ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସଚେତନା ବାର୍ତା ବାଣ୍ଟିଲା ରାଜନଗର ପୋଲିସ ପ୍ରଶାସନ

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସଚେତନା ବାର୍ତା ବାଣ୍ଟିଲା ରାଜନଗର ପୋଲିସ ପ୍ରଶାସନ

  କେନ୍ଦ୍ରାପଡ଼ା: (ମସିହା ନିୟୁଜ ) ପ୍ରତିଥାନା ର ଆଇଆଇସି ଙ୍କ ସଂଯୋଜକରେ ଏଵେ ଓଡ଼ିଶାର ଜନପ୍ରିୟ ସରକାର ମୋହନ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକ ଚାଲୁ ଅଛି!ଏଥି ମଧ୍ୟରୁ ସାଇବର ଠକେଇ ରୋକିବା ପାଇଁ ପ୍ରତି ଥାନା ଆଇ ଆଇସି ଙ୍କ ସଂଯୋଜକରେ ସଚେତନ କାର୍ଯ୍ୟକ୍ରମ ହେଉଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହାୟତାରେ ରାଜନଗର ଥାନା ର ଅଧିକାରୀ ଶ୍ରୀଯୁକ୍ତ ନରେଶ ସାହୁ । ଆଜି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଗସ୍ତ କରି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସଚେତନା ବାର୍ତା ବାଣ୍ଟି ଥିଲେ!ଆଜିର ଏହି କାର୍ଯ୍ୟକ୍ରମ ରେ କିପରି ବିଭିନ୍ନ ଉପାୟରେ ଠକେଇ କରି ଜନ ସାଧାରଣଙ୍କୁ ଲୁଟ୍ କରାଯାଇ ସର୍ବସାନ୍ତ କରାଯାଉଛି ଓ ଜନ ସାଧାରଣ ଙ୍କ ଅଜାଣତରେ ବିଭିନ୍ନ ଲିଁଙ୍କ୍ ଓ ଆପ୍ ବେବହାର ଦ୍ଵାରା କେଉଁ ଭଳି ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ବ୍ଲାକମେଲ୍ କରୁଛନ୍ତି ସେ ସମ୍ପର୍କରେ ସାବଧାନ ରହିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ତା ଦେଇଥିଲ!ସାଇବର ସଚେତନତା ଉପରେ ସେ ତାଙ୍କ ଅଭିଭାଷଣ ରେ କହିଥିଲେ ଯଦି କିଏ ଅଜଣା ଲୋକ ଆମକୁ କଲ୍ କରି ଓଟି ପି ମାଗେ ଆମେ ତାକୁ ଓଟିପି ଦେବା ନାହିଁ। ଏହି କାର୍ଯ୍ୟ କ୍ରମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟାପକ ଅଞ୍ଚଳର ସମାଜ ସେବୀ ଓ ଥାନାର ଅନ୍ୟତମ ଅଧିକାରୀ ସାଇବର ସଚେତନତା ଉପରେ ଆଲୋକ ପାତ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ଅମୁଲ୍ୟ ବିଶ୍ୱାଳ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳ ତରଫରୁ ସ୍ଥାନୀୟ ଭାଗିରଥି ସାଗର ଠାରେ ସଫେଇ ଅଭିଯାନ ଅନୁଷ୍ଠିତ

Sunil Chandra Nayak

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

ରାଇରଙ୍ଗପୁର ବ୍ଳକ ପରିସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ

Sunil Chandra Nayak

Leave a Comment

error: Content is protected !!