ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଯୋଡ଼ା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଯୋଡ଼ା୧୧/୦୯/୨୫:କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପ୍ରାଙ୍ଗଣରେ ବୁଧବାର ଦିନ ସମସ୍ତ ପଞ୍ଚାୟତ ଏବଂ ଯୋଡ଼ା ପୌରପାଳିକା କୁ ନେଇ ଏକ ସ୍ୱତନ୍ତ୍ର ଭିନ୍ନକ୍ଷମ ସ୍ୱାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରର ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମ,ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନି:ଶୁଳ୍କ ଚିକିତ୍ସା, ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିବା। ସକାଳୁ ମୋଟ ୧୬୧ ଜଣଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ପରୀକ୍ଷା କରାଇଥିବା ବେଳେ ଶିବିର ରେ ୮୩ ଜଣ ନୂତମ ୟୁ.ଡି.ପରିଚୟ ପତ୍ର ପାଇଁ ଚିନ୍ହଟ ହୋଇଥିଲେ।

ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଧାନ ଡାକ୍ତରମାନେ, ବିଶେଷଜ୍ଞ ସର୍ଜନ୍‌, ଫିଜିଓଥେରାପିଷ୍ଟ ଓ ପାରାମେଡିକଲ୍ ଷ୍ଟାଫ୍‌ମାନେ ଅଂଶଗ୍ରହଣ କରିଥିଲେ। ସେମାନେ ଭିନ୍ନକ୍ଷମ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ସୁବିଧା, ପ୍ରାଥମିକ ଚିକିତ୍ସା, ନି:ଶୁଳ୍କ ଔଷଧ ବଣ୍ଟନ ସହିତ ଆବଶ୍ୟକ ପରୀକ୍ଷା କରିଥିଲେ।ସେଥିପାଇଁ ଶିବିରରେ ଅନେକ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ, କାନ ସୁଣିବା ଯନ୍ତ୍ର, ହ୍ୱିଲଚେୟାର, ବାକିଙ୍ଗ୍ ଷ୍ଟିକ୍ ଓ ଅନ୍ୟାନ୍ୟ ସାହାୟକ ସାମଗ୍ରୀ ବଣ୍ଟନ ପାଇଁ ଚିନ୍ହଟ କରି ଆଗାମୀ ୧୫ ତାରିଖ ବ୍ଲକ ରେ ଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଦିନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଯୋଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାନିଷ ବେହେରା କହିଥିଲେ ଯେ “ସମାଜରେ ଦୀବ୍ୟାଙ୍ଗ ଏବଂ ଭିନ୍ନକ୍ଷମ ମାନେ କେବଳ ସହାନୁଭୂତିର ପାତ୍ର ନୁହେଁ, ସେମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବାକୁ ଆମ ସମସ୍ତଙ୍କର କର୍ତ୍ତବ୍ୟ।”

ଏହି କାର୍ଯ୍ୟକ୍ରମ ରେ ଯୋଡ଼ା ବ୍ଲକ ଅଞ୍ଚଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ,ଯୋଡ଼ା ପୌରପାଳିକା ରଉପନଗରପାଳ , ସମସ୍ତ ୱାର୍ଡ ମେମ୍ବର ସମେତ ବ୍ଲକ ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ଯୋଡ଼ା ରୁ ସୀତା ରାମ ଦୀକ୍ଷିତ ଙ୍କ ରିପୋର୍ଟ୍ 

 

Related posts

ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ ସାମିଲ

Sunil Chandra Nayak

ଘୋଟିଆ ଛକ ନିକଟରେ ପିକଅପ ଧକ୍କା ରେ ବାଇକ ଆରୋହୀ ଗୁରୁତର 

Sunil Chandra Nayak

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

Sunil Chandra Nayak

Leave a Comment

error: Content is protected !!