ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଗପୁର ଗ୍ରାମରେ 14ଦିନ ଧରି ରାମ ଲୀଳା ନାଟକ ପରିବେଷଣ 

ବାଗପୁର ଗ୍ରାମରେ 14ଦିନ ଧରି ରାମ ଲୀଳା ନାଟକ ପରିବେଷଣ 

 କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଗପୁର ପଞ୍ଚାୟତ ସ୍ଥିତ ବାଗପୁର ଗ୍ରାମରେ ଜୟ ଶ୍ରୀରାମ ନବମୀ କମିଟି ର କଳାକାର ମାନଙ୍କୁ ନେଇ ରାମ ଲୀଳା ନାଟକ ମହାସମାରୋହରେ ପାଳିତ ହେଉଅଛି, ଦୀର୍ଘ 38ବର୍ଷ ଧରି ରାମଲୀଳା ନାଟକ ପରିବେଷଣ ହେଉଅଛି, ପ୍ରଥମ କରି ରାମ ଲୀଳା ନାଟକ ଉଯୋଗ କର୍ତା ଭାବେ ବାଗପୁର ଗ୍ରାମର ଗୌନ୍ତିଆ ସ୍ୱର୍ଗତ ଦୋଳ ଚନ୍ଦ୍ର ବାଗ ଓ ତାଙ୍କ ଧର୍ମ ପତ୍ନୀ ସ୍ବର୍ଗତ କୌଶଲ୍ୟା ବାଗ କାର୍ଯ୍ୟ ସମ୍ପାଦନା କରି ଆସୁ ଥିବା ବେଳେ ତାଙ୍କର ସ୍ୱର୍ଗ ଧାମ ପରେ ତାଙ୍କର ପୁତ୍ର ବଧୂ ବାଗପୁର ଗୌନ୍ତିଆ ଥବିର ଚନ୍ଦ୍ର ବାଗ ଓ ତାଙ୍କ ସହ ଧର୍ମିଣୀ ସତ୍ୟ ବତୀ ବାଗ କାର୍ଯ୍ୟ ତୁଲାଉଛନ୍ତି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାମ ଲୀଳା ନାଟକ ନୁଆଁ କଳାକାର ମାନଂକୁ ନେଇ, ବହୁତ ଯାକ ଯମକ ରେ ନାଟକ ମଞ୍ଚସ୍ଥ ହେଉଛି, ଯାହାକି 14ଦିନ ଧରି ନାଟକ ଉତ୍ସବ ହୋଇ ଥାଏ, ପୁରୁଣା ଓ ନୁଆଁ କଳାକାର ମାନଙ୍କ କଳା ପ୍ରଦର୍ଶନ ବେଶ ଲୋକମାନଙ୍କୁ ଆକୃଷ୍ଠ କରୁଛି, ନାଟକ ଦେଖିବାକୁ ଗ୍ରାମ ତଥା ଆଖ ପାଖର ଲୋକେ ସମାଗମ ଦେଖିବାକୁ ମିଳୁଛି l ନାଟକ କଳାକାର ମାନଙ୍କ ନିଖୁଣ ଅଭିନୟ ବେଶ ଆକର୍ଷିତ କରୁଛି, ରାମ ଲୀଳା ନାଟକ 14 ଦିନ ଧରି ଚାଲି ଥିବା ବେଳେ ଅଞ୍ଚଳ ବେଶ ଉଛବ ମୁଖରିତ ହେଉଛି l ପ୍ରତିବର୍ଷ 14ଦିନ ଧରି ଶ୍ରୀରାମ ପ୍ରଭୁ ଙ୍କ ପୂଜା ଅର୍ଚନା ରୀତି ନୀତି ଅନୁସାରେ ସକାଳେ ଓ ସାନ୍ଧ୍ୟ ରେ ହେଉଛି ଓ ପ୍ରସାଦ ସେବନ ବ୍ୟବସ୍ଥା ରହିଥିବା ବେଳେ ପୂଜକ ଭାବେ ରଥ ପ୍ରସାଦ ପାଢ଼ୀ, କର୍ତା ଭାବେ ନୃପ ରାଜ ସାହୁ, କୁମୁଦିନୀ ସାହୁ କାର୍ଯ୍ୟ ତୁଲାଉ ଛନ୍ତି l ଏହି ନାଟକ ଟି ମଞ୍ଚସ୍ଥ କଳାକାର ମାନଙ୍କ ଅଭିନୟ ରେ ଅଛନ୍ତି : ମୀନକେତନ ମାଝୀ, ରଥ ବାଗ, ପରମାନନ୍ଦ ବାଗ, ହରି