ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍  ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ

ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍ 

ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ

ରାଉରକେଲା, ୨୮ ମାର୍ଚ୍ଚ ୨୦୨୬: ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଉରକେଲା ଅଗ୍ନିଶମ ବାହିନୀ ପକ୍ଷରୁ ଉଦିତ ନଗର ପଡ଼ିଆ ଠାରେ ଏକ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ବାସିନ୍ଦା ତଥା ରାଉରକେଲା ମହାନଗର ନିଗମର ଉପରିସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିଭଳି ପାରମ୍ପରିକ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଉପାୟରେ ନିଆଁ ନିୟନ୍ତ୍ରଣ କରାଯାଇପାରିବ ଅଗ୍ନିଶମ ବାହିନୀର ଯବାନମାନେ ତାହାର କଳା କୌଶଳ ପ୍ରଦର୍ଶନ କରିଥିଲେ।

ଅଗ୍ନିକାଣ୍ଡ ସମୟରେ କିପରି ଜଣେ ବ୍ୟକ୍ତିକୁ ସଫଳତାର ସହ ଉଦ୍ଧାର କରାଯାଇ ପାରିବ, ମୋଟର ଫାୟାର ଇଞ୍ଜିନ୍ ସହ ପାରମ୍ପରିକ ହୋସ୍ ଓ ମନିଟର ବ୍ୟବହାର କରି କିପରି ନିଆଁ ନିର୍ବାପନ କରାଯାଇ ପାରିବ ତାହା ପ୍ରଦର୍ଶିତ ହୋଇଥିଲା। ବିପଦଜ୍ଜନକ ତଥା ବ୍ଳାଷ୍ଟିଙ୍ଗ ସାମଗ୍ରୀ ଥିବା ସ୍ଥାନ ଗୁଡିକରେ ସ୍ଵତନ୍ତ୍ର ରୋବଟିକ ମନିଟରର ବ୍ୟବହାର ଦ୍ଵାରା ଅତ୍ୟାଧୁନିକ ପଦ୍ଧତିରେ କିଭଳି ନିଆଁକୁ ଆୟତ୍ତ କରାଯାଇ ପାରିବ ତାହା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଅଏଲ ଫାୟାରକୁ କିଭଳି ମିଷ୍ଟ ଟେକ୍ନୋଲୋଜି ଦ୍ଵାରା ଲିଭା ଯାଇ ପାରିବ ତାହା ସହ କୌଣସି ବିପର୍ଯ୍ୟୟ ସମୟରେ ହାଇଡ୍ରୋଲିକ୍ସ ପାୱାର ପ୍ୟାକ୍ ବ୍ୟବହାର କରି କିଭଳି ଲୋକଙ୍କୁ ଉଦ୍ଧାର କରାଯାଇପାରିବ ତାହାର ମଧ୍ୟ ପ୍ରଦର୍ଶନ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ଡେପୁଟି ଫାୟାର ଅଫିସର ଶ୍ରୀଯୁକ୍ତ ଉମାକାନ୍ତ ନାୟକ, ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଗ୍ରାମ ହାଁସଦା, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ପ୍ରଦୀପ କୁମାର ନାୟକ, ପ୍ରମୁଖ ଅଗ୍ନିଶମ କର୍ମଚାରୀ କ୍ଷେତ୍ରବାସୀ ପ୍ରଧାନ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ବିଭିନ୍ନ ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ମରାମତି ପାଇଁ ଦାବୀ

masiha

ବିବେକସେନା ତରଫରୁ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ମାଉଣ୍ଟ ଏଭରେଷ୍ଟ ଦିବସ ପାଳିତ

Leave a Comment

error: Content is protected !!