ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଜବତ ୧ ଗିରଫ 

ଗଞ୍ଜେଇ ଜବତ ୧ ଗିରଫ 

ଡାବୁଗାଁ, ୨୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଅବକାରୀ ବିଭାଗ ଶୁକ୍ରବାର ଗଞ୍ଜେଇ ଜବତ କରିବା ସହ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଅବକାରୀ ବିଭାଗ ଆଜି ପେଟ୍ରୋଲିଂ କରିବା ସମୟରେ ବୋରିଗାଁ ପଞ୍ଚାୟତ ଅଧୀନ ପରଶୁବେଢା ଗ୍ରାମ ଡମୁର ଭତ୍ରା (୬୦) ରାସ୍ତାରେ ଏକ ବ୍ୟାଗ ଧରି ଯାଉଥିବା ସମୟରେ ଅବକାରୀ ବିଭାଗ କର୍ମଚାରୀ ମାନ ଙ୍କୁ ସନ୍ଦେହ ହେବାରୁ ଡମୁର କୁ ଅଟକାଇ ତାର ବ୍ୟାଗ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଜଣାପଡିଥିଲା ଉକ୍ତ ବ୍ୟାଗରେ ଗଞ୍ଜେଇ ରହିଛି | ଏହାପରେ ଅବକାରୀ କର୍ମଚାରୀ ମାନେ ଡମୁର କୁ ଗିରଫ କରି ଅବକାରୀ କାର୍ଯ୍ୟ|ଳୟ କୁ ଆଣିଥିଲେ | ତାଙ୍କ ପାଖରୁ ୨ କି.ଗ୍ରା.୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି | ଅଭିଯୁକ୍ତ ଡମୁର ଭତ୍ରା ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଜବତ ଗଞ୍ଜେଇ ର ସରକାରୀ ମୁଖ୍ୟ ୨୧ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୬/୨୦୨୫-୨୬ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରିକ୍ଷକ ସମୀର କୌଶଲ୍ୟା, ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋୟୀ, ଗତୁଲ ନାୟକ, ବିବେକାନନ୍ଦ ସାହୁ ଓ ସୁରେଖା ଭତ୍ରା ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

୩୫ କେଜି ଗଞ୍ଜେଇ ଜବତ ସହ ୪ ଜଣ ମହିଳା କୁ ଗିରଫ କଲା ଖଜୁରିପଡା ଥାନା ପୋଲିସ

Sunil Chandra Nayak

ପାଣି ମାଗି ପିଇବା ପରେ ଜଙ୍ଗଲ କାଟିବା କୁ ବିରୋଧ କରି ଗୁଳି କରି ଯୁବକକୁ ହତ୍ୟା ,ରାଇଘର ଅଂଚଳ ରେ ପୁଣି ମାଓ ହିଂସା 

Sunil Chandra Nayak

ହଷ୍ଟେଲ ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ 

Sunil Chandra Nayak

Leave a Comment

error: Content is protected !!