କରୁଆଁ, ଗୋବିନ୍ଦ ଚନ୍ଦନ, ନୃପ ରାଜ ସାହୁ,ତ୍ରିଲୋଚନ ଚନ୍ଦନ, ଝାସକେତନ ବାଗ,କ୍ଷମା ସାହୁ,ରାଘବ ଭୋଇ, ନରୋତମ ସାହୁ, ବିପିନ ଚନ୍ଦନ, ଡିଙ୍ଗର ମାଝୀ ସନ୍ତୋଷ ଚନ୍ଦନ, ତେଜରାଜ ସାହୁ,ଶେଷ ଦେବ ବାଗ, ଲମ୍ବୋଦର ଚନ୍ଦନ, ଡୁଲା ମଣି ଚନ୍ଦନ,ବସନ୍ତ ବଗର୍ତ୍ତୀ, ଆକାଶ ବିଶି,ଭକ୍ତ ଚରଣ ଚନ୍ଦନ, ଅନାଦି ଭୋଇ,ରିମାଞ୍ଚଳ ସାହୁ, ପୁରୁନ୍ଦର ମାହାର,ମୁରଲୀ ଧର ବାଗ, କିଆବନ ମାଝୀ, ଘାଷି ରାମ ସାହୁ, ରାଜୁ ସାହୁ, ଲମ୍ବୋଦର ସାହୁ, ହିରଣ୍ୟ ପୋଢ଼, ଘାଷୀ ରାମ ମାହାର,ରାଜେଶ ସାହୁ ସମୀର ପାଢ଼ୀ, ଅରକ୍ଷିତ ଚନ୍ଦନ, ପୀତବାସ ଚନ୍ଦନ, ଶଙ୍କର ସାହୁ, ଲୋଚନ ବାଗ, ଭଜ ରାଜ ମାଝୀ ଓ ଏହି ବର୍ଷ ର ନୁଆଁ କଳାକାର ମାନେ ହେଲେ ଅଭିନାଶ କରୁଆଁ, କଳିଙ୍ଗ କରୁଆଁ, ବିକାଶ ମାଝୀ, ବେଳାର ଚନ୍ଦନ, ଛନ୍ଦା ଚରଣ ଚନ୍ଦନ, ସରୋଜ ସାହୁ, କୁନି କୁନି କଳାକାରମାନେ ହେଲେ ପ୍ରିତମ ବାଗ,ସାହିଲ କରୁଆଁ, ସମୀର କରୁଆଁ ଆୟୁଷ ମାଝୀ ନାଟକ ବିଭିନ୍ନ ଭୁମିକାରେ ଥିବା ବେଳେ ବାଦ୍ୟ ଯନ୍ତ୍ର ରେ ମ୍ୟୁଜିକ :ଭୁବନେଶ୍ୱର ବାଗ, ଲୋଚନ ବାଗ, ତ୍ରିଲୋଚନ ଚନ୍ଦନ ଓ ପେଣ୍ଟିଙ୍ଗ ମାଷ୍ଟର ରେ ତ୍ରିଲୋଚନ ଚନ୍ଦନ, ନାଗରାରେ ଧୀର ମାଝୀ, ଲମ୍ବୋଦର, ଭକ୍ତ, ହରି, ଅଲେଖ, ବେଳାର, ଭଜ, ରିମାଞ୍ଚଳ ଆଦିକଳାକାର ମାନେ ସହଯୋଗ କରି ନାଟକ ପରିବେଷଣ କରୁଛନ୍ତି lଯାହାକି 26/03/26 ତାରିଖରେ ଅଧିବାସ ଓ 27ରେ ନାଟକ ଆରମ୍ଭ ହୋଇଥିବା ବେଳେ 10/04/26ତାରିଖ ଶୁକ୍ରବାର ପୂର୍ଣ୍ଣାହୁତି ହେବ ବୋଲି କମିଟି ସଭାପତି ମତ ରଖିଥିଵା ବେଳେ ବାଗପୁର ଗ୍ରାମ ବାସୀଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖନା ସହିତ ଶ୍ରୀରାମ ଲୀଳା ନାଟକ ଓ ପୂଜା ଅର୍ଚନା ଚାଲିଛି l 

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୫ପ୍ରାଣୀ |ବଳି ମଝିଙ୍କୁ ଆବାସ ଘର କେବେ ?

masiha

ବଡଓଲମା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ଓ ଶିକ୍ଷକ,ଶିକ୍ଷୟତ୍ରୀ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!