ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଗୋଲାପ ଦିବସ ଅବସରରେ ଯନ୍ତ୍ରଣା ଭିତରେ ମଧ୍ୟ ସଂଗ୍ରାମ ଜାରି ରଖି କର୍କଟ ରୋଗୀଙ୍କୁ ବଞ୍ଚିବାର ପ୍ରେରଣା ଯୋଗାଇଥାନ୍ତି ଦେବାନନ୍ଦ

ବିଶ୍ବ ଗୋଲାପ ଦିବସ ଅବସରରେ

ଯନ୍ତ୍ରଣା ଭିତରେ ମଧ୍ୟ ସଂଗ୍ରାମ ଜାରି ରଖି କର୍କଟ ରୋଗୀଙ୍କୁ ବଞ୍ଚିବାର ପ୍ରେରଣା ଯୋଗାଇଥାନ୍ତି ଦେବାନନ୍ଦ

ବ୍ରହ୍ମପୁର ତା ୨୧.୦୯.୨୦୨୫ ରିଖ: ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୨ ତାରିଖକୁ ବିଶ୍ୱ ଗୋଲାପ ଦିବସ ବା World Rose Day ଭାବରେ ପାଳନ କରାଯାଏ । କ୍ୟାନସର ପୀଡିତାଙ୍କ ମନରେ ସକାରାତ୍ମକ ଭାବନାର ଉଦ୍ରେକ କରିବାକୁ ସାରା ବିଶ୍ୱରେ ସେପ୍ଟେମ୍ବର ୨୨ ଆଜିର ଦିନକୁ ଗୋଲାପ ଦିବସ ଭାବେ ପାଳନ କରାଯାଉଛି । ସମାଜରେ ସ୍ନେହ, ପ୍ରେମ, ସହ ନୂତନ ଆଶା ସଂଚାର କରିବା ହିଁ ଏହି ଦିବସ ପାଳନର ମୂଳଲକ୍ଷ । ପ୍ରକୃତରେ କାନାଡିଆନ୍ ଝିଅ ମେଲୀଣ୍ଡା ରୋଜ ନାମକ ଜଣେ ମହିଳାଙ୍କ ସମ୍ମାନାର୍ଥେ ହିଁ ଏହି ଦିବସଟି ପାଳିତ ହୋଇ ଆସୁଛି । ୧୯୯୪ରେ ମାତ୍ର ୧୨ ବର୍ଷ ବୟସରେ ରକ୍ତ କ୍ୟାନ୍ସରରେ ପୀଡିତ ହୋଇ ଯନ୍ତ୍ରଣା ପାଉଥିବାବେଳେ ଡାକ୍ତର ତାଙ୍କୁ ମାତ୍ର ଦୁଇ ସପ୍ତାହର ସମୟ ଦେଇଥିଲେ । ହେଲେ ମେଲୀଣ୍ଡା ଭୟ ନକରି ବେଶ ଖୁସିରେ ରହିବାକୁ ଚେଷ୍ଟା କରୁଥିଲେ ।ତାଙ୍କର ଏହି ମନୋଭାବ ତାଙ୍କର ଆୟୁଷକୁ ୬ ମାସ ବଢାଇ ଦେଇଥିଲା । ଶେଷରେ ସେପ୍ଟେମ୍ବର ୨୨ ରେ ପ୍ରାଣ ହରାଇଥିଲେ ମେଲୀଣ୍ଡା ରୋଜ୍ । ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ ମନୋଭାବକୁ ପ୍ରତିଟି ପୀଡିତଙ୍କ ପାଖରେ ପହଂଚାଇବାକୁ ପ୍ରତିବର୍ଷ ଏହି ଦିନକୁ ସାରା ବିଶ୍ୱରେ ‘ରୋଜ ଡେ’ ଭାବେ ପାଳନ କରାଯାଉଛି ।ମେଲୀଣ୍ଡାଙ୍କ ଏହି ଅସାଧାରଣ କାମ ସମାଜକୁ ଏକ ନୂତନ ସନ୍ଦେଶ ଦେଇଥିଲା ।

ସେହି ପରି ବ୍ରହ୍ମପୁରର ମୁଖ କର୍କଟ ରୋଗୀ ତଥା ସମାଜସେବୀ ଡ ଦେବାନନ୍ଦ ଦାଶ ଗତ ୧୧ ବର୍ଷ ଧରି ନିଜେ କର୍କଟ ରୋଗରେ ପୀଡିତ ହୋଇ ଯନ୍ତ୍ରଣା କୁ ଭୂକ୍ଷେପ ନକରି ମଧ୍ୟ ନଅ ବର୍ଷ ଧରି ଏହି ଦିବସକୁ ଗଂଜାମ ଜିଲ୍ଲାର ବିଭିନ୍ନ କର୍କଟ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କର ମାନସିକ ଓ ଶାରିରୀକ ମନବଳକୁ ମଜବୁତ କରିବା ସହ ବଞ୍ଚିବାର ପ୍ରେରଣା ଯୋଗାଇଥାନ୍ତି।

