ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳସଯାତ୍ରା ସହ ଖପରାମାଲ ରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ

କୋକସରା,୮/୫- (ମ ନି ସ)    କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଖପରାମାଲ ଠାରେ ରବିବାର ଠାରୁ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା ସହ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳ ରୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ମଙ୍ଗଳବାର ସକାଳ ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି । ମୋହିତ କୁମାର ରାଉତ ସପତ୍ନୀକ ପୂଜାକର୍ତ୍ତା ଭାବେ ପୁଜାପାଠ କାର୍ଯ୍ୟ ତୁଲାଇବେ। ଖପରାମାଲ ଗ୍ରାମ୍ୟ କମିଟି ପକ୍ଷରୁ ପ୍ରହରୀ କମିଟି ସଭାପତି ସଦାନନ୍ଦ ରାଉତ, ସମ୍ପାଦକ ଅଗସ୍ତି ପୁଝାରି, କୋଷାଧ୍ୟକ୍ଷ କୌଶିକ ବାଗ, ସୁରେନ୍ଦ୍ର ବାଗ, ଚିତ୍ତ ଛାତ୍ରିଆ, ଚିତ୍ର ମଶ୍ରା, ଅଶେ ରାଉତ, କାହ୍ନୁ ରାଉତ, ଛବିଲ ରାଉତ, ଯୁବରାଜ ଛାତ୍ରିଆ, ଗଣେଶ ରାଉତ ପ୍ରମୁଖ ଓ ଗ୍ରାମବାସୀ ମାନେ ଅଷ୍ଟ ପ୍ରହର ନାମଯଜ୍ଞ ପରିଚାଳନା ପାଇଁ ସହଯୋଗ କରୁଥିବା ଜଣାପଡିଛି।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏମିତି ମିଛୁଆ ମୁହିଁ

Sunil Chandra Nayak

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!