ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ପତ୍ରକାର ସଂଘ ପକ୍ଷରୁ ବାର୍ଷିକଉତ୍ସବ ପାଳନ ସହ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯୁବ ପତ୍ରକାର ସଂଘ ପକ୍ଷରୁ ବାର୍ଷିକଉତ୍ସବ ପାଳନ ସହ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ବାର୍ଷିକ ଉତ୍ସବ କପାଣି ସ୍ଥିତ ବନଦୂର୍ଗା ଫରେଷ୍ଟ ନର୍ସରୀ ଠାରେ ପାଳିତ ହୋଇଯାଇଛି। କପାଣି ସ୍ଥିତ ମାଁ ବନଦୂର୍ଗା ଦେବୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏଥିରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ ରବିନ୍ଦ୍ର କୁମାର ମେହେର, ଡ ଅମୃତାଶଂ ମେହେର ଙ୍କ ସହ ଯୁବ ପତ୍ରକାର ସଂଘ ର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ। ପରେ ସଂଘ ସଭାପତି କରୁଣାକର ବୁଡେକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ପ୍ରଥମେ କେକ୍ କଟା ଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା। ମାନବ ସେବା ହିଁ ମାଧବ ସେବା ଉକ୍ତି କୁ ଉପଲବ୍ଧ କରି ସଂଘ ପକ୍ଷରୁ ଆଗାମୀ ଦିନରେ ସାମାଜିକ ତଥା , ରକ୍ତଦାନ ଶିବିର , ମାଗଣା ସ୍ବାସ୍ଥ୍ୟ ଶିବିର ,ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଶେଷ କରି ଗ୍ରାମାଞ୍ଚଳ ସମସ୍ୟା ଭର୍ତ୍ତିକ ଖବର ପରିବେଷଣ କରିବାକୁ ସଂଘ ସଭାପତି ଶ୍ରୀ ବୁଡେକ ମତବ୍ୟକ୍ତ କରିଥିଲେ। ଏଥିରେ ଯୁବ ପତ୍ରକାର ସଂଘ ଉପସଭାପତି ଗୋରେଖନାଥ ବରିହା, ସଂପାଦକ ଲଲିତ ମଲ୍ଳିକ, ସହ ସଂପାଦକ ଗୁଣନିଧି ପୁଟେଲ କୋଷାଧ୍ୟକ୍ଷ ଘନ ଭୂଏ, ମୂଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ, ଭଜଶଙ୍କର ଦୀପ, ରଙ୍ଗାଧର ପୁଟେଲ, ମନୋଜ ଧରୁଆ ମେଘ ବର୍ଗେ,ଶେଷଦେବ ସିଂ ନାୟକ,ରଘୁରଣା,ଅଭିମନ୍ୟୁ ବାଗ ଚନ୍ଦ୍ରଶେଖର ବରିହା, ଗୌରୀ ଶଙ୍କର ବରିହା,ଭୋଜରାଜ ବରିହା,ଘନବରିହା ,ଶୁଭେନ୍ଦୁ ବେହେରା ପ୍ରମୁଖ ଙ୍କ ସହ ଅନ୍ୟ ପ୍ରତ୍ରକାର ବନ୍ଧୁ ମାନେ ଉପସ୍ଥିତ ଥିଲେ। ଉପସଭାପତି ଗୋରେଖନାଥ ବରିହା ପରିଚାଳନା କରିଥିବା ବେଳେ ମୂଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ ସପ୍ତାହ

Sunil Chandra Nayak

ଏନ୍ ଏସ ପି ସି ଏଲ୍ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ମୃତ୍ୟୁ ଘଟଣା,ଚାକିରି ଓ କ୍ଷତିପୂରଣ ପ୍ରଦାନ ପାଇଁ ସି ଆଇ ଟି ୟୁ ସହିତ ଚୁକ୍ତିନାମା ସ୍ବାକ୍ଷରିତ

masiha

ବଜ୍ରପାତରେ ଜଣେ ମୃତ, ୪ ଜଣ ଗୁରୁତର

Sunil Chandra Nayak

Leave a Comment

error: Content is protected !!