ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ 

ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ 

ନବରଙ୍ଗପୁର:( ତା ୨୫.୬.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର ଚଳିତ ଖରିଫ ଋତୁ ପାଇଁ ଖରିଫ ନୀତି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁଧୀରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୃଷି ବିଭାଗ ତରଫରୁ ଖରିଫ ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ।ପ୍ରମୁଖ ଯୋଜନା ମାନଙ୍କ ମଧ୍ୟରୁ ଶ୍ରୀ ଅନ୍ନ ଅଭିଯାନ, ମୁଖ୍ୟମନ୍ତ୍ରୀ ମକା ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫାର୍ମର ରେଜିଷ୍ଟରି, ସୁବାସିତ ଧାନ ଚାଷ, କୃଷି ଯାନ୍ତ୍ରିକରଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ କୃଷି ପ୍ରମୁଖ ଥିଲା। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସାର ପରିଚାଳନା ଲାମ୍ପସ ମାନଙ୍କରେ ସାର ପରିଚାଳନା ଏବଂ ସମସ୍ତ ଚାଷୀ ମାନଙ୍କ ପାଖରେ ଆବଶ୍ୟକ ପରିମାଣର ସାର ପହଂଚିବା ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାରେ ସାର, ବିହନ ଏବଂ କୀଟନାଶକର ନିରୀକ୍ଷଣକୁ କଡାକଡି ଭାବରେ ପାଳନ କରିବା ପାଇଁ ବ୍ଲକ କୃଷି ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ଚାଷୀମାନଙ୍କୁ ଅଧିକ ଅମଳ କ୍ଷମ ମାଣ୍ଡିଆ କିସମ ଯୋଗାଇଦେଇ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।ବିଭିନ୍ନ ଯୋଜନାରେ କାମ କରୁଥିବା ଏନ୍ ଜି ଓଏବଂ ଏଫ୍ ପି ସି ମାନଙ୍କୁ ସୁଚାରୁ ରୂପେ ନିଜ ନିଜର କାମ କରିବା ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାରେ ମୃତ୍ତିକା ପରୀକ୍ଷାର ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏତଦ ବ୍ୟତୀତ ଉଦ୍ୟାନ କୃଷି ବିଭାଗ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗର ବିଭିନ୍ନ ଖରିଫ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ,ଉଦ୍ୟାନ କୃଷି ଉପନିର୍ଦେଶକ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ, ଡି ଆର୍ ସି ଏସ, ମାର୍କଫେଡ, ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର, କୃଷି ଜିଲ୍ଲା ଅଧିକାରୀ, ନବରଙ୍ଗପୁର /ପାପଡାହାଣ୍ଡି, ଯୋଜନା ଅଧିକାରୀ ଏବଂ କୃଷି ବିଭାଗର ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାମନ୍ତରାୟ ଏକାଡେମୀ ଦ୍ୱାରା ଆୟୋଜିତ କ୍ଯୁଜ୍ ପ୍ରତିଯୋଗିତାରେ ବାଜି ମାରିଲେ ହିତ୍ରାଣୀ

ସୁରୁ ମୁଣ୍ଡାଙ୍କୁ କେବେ ମିଳିବ ବିଦ୍ୟୁତ ସେବା ?

masiha

ବି.ବି.ହାଇସ୍କୁଲ, ଢେଙ୍କାନାଳର (୧୯୭୫ -୧୯୮୦) -ଶିକ୍ଷା ବର୍ଷର ସହପାଠୀ ୧୯୮୦ ବ୍ୟାଚର ବନ୍ଧୁମିଳନ – ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ମହାସମାରୋହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!