ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ 

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ 

ରାୟଗଡ଼ା : ତା : ୨୫/୦୬/୨୫ — ରାୟଗଡ଼ା ବରିଷ୍ଠ ନାଗରିକ କାର୍ଯ୍ୟାଲୟ ଠାରେ ଜିଲ୍ଲା ସଭାପତି ମୋହନ ରାଓ ମାଝି ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ଗଣେଶ ମିଶ୍ରାଜୀ , ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥିବୀ ରାଜ ପଣ୍ଡା , ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ଶ୍ରୀ ଆଲୋକ ରଥ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ଲେଙ୍କା ଯୋଗ ଦେଇ ଆଗାମୀ ଫେବୃଆରୀ ମାସ ୨୦୨୬ ମସିହାରେ ତିନି ଦିନ ଧରି ପୁରୀ ଠାରେ ରାଷ୍ଟ୍ରୀୟ ଅଧିବେଶନ ହେବାକୁ ଥିବା ଏବଂ ଭାରତୀୟ ମଜଦୁର ସଂଘ ର ୭୦ ବର୍ଷ ପୂର୍ତ୍ତୀ ଅବସରରେ ନୂତନ ସଂଗଠନ ସୃଷ୍ଟି କରିବା ସହ ଭାରତୀୟ ମଜଦୂର ସଂଘ ସଂଲଗ୍ନ ହୋଇଥିବା ସଙ୍ଗଠନ ଗୁଡିକୁ ସୁଦୃଢ କରିବା ସହ ଜିଲ୍ଲା ସମ୍ମିଳନୀ କରି ଆସନ୍ତା କାର୍ଯ୍ୟକ୍ରମରେ କିପରି ସାହାଯ୍ୟ ସହଯୋଗ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ଭାରତୀୟ ମଜଦୁର ସଂଘ କୁ ପଞ୍ଚାୟତ ଏବଂ ବ୍ଳକ ସ୍ତରରୁ କେନ୍ଦ୍ର ପର୍ଯ୍ୟନ୍ତ କିଭଳି ସଂଗଠନ କୁ ବିସ୍ତାର ଓ ମଜଭୂତ କରାଯିବ ତା ପାଇଁ ପ୍ରସ୍ତୁତି କରାଯାଇଥିଲା ଏବଂ ବିଭିନ୍ନ ସଂଗଠନ ର ସମସ୍ୟା ଦାବି ଗୁଡିକ କୁ କିଭଳି ବ୍ଲକ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଆଲୋଚନା କରାଯାଇ ତାହାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା l ଶେଷରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଏ ତିରୁପତି ରାଓ , ଶ୍ରୀମତୀ ଉଷାରାଣୀ ଦାଶ, ନେହା ସିଂ , ଆନନ୍ଦ ରାଉଳ, ଆନନ୍ଦ ରାଓ , ସୁନ୍ଦର ରାଓ , ଗୀତାଞ୍ଜଳି ହୀଆଲ , କେ ରାମ ବାବୁ , ପରିଚାଳନା କରିଥିଲେ।

ଉକ୍ତ ବୈଠକରେ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସିସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା ପାଚିକା ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ, ଜେକେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ , ଇମ୍ପା ଠିକା କର୍ମଚାରୀ ସଂଘ, ରାୟଗଡ଼ା ପରିବା ବ୍ୟବସାୟ ମଜଦୂର ସଂଘ , ରାୟଗଡ଼ା ସଫେଇ ମଜଦୂର ସଂଘ , ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘ , ରାୟଗଡ଼ା ଜିଲ୍ଲା ରାଜ ମେସ୍ତ୍ରୀ ସଂଘ ସହ ୧୧ ଟି ବ୍ଳକର ନେତୃବୃନ୍ଦ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ରେ ପ୍ରବଳ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

masiha

ଡ଼. ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

Leave a Comment

error: Content is protected !!