ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଞ୍ଚଦିନ ହେଲା ବୃଦ୍ଧଙ୍କ ନିଖୋଜ ଘଟଣା ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ଗୁଣିଗାରେଡିରୁ ହତ୍ୟା ପରେ ଶବ ଗାୟବ ସନ୍ଦେହ କାଣ୍ଡାମା ଗାଁରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ

ପାଞ୍ଚଦିନ ହେଲା ବୃଦ୍ଧଙ୍କ ନିଖୋଜ ଘଟଣା
ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ
ଗୁଣିଗାରେଡିରୁ ହତ୍ୟା ପରେ ଶବ ଗାୟବ ସନ୍ଦେହ
କାଣ୍ଡାମା ଗାଁରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ

ଲାଞ୍ଜିଗଡ଼, ୦୩/୦୮(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ତଥା ଲାଞ୍ଜି ପଞ୍ଚାୟତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣାକୁ ଆଜି ପାଞ୍ଚ ଦିନ ବିତିଯାଇଛି। ନିଖୋଜ ରଘୁଙ୍କ ପୁଅ ମୂରଲୀ ପାତ୍ର ବାପାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ଅଭିଯୋଗ କରିଆସୁଛନ୍ତି। ଏପରିକି ତାଙ୍କ ବାପାଙ୍କ ହତ୍ୟା ପରେ ଶବକୁ ଗାୟବ କରିଦିଆଯାଇଛି ବୋଲି ଅଭିଯୋଗ କରିବା ସହିତ ଏଥିପାଇଁ ଅଞ୍ଚଳର ଚାରିଜଣ ବ୍ୟକ୍ତିଙ୍କୁ ସେ ସନ୍ଦେହ କରୁଥିବା ନେଇ ପୁଲିସକୁ ଜଣାଇଛନ୍ତି। କିନ୍ତୁ ପାଞ୍ଚଦିନ ହେଲା ବିଶ୍ୱନାଥପୁର ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଉପରଠାଉରିଆ ତଦନ୍ତ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରଘୁ ନିଖୋଜ ହେବା ସନ୍ଧ୍ୟାରେ ଗାଁ ନିକଟସ୍ଥ ବଣ୍ଡେଲ ଗାଁକୁ ମଦ ପିଇବାକୁ ଯାଇ ଆଉ ଫେରିନଥିଲେ। ତେବେ ମାସକ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ରଘୁ ତାଙ୍କୁ ଗୁଣିଗାରେଡି କରିଥିବା ନେଇ ଅଭିଯୋଗ ଉଠିଥିଲା। ସେଇଦିନଠୁ କିଛି ଲୋକ ରଘୁଙ୍କୁ ଟାର୍ଗେଟ କରିଥିବା ନେଇ ସନ୍ଦେହ କରିବା ସହିତ ତାଙ୍କ ବାପାଙ୍କ ନିଖୋଜ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ମୂରଲୀ କହିଛନ୍ତି। ଏପରିକି ତାଙ୍କ ବାପାଙ୍କ ନିଖୋଜ ହେବା ପରେ ଓ ଖୋଜାଖୋଜି କଲାବେଳେ ଗାଁ ଶେଷ ମୁଣ୍ଡରେ ଥିବା ପଡ଼ିଆରେ ରକ୍ତଛିଟା ପଡ଼ିଥିବା ସେ ପୁଲିସକୁ ଦେଖାଇଥିଲେ। କିନ୍ତୁ ପୁଲିସ ସେଇ ସନ୍ଦିଗ୍ଧମାନଙ୍କୁ କେବଳ ପଚରାଉଚୁରା କରି ଖୋଲା ଛାଡ଼ି ଦେଇଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ପୁଲିସକୁ ଅଭିଯୋଗ ପରେ ଓ ସନ୍ଦିଗ୍ଧମାନଙ୍କ ସମ୍ପର୍କରେ ସୂଚନା ଦେଲେ ବି ପୁଲିସର ତଦନ୍ତ ଆଗଉନଥିବାରୁ ଗାଁରେ ମଧ୍ୟ ଏକ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ପରିବାର ଲୋକେ ବିଶ୍ୱନାଥପୁର ଥାନାକୁ ଯିବା ସହିତ ସଠିକ ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବାଇକକୁ ଧକ୍କା ଦେଇ ଜାଇଲୋ କାର ଚମ୍ପଟ ମାରିଥିବା ବେଳେ ଧରିଲା ପୋଲିସ

masiha

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!