ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‌ବିମାନସେବା ବନ୍ଦ ହୋଇଥିବାରୁ ସର୍ବଦଳୀୟ ପ୍ରତିବାଦ 

‌ବିମାନସେବା ବନ୍ଦ ହୋଇଥିବାରୁ ସର୍ବଦଳୀୟ ପ୍ରତିବାଦ 

ରାଉରକେଲା ବିମାନ ବନ୍ଦରରୁ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ସମୟ ହେଲା ବିମାନ ସେବା ବନ୍ଦ କରାଯାଇଥିବାରୁ ଗତକାଲି ଏକ ସର୍ବଦଳୀୟ ବୈଠକରେ ଏହାର ଦୃଢ ପ୍ରତିବାଦ କରIଯାଇଥିଲା I ଶୀଘ୍ର ବିମାନ ସେବା ଚାଲୁ କରIନଗଲେ ଆସନ୍ତା ଦିନରେ ରାଉରକେଲା ବନ୍ଦ କରିବା ସହ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଘର ଆଗରେ ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଛି I ଗତକାଲି ଆମ୍ବବାଗାନ ଠାରେ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହତ୍ୱରେ ରାଉରକେଲାର ସମସ୍ତ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ I ବରିଷ୍ଠ ବିଜେଡି ନେତା ଆଇନଜୀବୀ ଆନନ୍ଦ ଚନ୍ଦ୍ର ମହାନ୍ତି ବୈଠକରେ ସଭାପତିତ୍ୱ କରିଥିଲେ I ସିଆଇଟିୟୁ ଶ୍ରମିକ ସଂଗଠନର ସର୍ବଭାରତୀୟ ଉପସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ଚରଣ ମହାନ୍ତି, ରାଉରକେଲା ଜିଲ୍ଲା କଂଗ୍ରେସର ସଭାପତି ଜ୍ଞାନେନ୍ଦ୍ର ଦାସ, ରେଳ ଓ ରୋଡ଼ ୟୁଜର୍ସ ଆସୋସିଏସନର ସଭାପତି ଇଂ ଉତ୍ତମ ସାମଲ, ଅମୁଲ୍ୟ ବରାଳ, ଜଗଦା ସାଂସ୍କୃତିକ ପରିଷଦର ସଭାପତି ସଂଜୀବ ମହାନ୍ତି,ପ୍ରଭାତ କୁମାର ମହାନ୍ତି, ତ୍ରିଲୋଚନ ପରିଡ଼ା, ଥିଙ୍କର୍ସ ଫୋ୍ରମର ସଭାପତି ନଳିନୀକାନ୍ତ ଧର, ରାଉରକେଲା ବାର ଆସୋସିଏସନର ସଭାପତି ଆଡ଼ଭୋକେଟ ସଦାନନ୍ଦ ସାହୁ, ଯାଦବ ସମାଜର ସଭାପତି ହରିହର ବେହେରା, ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ, ଆଦର୍ଶ ପାଠାଗାରର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥି, ସିଆଇଟିୟୁର ଜିଲ୍ଲା ସଭାପତି ରାଜକିଶୋର ପ୍ରଧାନ, ଆପ ଦଳର ସଭାପତି ଆଡ଼ଭୋକେଟ ବିନୟ ତିୱାରୀ,ଭରତ ବାଇ, ରଞ୍ଜନ କୁମାର ଲେଙ୍କା, ୟୁଥ କଂଗ୍ରେସର ଉପସଭାପତି ଇସ୍ତେହାର ମହମ୍ମଦ, ଏସୟୁସିଆଇର ବିଦ୍ୟୁତ ମାହାନ୍ତ, ସିପିଆଇର ପ୍ରଦୋଷ କୁମାର ମହାନ୍ତି, ପ୍ରଭାତ କୁମାର ମହାନ୍ତି, ଯଯାତି କେଶରୀ ସାହୁ, ବିଶ୍ୱଜିତ ମାଝୀ,ଆଡ଼ଭୋକେଟ ରାଜା ମୁର୍ମୁ, ସେଭ ରାଉରକେଲାର ଇଂ ସୁପ୍ରତୀକ ମିଶ୍ର, ସିଟିଜେନ୍ସ ଫୋରମର ସୁଶାନ୍ତ କୁମାର ଦାସ, ବିଶ୍ୱେଶ୍ୱର ଦାସ, କଂଗ୍ରେସ ନେତା ସନ୍ତୋଷ ବିଶ୍ବାଳ, ଯଯାତି ସାହୁ, ଅନ୍ତର୍ଯ୍ୟାମୀ ଦାସ, ମଧୁସୂଦନ ମହାପାତ୍ର,ଦଶରୂ କିଶାନ, କୁଞ୍ଜବିହାରୀ ରାଉତ ଓ ଅନ୍ୟମାନେ ଆଲୋଚନାରେ ଭାଗ ନେଇ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେଲା ରାଉରକେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଉଦବେଗ ପ୍ରକାଶ କରିବା ସହ ଏ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ସମାଲୋଚନା କରିଥିଲେ I ଆଦିବାସୀ ବହୁଳ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, କଳକାରଖାନା, ହସ୍ପିଟାଲ, ଖଣି ଆଦି ରହିଛି I ଏହି ଜିଲ୍ଲାରୁ ସର୍ବାଧିକ ରାଜସ୍ବ ସରକାରଙ୍କ ତହବିଲକୁ ଯାଉଥିଲାବେଳେ ଏ ଅଂଚଳର ଉନ୍ନତି ପାଇଁ କୌଣସି ବଜେଟର ପ୍ରାବଧାନ ନାହିଁ କି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ I ହକି ବିଶ୍ବ କପକୁ ଲକ୍ଷ୍ୟ ରଖି ବିଭିନ୍ନ ସାମାଜିକ ଅନୁଷ୍ଠାନଙ୍କ ଦାବି ଫଳରେ ୨୦୨୩ ମସିହା ଜାନୁଆରୀ ମାସରୁ ବିମାନ ଚଳାଚଳକୁ ନିୟମିତ କରାଯାଇ ଭୁବନେଶ୍ୱର ଓ କଲିକତାକୁ ସଂଯୋଗ କରାଯାଇଥିଲା I ଏ ଅଂଚଳର ବିକାଶ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଥିଲା ବେଳେ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ବିମାନସେବାକୁ ଅନିନିୟମିତ କରି ଦୀର୍ଘ ଦୁଇ ମାସ ହେଲା ବନ୍ଦ କରି ଦିଆଯାଇଛି ଅଥଚ ଓଡିଶାର ଅନ୍ୟ ବିମାନ ବନ୍ଦରର ଉନ୍ନତି କରଣ କରାଯାଉଛି ଯାହା ରାଉରକେଲା ଇସ୍ପାତ କାରଖାନର ସମ୍ପ୍ରସାରଣ ତଥା ଜିଲ୍ଲାର ଉନ୍ନତିରେ ବାଧା ସୃଷ୍ଟି କରିବା ସହ ରାଉରକେଲା ବାସୀଙ୍କ ପ୍ରତି ବୈମାତୃକ ମନୋଭାବ ସୃଷ୍ଟି କରୁଛି I ଦୁଇ ଦୁଇ ଥର ଏଆରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ସର୍ଭେ କରାଯାଇଥିଲେ ମଧ୍ୟ ଫଳ ଶୂନ I ଆସନ୍ତା ଏକ ମାସ ଭିତରେ ଯଦି ବିମାନ ଚଳାଚଳକୁ ଆରମ୍ଭ କରା ନଯାଏ ତେବେ ଆଗାମୀ ଦିନରେ ରାଉରକେଲାବାସୀ ସମ୍ପୂର୍ଣ୍ଣ ବନ୍ଦ ପାଳନ କରିବା ସହିତ ନିର୍ବାଚିତ ପ୍ରତିନିଧି ମାନଙ୍କ ବାସଭବନ ଆଗରେ ସାମୁହିକ ଧାରଣା ଦେବା ପାଇଁ ସରକାରଙ୍କୁ ଚେତାବନୀ ଦେବା ସହ ରାଉରକେଲା ବାସୀଙ୍କୁ ଅନୁରୋଧ କରିଛନ୍ତି I ଆଲୋଚନା ଶେଷରେ ସାମ୍ବାଦିକ ସଂଘର ଉପସଭାପତି ତଥା ସଚେତନ ନାଗରିକ ମଞ୍ଚର ମୁଖପାତ୍ର ବିଶିଷ୍ଟ କବି କୁଞ୍ଜ ବିହାରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଦାବି ହାସଲ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ I 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିଶୁବାଟିକା ଖୋଲିଦେଇ ଭୁଲିଗଲେ ସରକାର ବ୍ୟବସ୍ଥା ଶୂନ୍, ଅବସ୍ଥା ବେହାଲ୍ 

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

masiha

ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ମୋ ଜୀବନ ମାନଦଣ୍ଡର ଏକ ଶ୍ରେଷ୍ଠ ଉପଲବ୍ଧି : ଯୁବ ସମାଜସେବୀ ଆଶୀର୍ବାଦ

Sunil Chandra Nayak

Leave a Comment

error: Content is protected !!