ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ,ଡି ଜେ ବନ୍ଦ ପାଇଁ ନିଷ୍ପତି 

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ,ଡି ଜେ ବନ୍ଦ ପାଇଁ ନିଷ୍ପତି 

କାମାକ୍ଷାନଗର (ମନିସ)10/9/25 —  ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,କାମାକ୍ଷା ନଗର ଏସ ଡି ପି ଓ ରଜନୀ କାନ୍ତ ସାମଲ ଏନ୍ ଏ ସି ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ,ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ,,ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଦଶହରା ବଳଦ କମିଟି ସଭାପତି ଦିଲ୍ଲୀପ କୁମାର ଦାସ, ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ବଳଦ ଯାତ୍ରା ସ୍ରଷ୍ଟା ” ଥୋରିଆ ସମାଜ ” ମୁଖ୍ୟ ବିଶ୍ଵନାଥ ସାହୁ,ନୂଆ ବଜାର ବଣିକ ସଂଘ ସଂପାଦକ ବସନ୍ତ କୁମାର ପୋଥାଳ , ,ନିରଞ୍ଜନ ପୃଷ୍ଟି,କୁଞ୍ଜ ବିହାରୀ ଚିନରା, ସନ୍ତୋଷ ବିହାରୀ,ନିରଞ୍ଜନ ଗୁରୁ,ଅଜୟ କୁମାର ସେଠୀ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ ,ସୁଶାନ୍ତ ନାୟକ,ମନ ମୋହନ ସାହୁ ଙ୍କ ସମେତ ସମସ୍ତ ବଳଦିଆ କମିଟି ଓ ଦୁର୍ଗାପୂଜା କମିଟି ସଦସ୍ୟ ଯୋଗଦେଇ ବଳଦ ଯାତ୍ରା, ରାବଣ ପୋଡ଼ି ଓ ଦୁର୍ଗା ମେଢ଼ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଶେଷ କରିବା ସହିତ ଡି ଜେ ସାଉଣ୍ଡ ବନ୍ଦ କରିବାକୁ ଆଲୋଚନା କରିଥିଲେ ।ଦଶହରା ପୂର୍ବରୁ ସହର ର ସମସ୍ତ ରାସ୍ତା ପ୍ରଶସ୍ତ କରାଯିବା,ଡ୍ରେନ ମରାମତି ଓ ସ୍ଲାବ ପକାଯିବା,ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟ ରେ ଲାଇଟ୍ ଲଗାଯିବା,ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଶୌଚାଳୟ ଖୋଲାଯିବା ସହିତ ଅସ୍ଥାୟୀ ଶୌଚାଳୟ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ବର୍ଷ ୨୮ ତାରିଖ ଷଷ୍ଠୀ ପୂଜା ଠାରୁ ଅକ୍ଟୋବର ୩ ତାରିଖ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ୩ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ଶେଷ କରିବାକୁ ଜୋର୍ ଦିଆଯାଇଥିଲା । ୪ ତାରିଖ ସକାଳ ୭ ଘଟିକା ସୁଦ୍ଧା ବଳଦ ଯାତ୍ରା ଓ ଦୁର୍ଗା ଭସାଣୀ ଶେଷ କରିବାକୁ ନିଷ୍ପତି ହୋଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜାତୀୟ ଯୁବ ଉତ୍ସବ – ୨୦୨୩ରେ ଓଡ଼ିଆ ପୁଅ ବିକ୍ରମ କେଶରୀ ନାଥ ପୁରସ୍କୃତ

Sunil Chandra Nayak

ପ୍ରଭୁ ଓଁକାର ସଙ୍ଗୀତ ବିଦ୍ୟାଳୟ,ଢେଙ୍କାନାଳର ବର୍ଣ୍ଣାଢ଼୍ୟ ପ୍ରଭୂ ଓଁକାର ନୃତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ 

masiha

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!