଭାଗ, ମହିଳା ଓ ଶିଶୁ ବିକାଶ, କୃଷି,ଜଳଛାୟା,ପଶୁପାଳନ, ଜଙ୍ଗଲ,ମତ୍ସ୍ଯ, ଶ୍ରମ,କ୍ଷୁଦ୍ର ଜଳସେଚନ, ଟାଟାପାୱାର, ରାୟଗଡ ଲ୍ୟାମ୍ପ, ପି ଏମ ଆବାସ ଓ ମନରେଗା ବିଭାଗୀୟ ଅଧିକାରୀ ନିଜ ବିଭାଗୀୟ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ । ବିଭିନ୍ନ ଜିଲ୍ଲାରେ ଝାଡାବାନ୍ତି ଆରମ୍ଭ ହେଉଥିବାରୁ ପରିଷ୍କାର ପରିଚ୍ଛନ୍ନତା ସହ ବିଷୁଦ୍ଧ ପାନୀୟଜଳର ଉପଲବ୍ଧି ବିଷୟରେ ଆଲୋଚନା ହୋଇଥିଲା । ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ, ଆର ଡି ବିଭାଗ ତରଫରୁ ସବୁଦିନିଆ ରାସ୍ତାର ଉନ୍ନତିକରଣ, ଅପହଞ୍ଚ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ଆଦି ବିଷୟମାନ ଆଲୋଚନା ପରିସରଭୁକ୍ତ ହୋଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକ କି.ମି ଦୂରତାର ଉଚ୍ଚ ସେତୁ ନିର୍ମାଣ ର ଶିଳା ନ୍ୟାସ

masiha

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

masiha

ଚାରବାହାଲ ସାହୁ ପଡ଼ା ରସ୍ତା ଜବର ଦଖଲ ପ୍ରସଙ୍ଗ, ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ

masiha

Leave a Comment

error: Content is protected !!