ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱନାଥପୁର-ମୂଷାନାଳ ରାସ୍ତା ବିଭାଗ କଲାନି : ଲୋକ କଲେ ମରାମତି

ବିଶ୍ୱନାଥପୁର-ମୂଷାନାଳ ରାସ୍ତା

ବିଭାଗ କଲାନି : ଲୋକ କଲେ ମରାମତି

ଲାଞ୍ଜିଗଡ଼, ୧୮/୦୮(ମନିସ)-ଲାଞ୍ଜିଗଡ଼ ବ୍ଲକର ରାସ୍ତା ସମସ୍ୟାକୁ ନେଇ ଧିରେ ଧିରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ କ୍ଳବର ଆବାହକତ୍ୱରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଘେରାଉ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ବ୍ଲକ ବ୍ୟାପି ବିଭିନ୍ନ ସଂଗଠନ ଓ ଜନ ସାଧାରଣ ଏହି ଲଢ଼େଇରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି। କିନ୍ତୁ ଏହାସତ୍ୱେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ। ଏପରିକି ଅସନ୍ତୁଷ୍ଟ ଲୋକେ ଆଜି ସମବେତ ହୋଇ ସବୁଠୁ ଖରାପ ହେବା ସହିତ ବିପର୍ଯ୍ୟସ୍ତ ହୋଇପଡିଥିବା ବିଶ୍ୱନାଥପୁର-ମୂଷାନାଳ ରାସ୍ତାର ଡୁମେରମୁଣ୍ଡା ନିକଟରେ ନିଜସ୍ୱ ଉଦ୍ୟମରେ ଜେସିବି ଲଗାଇ ମୁରୁମ ଓ ମେଟାଲ ପକାଇଛନ୍ତି। ସମାଜସେବୀ କିଶୋର ହରପାଲ, ହରିହର କୁମାର, ନବୀନ ବିଶ୍ୱାଳ, ଅଶୋକ ବିଭାର, ଫୁଲସର ହରିଜନ, ସାନ ମାଝୀ ପ୍ରମୁଖ ନେତୃତ୍ୱ ନେଇ ଏହି ରାସ୍ତାର ସବୁଠୁ ଅଧିକ କାଦୁଅ ହୋଇଥିବା ସ୍ଥାନରେ ମେଟାଲ ଓ ମୁରୁମ ପକାଇବା ସହିତ ଯାତାୟତ ଉପଯୋଗୀ କରିଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳାକୁ ନେଇ ଜନଆକ୍ରୋଶ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏହା ବିରାଟ ଜନ ଆନ୍ଦୋଳନର ରୂପ ନେବାକୁ ଯାଉଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଡ଼ୁଆରେ ପଡ଼ିପାରେ ବୋଲି କୁହାଯାଉଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

BIKAS PADHI ENTERS ETERNITY 

Sunil Chandra Nayak

ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

କାର୍ମେଲ ସ୍କୁଲର ବାର୍ଷିକୋତ୍ସବ

masiha

Leave a Comment

error: Content is protected !!