ବିଶ୍ୱ ରୋଜ ଦିବସରେ ଡ ଦାଶ କର୍କଟ ରୋଗୀ ଏବଂ ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଗୋଲାପ, କାର୍ଡ, ଏବଂ ଉପହାର ପ୍ରଦାନ କରନ୍ତି, ସେ ମଧ୍ୟ ଏହି କଷ୍ଟଦାୟକ ଯାତ୍ରାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ।ଡ ଦାଶ ଯେପରି କଷ୍ଟ ଓ ଯନ୍ତ୍ରଣା ରେ ଜୀବନ କାଟୁଛନ୍ତି, ଅନ୍ୟ କେହି ସେପରି କଷ୍ଟ ନ ପାଆନ୍ତି ତାଙ୍କରି ମୂଳ ଲକ୍ଷ୍ୟ।ଯେହେତୁ ଆମେ ସମସ୍ତେ ଜାଣୁ ଯେ କର୍କଟ ରୋଗର ମୁକାବିଲା ଉଭୟ ଶାରୀରିକ ଏବଂ ମାନସିକ ଅଟେ, ଏବଂ ବିଶ୍ୱ ରୋଜ ଦିବସ ଭଳି ଘଟଣା ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ରୋଗୀମାନଙ୍କୁ ଆଭ୍ୟନ୍ତରୀଣ ଶକ୍ତିକୁ ମଜବୁତ ପ୍ରେରଣା ଯୋଗାଇଥଏ।କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ଜଣେ ରୋଗୀଙ୍କୁ ଏହି ଫୁଲ ଦେଲେ ଏହା ସେମାନଙ୍କ ମାନସିକ ଦୃଢ଼ତା ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଂଚାର କରିବ ବୋଲି ଡ ଦେବାନନ୍ଦ ଦାଶ ଆତ୍ମବିଶ୍ୱାସ ଓ ଦୃଢ ମନୋଭାବକୁ ବିଶ୍ୱାସ ରଖି ନିଜେ କଷ୍ଟ ପାଇ ମଧ୍ୟ ସମସ୍ତଙ୍କୁ ଖୁସି ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଡ ଦାଶ କହିଛନ୍ତି ଯେ ଆଜିର ଯୁବପିଢୀ ସଚେତନ ହୋଇ ମଦ୍ୟପାନ ଓ ତମାଖୁ ପଦାର୍ଥ ଠାରୁ ଦୂରେଇ ରହି ସୁସ୍ଥ ଜୀବନ ଗଠନ କରିବା ନିତ୍ୟାନ୍ତ ଆବଶ୍ୟକ । କର୍କଟ ରୋଗ ଏକ ସଂକ୍ରମିତ ରୋଗ ହୋଇ ନଥିବାରୁ କର୍କଟ ରୋଗୀଙ୍କ କେହି ଘୃଣା କରନ୍ତୁ ନାହିଁ।ଲୋକେ ରୋଗୀଙ୍କୁ ସହଯୋଗ କରିବା ସହ ତାଙ୍କ ମନୋବଳ ଦୃଢ଼ କରିବା ଦରକାର।ଯଦି କେହି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ତୁରନ୍ତ ଚିକିତ୍ସା କରାନ୍ତୁ। ବିଶ୍ଵର ସମସ୍ତ କର୍କଟ ରୋଗୀ ନିଜର ବିଶ୍ୱାସକୁ ନ ହରାଇ ମନକୁ ଖୁସୀରେ ରଖି ସଠିକ୍ ରାସ୍ତାରେ ଚାଲିଲେ ଏହି ରୋଗରୁ ମୁକ୍ତି ହୋଇ ସୁସ୍ଥ ଜୀବନ ଯାପନ କରିପାରିବ। 

( ମ ନି ସ ) 

Related posts

ନାବାଳିକାଙ୍କୁ ବଳାତ୍କାର ଘଟଣା : ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ : ବ୍ୟବହୃତ ଗାଡି ଜବତ

Sunil Chandra Nayak

Gopal Panda Promoted as ABDO of Nabarangpur Sadar Block

Sunil Chandra Nayak

ରାଇରଙ୍ଗପୁର ଲ୍ଯାମ୍ପର ଵାର୍ଷିକ ସାଧାରଣ ସଭା ୨୦୨୬-୨୭

Leave a Comment

error: Content is protected !!