ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

 ମୟୂରଭଂଜ- ୨୩/୦୮ —  ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି | ଏଠାରେ ଥିବା ଏକମାତ୍ର ପ୍ରାଣୀ ଚିକିତ୍ସାଳୟ ଟି ଏବେ ଭୂତକୋଠିରେ ପରିଣତ ହୋଇଛି | ନିୟମିତ ଡାକ୍ତର ନ ଆସିବା ଓ ପରିଷ୍କାର ପରିଚ୍ଛନ୍ନ ଅଭାବରୁ ଚିକିତ୍ସାଳୟ ପରିସର ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଉଠିଛି | ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ 2002 ମସିହାରେ ରାଜ୍ୟର ତତ୍କାଳୀନ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଭୂମି ପୂଜନ ପରେ ନିର୍ମିତ ହୋଇଥିବା ଏହି ପ୍ରାଣୀ ଚିକିତ୍ସାଳୟ ଟି ରକ୍ଷଣା ବେକ୍ଷଣା ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି | କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ପ୍ଳାଷ୍ଟର ଖସିଯାଇ ଛାତ ଭୁଶୁଡିବା ଅବସ୍ଥାକୁ ଆସିଲାଣି | ଅନ୍ୟପଟେ ଡାକ୍ତର ନ ଆସିବା କାରଣରୁ ରୋଗରେ ପୀଡିତ ପ୍ରାଣୀଙ୍କ ପ୍ରାଣ ଅକାଳରେ ଚାଲିଯାଉଛି | ଅଞ୍ଚଳବାସୀ ଏ ବାବଦରେ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ , ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନିଆଯାଇନି | ଫଳରେ ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ନିଜ ଗୃହପାଳିତ ପ୍ରାଣୀ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତିତ ଅବସ୍ଥାରେ ଅଛନ୍ତି | ଆଗାମୀ ଦିନରେ ପ୍ରଶାସନ ଏଠାରେ ପୂର୍ବ ଭଳି ପ୍ରାଣୀ ଚିକିତ୍ସା କୁ ସୁନିଶ୍ଚିତ ନ କଲେ ଲୋକେ ଆନ୍ଦାଳନାତ୍ମକ ପନ୍ଥା ଆପଣାଇବେ ବୋଲି କହିଛନ୍ତି |

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାରିଡି ପଞ୍ଚାୟତ ଗସ୍ତ, ଅବ୍ୟବସ୍ଥା ମଧ୍ୟରେ କଷ୍ଟରେ ରହୁଛନ୍ତି ଗତିପୁଟ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଛାତ୍ରି

masiha

ବେଦାନ୍ତ ଲିମିଟେଡ ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

Leave a Comment

error: Content is protected !!