ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାର ଆଲୋକ ବର୍ତ୍ତିକା ଶିକ୍ଷକର ଦେହାବସାନ ରେ ସମସ୍ତେ ଶୋକାକୁଳ 

ଶିକ୍ଷାର ଆଲୋକ ବର୍ତ୍ତିକା ଶିକ୍ଷକର ଦେହାବସାନ ରେ ସମସ୍ତେ ଶୋକାକୁଳ 

ନବରଙ୍ଗପୁର: (ତା-୧୦-୧୦-୨୦୨୫ ରିଖ )(ରବି ନାରାୟଣ ମହାନ୍ତି)ମୈଦଲ ପୁର ଅଞ୍ଚଳର ଲୋକପ୍ରିୟ ଅବସର ପ୍ରାପ୍ତ ଶିକ୍ଷକ ସାରଥୀ ଆଚାଯ୍ୟ ସାର ଙ୍କ ୭୫ ବର୍ଷରେ ପଦାର୍ପଣ କରିଥିଲେ ।ରାତ୍ରର ବ୍ରହ୍ମ ମୂହୁର୍ତ୍ତ ଚାରିଘଣ୍ଟା ରେ ଦେହାବସାନ ପରେ ଶିକ୍ଷକ ଙ୍କ ଆତ୍ମାର ସଦଗତି ପାଇଁ ପୁରୀ ସ୍ବର୍ଗ ଦ୍ଵାରରେ ଅନ୍ତେଷ୍ଟି କ୍ରିୟା ସମାପନ କରା ଯାଇଥିଲା।ମୈଦଲ ପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା ଆରମ୍ଭ ର ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ ସମୟ ଧରି ଶିକ୍ଷକତା ଭଳି ପୁଣ୍ୟ କର୍ମରେ ଯୋଡ଼ିହୋଇ ଏ ଅଞ୍ଚଳର ଲୋକଙ୍କୁ ଶିକ୍ଷାଦାନ ମାଧ୍ୟମରେ କେତେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ,ପୋଲିସ, ଡକ୍ଟର, ଉଚ୍ଚପଦସ୍ଥ ଅଧିକାରୀ ଗଠନ କରି ମୈଦଲ ପୁର ଅଞ୍ଚଳରେ ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଥିଲେ । ସେମଳା,ଗାଦବା କତରା, କାକୁଡି ଆମ୍ବ,ଗୋପିଗୁଡ଼ା, ଚ଼ରାମୂଳା,ଛାତ୍ରଛାତ୍ରୀମାନଙ୍କ ଭିତରେ ଶୋକର ଛାୟା ଖେଳି ଯାଇଛି ।ସାରଙ୍କ ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ ଦୁଃଖଦ ପ୍ରକାଶ କରିଥିଲେ ଓ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା ଜଣାଇଥିଲେ।ମୈଦଲ ପୁର ମାଟି ପ୍ରିୟ ଶିକ୍ଷକର ଦେହାବସାନ ରେ ସମସ୍ତେ ଶୋକାକୁଳ ପରିବେଶ ଭିତରେ ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ଶ୍ରୀପୟରରେ ଆନ୍ତରିକ ପ୍ରଣାମ ଜଣାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ୟୁଏଆଇଏଲ ପକ୍ଷରୁ ୫୪ତମ ସୁରକ୍ଷା ସପ୍ତାହ ପାଳିତ  “ସୁରକ୍ଷା ଓ ସ୍ୱାସ୍ଥ୍ୟ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ” 

masiha

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

masiha

“ମ୍ୟାଲେରିଆକୁ ହରାଇବା ଆମ ହାତରେ” ଶୀର୍ଷକରେ ପାଳିତ ହେଲା ବିଶ୍ୱ ମ୍ୟାଲେରିଆ ଦିବସ 

Sunil Chandra Nayak

Leave a Comment

error: Content is protected !!