ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇତିହାସ ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ଵାରା ମା ଦୁର୍ଗା ପୂଜା ଅନୁକୂଳ ହେବ 

ଇତିହାସ ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ଵାରା ମା ଦୁର୍ଗା ପୂଜା ଅନୁକୂଳ ହେବ 

ନବରଙ୍ଗପୁର : (୧୧|୯)(ରବି ନାରାୟଣ ମହାନ୍ତି)ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜଗତ ଜନନୀ ମାଁ ଦୁର୍ଗାଙ୍କ ପୂଜା ଉତ୍ସବ ରେ ଜିଲ୍ଲା ଇତିହାସ ରେ ପ୍ରଥମ ଥର ପାଇଁ ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ପୂଜା ଅନୁକୂଳ କରିବେ। ଏଥି ନିମନ୍ତେ ଏକ ଆମନ୍ତ୍ରଣ ପତ୍ର କୋଡ଼ିଙ୍ଗା ଗ୍ରାମର ସାର୍ବଜନୀନ ଦୁର୍ଗା ପୂଜା କମିଟି ର ସଭ୍ୟ ମାନେ ଜିଲ୍ଲା କିନ୍ନର ସଂଘକୁ ପ୍ରଦାନ କରିଛନ୍ତି। କମିଟି ର ସଭ୍ୟଙ୍କ ଦ୍ଵାରା ଏପରି ଅଭିନବ ପ୍ରୟାସ କୁ ଜିଲ୍ଲା କିନ୍ନର ସଂଘ ର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, କମିଟି ର ସମସ୍ତ ସଦସ୍ୟଙ୍କୁ ସାଧୁବାଦ୍ ଜଣାଇ ଛନ୍ତି। କିନ୍ନର ମାନଙ୍କୁ ଏପରି ଆମନ୍ତ୍ରିତ କରିବା ଦ୍ଵାରା ସମାଜରେ କିନ୍ନର ମାନଙ୍କ ପ୍ରତି ଥିବା ଭେଦ ଭାବ ଦୂର ହେବ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ସଂଘର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ପ୍ରୋଜେକ୍ଟ ଲିଡର ତଥା କ୍ରୀଡାବିତ୍ ଏମ.ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ନିନୀ ବାବୁ ତ୍ରିପାଠୀ ଏବଂ ଦୁର୍ଗା ପାଢ଼ୀ, ଉମରକୋଟ ର ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, କିନ୍ନର ସଂଘର ମହିଳା ଉପଦେଷ୍ଟା, କାଉନସିଲର ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ବିଦ୍ୟାଳୟ ଅଧ୍ୟକ୍ଷା ସ୍ୱର୍ଣାଳତା ପଟ୍ଟନାୟକ, ଇଂଜିନିୟର ଚନ୍ଦନା ମଲ୍ଲିକ, ପ୍ରମୁଖ ଶୁଭେଛା ଜଣାଇଛନ୍ତି। ଉକ୍ତ ଆମନ୍ତ୍ରଣ ପତ୍ର ପ୍ରଦାନ କରିବା ଅବସରରେ କମିଟି ର ସଭାପତି ଜଗନ୍ନାଥ ନାୟକ, ଉପ ସଭାପତି ପିଣ୍ଟୁ ସିଂ, ସମ୍ପାଦକ ଶିବ ହରିଜନ ସମେତ ଅଭି ବିଷୋୟୀ, ଶ୍ୟାମ ହରିଜନ, ଖେମରାଜ୍ ଦିଶାରି, ଉମେଶ ଭତରା, ସିଦ୍ଧାର୍ଥ ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାରତ ବନ୍ଦ” ଲାଞ୍ଜିଗଡ ବ୍ଲକରେ ସଂପୂର୍ଣ୍ଣ ସଫଳ 

masiha

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ଧକ୍କା ଦେଲା ପଲାସା ଏକ୍ସପ୍ରେସ୍, ମଧ୍ୟରେ ବଡ ଟ୍ରେନ୍ ଦୁର୍ଘଟଣା

masiha

ଦିବ୍ୟଜୀବନ ସଙ୍ଘ ଖାତିଗୁଡା ଶାଖାର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!