ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଇକୋ କ୍ଲବ ଆନୁକୂଲ୍ୟରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରକଳ୍ପ ମେଳା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନି କାର୍ଯ୍ୟକ୍ରମ ରେ ବିଇଓ ମହେଶ ଭାଟି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ, ସ୍ୱତନ୍ତ୍ର ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ସମ୍ମାନିତ ଅତିଥି ଭାବେ ଗୋଷ୍ଠି ସାଧନ କେନ୍ଦ୍ର ସଭାପତି ତଥା ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା,ସମ୍ପାଦକ ଛବେନ୍ଦ୍ର ନାଏକ, ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ତୋଫାନ ମାଝୀ,ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରୂପସିଂ ରାଉତ ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନ ପ୍ରଦର୍ଶନ ପତାକା ଉତ୍ତୋଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହା ସହ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ରେ ବିଜ୍ଞାନ ବିଷୟବସ୍ତୁ ଆଧାରିତ ୯୧ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅତିଥିମାନେ ବିଭିନ୍ନ ପ୍ରକଳ୍ପ ଓ ଏହାର ଉପାଦେୟ କାର୍ଯ୍ୟକାରିତା ବିଷୟରେ ଛାତ୍ରଛାତ୍ରୀ ଙ୍କ ଠାରୁ ଶୁଣିବା ସହ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମ ର ଉଦଯାପିତ ଦ୍ଵିତୀୟ ଅଧିବେଶନ କାର୍ଯ୍ୟକ୍ରମ ରେ ବିଇଓ ମହେଶ ଭାଟି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମ ରାଣି ପଣ୍ଡିତ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ଗୋଷ୍ଠି ସାଧନ କେନ୍ଦ୍ର ସଭାପତି ସୁଧୀର କୁମାର ପଣ୍ଡା,ସମ୍ପାଦକ ଛବେନ୍ଦ୍ର ନାଏକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପ କୁ ଉଚ୍ଚ ପ୍ରଶଂସିତ କରିବା ସହ ଜୟ ବିଜ୍ଞାନ ଜୟ ଅନୁସନ୍ଧାନ ଉଦ୍ଦେଶ୍ୟ କୁ ସାଧିତ କରିବାକୁ ପରାମର୍ଶ ଦେଇଥିଲେ। ବ୍ଲକ ସ୍ତରରେ ୧୭ ଟି ପ୍ରକଳ୍ପ ବିଚାରକ ଙ୍କ ଦ୍ଵାରା ମନୋନୀତ ହୋଇ ଜିଲ୍ଲା ସ୍ତରୀୟ ରେ ଭାଗ ନେବାକୁ ବିବେଚିତ ହୋଇଛି।ମଞ୍ଚ ସଂଯୋଜନା ରେ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ଷଢଙ୍ଗୀ, ବିଜୟଲକ୍ଷ୍ମୀ ସିଂ, ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ। 

Related posts

ସଡ଼କ ଦୁର୍ଘଟଣାରେ ଜଗନ୍ନାଥ ଗିରିଙ୍କ ଅକାଳ ବିୟୋଗ — ଶୋକସନ୍ତପ୍ତ ପରିବାରକୁ କଂଗ୍ରେସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

କଳାହାଣ୍ଡିର ତିନି ଜଣ ପ୍ରତିଭାଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ -2023

Sunil Chandra Nayak

ଫ୍ୟୁଚର ପ୍ଲସ ଏଜୁକେଶନ ର ଶିକ୍ଷା ମହୋତ୍ସବ 

Leave a Comment

error: Content is protected !!