ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରାଜିତାଙ୍କୁ ପୁରସ୍କୃତ କଲେ ସମାଜସେବୀ କୁଞ୍ଜଲତା

ଅପରାଜିତାଙ୍କୁ ପୁରସ୍କୃତ କଲେ ସମାଜସେବୀ କୁଞ୍ଜଲତା

ଖଇରା,୦୯/୮/୨୫- ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଚୟନକୁ ଗୁରୁତ୍ୱ ଦେଇଥାଏ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ । ଗଳ୍ପ, ପ୍ରବନ୍ଧ, ମେଧାଅନ୍ବେଷଣ, ଆତ୍ମକାହାଣୀ, ଭ୍ରମଣ କାହାଣୀ, କବିତା ଓ ଫଟୋ ଇତ୍ୟାଦି ପ୍ରତିଯୋଗିତା ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପ୍ ରେ ହୋଇଥାଏ । ଏଥିରେ ବିଭିନ୍ନ ସ୍ଥାନର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥାନ୍ତି । ଅନୁଷ୍ଠାନ ପ୍ରତ୍ୟେକ ରବିବାର ପ୍ରତିଯୋଗିତା ମାଧମରେ କଛି ନା କିଛି ଶିକ୍ଷା ଦେଇଥାଏ ସମସ୍ତଙ୍କୁ । ସେମାନଙ୍କ ମଧ୍ୟରୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ବଛାଯାଇଥାଏ । ଚଳିତ ବର୍ଷ କେବଳ ପ୍ରଥମ ସ୍ଥାନକୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରୁଛି ଅନୁଷ୍ଠାନ । ଏଇ ପରିପ୍ରେକ୍ଷୀରେ ଗତ ତା ୦୧/୮/୨୦୨୫ ରିଖ ଦିନ ମୋ ଅନୁଷ୍ଠାନ ଫେସବୁକ ଗୃପ୍ ରେ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଫଳାଫଳ ପ୍ରକାଶ ସରିଛି । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଅପରାଜିତା ରଥ,ଭଦ୍ରକ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଳାଫଳକୁ ଦେଖି ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ହୋଇଥିଲେ ସମାଜସେବୀ ଭଉଣୀ କୁଞ୍ଜଲତା ମାହୁଁନ୍ତ । ନିଜର ସମାଜସେବାରେ ବିନିଯୋଗ ଅର୍ଥରୁ କିଛି ଅର୍ଥ ପ୍ରଦାନ ନିମନ୍ତେ ମନସ୍ଥ କରି ଆଜି କାର୍ଯ୍ଯାଳୟକୁ ଆସି ତାହା ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ନିକଟରେ ପୈଠ କରିଛନ୍ତି । ଅନୁଷ୍ଠାନ ସାଦରେ ଗ୍ରହଣ କରିଛି ଓ ଖୁବ୍ ଶୀଘ୍ର ଶ୍ରୀମତୀ ରଥଙ୍କୁ ଏ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସମ୍ପାଦକ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀମତୀ କୁଞ୍ଜଲତା କେବଳ ସମାଜସେବୀ ନୁହନ୍ତି ସେ ଏକାଧାରରେ ଜଣେ ସୁ-ସାହିତ୍ୟିକା, କବୟିତ୍ରୀ, ପରୋପକାରୀ, ସ୍ନେହୀ, ମିଷ୍ଟଭାସୀ, ସରଳ, ନିଷ୍କପଟ, ଉଦାର ହୃଦୟେଷୁ, ଶିକ୍ଷିତା, ସୁ-ଗୃହିଣୀ, ନ୍ଯାୟବତୀ, ଅନ୍ଯାୟ ବିରୋଧରେ ସ୍ବରୋତ୍ତଳନ କରିବା, ନିଜକୁ ଭୁଲି ଅନ୍ୟର ଅସୁବିଧା ସମୟରେ ନିଜକୁ ସାମିଲ କରିବା ଏମିତି ଅନେକ ଭଲ ଓ ସମାସେବା ଗୁଣରେ ପରିପୂର୍ଣ୍ଣା ଅଟନ୍ତି । ନିଜ ଅଞ୍ଚଳ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସ୍ଥାନରେ ଜନହିତ ଯୁବକ ସଂଘର ଉପଦେଷ୍ଟା ଭାବେ ସେବା କାର୍ଯ୍ୟ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତାଙ୍କୁ କରିଛି କୋଳାଗ୍ରତ ଓ ସମ୍ବର୍ଦ୍ଧିତ । ମୋ ଅନୁଷ୍ଠାନ ମଧ୍ୟ ତାଙ୍କୁ ଆଦର୍ଶ ସମାଜସେବୀ ସମ୍ମାନରେ ସମ୍ବର୍ଦ୍ଧିତ କରି ନିଜକୁ ଗୌରବାନ୍ବିତ ମନେକରିଛି । ସୁତରାଂ ସେବା ଓ ସାହିତ୍ୟ ଆକାଶରେ ସେ ଜଣେ ଉଜ୍ଜ୍ୱଳ ତାରକା । ଏ ମହାନତା ପାଇଁ ନିଶ୍ଚିତ ଭାବେ ଅନୁଷ୍ଠାନ ଇତିହାସରେ ତାଙ୍କ ନାମ ଲିପିବଦ୍ଧ ହୋଇ ରହିବ ଯୁଗଯୁଗ ପାଇଁ ଏଥିରେ ସନ୍ଦେହ ନାହିଁ । ଭଗବାନ ତାଙ୍କ ଚଲାପଥ କୁସୁମିତ କରନ୍ତୁ ଏବଂ ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟ ସର୍ବଦା ଜାରି ରହୁ ବୋଲି ମୋ ଅନୁଷ୍ଠାନ ପରିବାର ଈଶ୍ବରଙ୍କ ନିକଟରେ ପାଖରେ ପ୍ରାର୍ଥନା କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉଲ୍ଲେଖନୀୟ  ସେବା ପାଇଁ  ପିଇଓ ଅଲେଖ ସା ଙ୍କୁ କଳାହାଣ୍ଡି ଉତ୍ସବରେ ମାନପତ୍ର ପ୍ରଦାନ

Sunil Chandra Nayak

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

masiha

ଭିବି-ଜି ରାମ ଜି ଯୋଜନା କାର୍ଯ୍ୟାନ୍ୱୟନ ନେଇ ନୂଆପଡ଼ାରେ ଏକଦିନିଆ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!