ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସଚେତନା ବାର୍ତା ବାଣ୍ଟିଲା ରାଜନଗର ପୋଲିସ ପ୍ରଶାସନ

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସଚେତନା ବାର୍ତା ବାଣ୍ଟିଲା ରାଜନଗର ପୋଲିସ ପ୍ରଶାସନ

  କେନ୍ଦ୍ରାପଡ଼ା: (ମସିହା ନିୟୁଜ ) ପ୍ରତିଥାନା ର ଆଇଆଇସି ଙ୍କ ସଂଯୋଜକରେ ଏଵେ ଓଡ଼ିଶାର ଜନପ୍ରିୟ ସରକାର ମୋହନ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକ ଚାଲୁ ଅଛି!ଏଥି ମଧ୍ୟରୁ ସାଇବର ଠକେଇ ରୋକିବା ପାଇଁ ପ୍ରତି ଥାନା ଆଇ ଆଇସି ଙ୍କ ସଂଯୋଜକରେ ସଚେତନ କାର୍ଯ୍ୟକ୍ରମ ହେଉଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହାୟତାରେ ରାଜନଗର ଥାନା ର ଅଧିକାରୀ ଶ୍ରୀଯୁକ୍ତ ନରେଶ ସାହୁ । ଆଜି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଗସ୍ତ କରି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସଚେତନା ବାର୍ତା ବାଣ୍ଟି ଥିଲେ!ଆଜିର ଏହି କାର୍ଯ୍ୟକ୍ରମ ରେ କିପରି ବିଭିନ୍ନ ଉପାୟରେ ଠକେଇ କରି ଜନ ସାଧାରଣଙ୍କୁ ଲୁଟ୍ କରାଯାଇ ସର୍ବସାନ୍ତ କରାଯାଉଛି ଓ ଜନ ସାଧାରଣ ଙ୍କ ଅଜାଣତରେ ବିଭିନ୍ନ ଲିଁଙ୍କ୍ ଓ ଆପ୍ ବେବହାର ଦ୍ଵାରା କେଉଁ ଭଳି ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ବ୍ଲାକମେଲ୍ କରୁଛନ୍ତି ସେ ସମ୍ପର୍କରେ ସାବଧାନ ରହିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ତା ଦେଇଥିଲ!ସାଇବର ସଚେତନତା ଉପରେ ସେ ତାଙ୍କ ଅଭିଭାଷଣ ରେ କହିଥିଲେ ଯଦି କିଏ ଅଜଣା ଲୋକ ଆମକୁ କଲ୍ କରି ଓଟି ପି ମାଗେ ଆମେ ତାକୁ ଓଟିପି ଦେବା ନାହିଁ। ଏହି କାର୍ଯ୍ୟ କ୍ରମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟାପକ ଅଞ୍ଚଳର ସମାଜ ସେବୀ ଓ ଥାନାର ଅନ୍ୟତମ ଅଧିକାରୀ ସାଇବର ସଚେତନତା ଉପରେ ଆଲୋକ ପାତ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ଅମୁଲ୍ୟ ବିଶ୍ୱାଳ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

Sunil Chandra Nayak

ଗଣ୍ଡିଦା ରାମକୃଷ୍ଣ ସେବାଶ୍ରମରେ ଆଲୋଚନା ଚକ୍ର

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!