ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟା ପାଣିରେ ଭାସିଗଲା ପୂଜାରୀଗୁଡାରୁ ବାଙ୍ଗାପାଲି ରାସ୍ତା ଉପରେ ଥିବା ବ୍ରିଜ:ଯାତାୟାତ ରେ ଘୋର ଅସୁବିଧା 

ବନ୍ୟା ପାଣିରେ ଭାସିଗଲା ପୂଜାରୀଗୁଡାରୁ ବାଙ୍ଗାପାଲି ରାସ୍ତା ଉପରେ ଥିବା ବ୍ରିଜ:ଯାତାୟାତ ରେ ଘୋର ଅସୁବିଧା 

 ନବରଙ୍ଗପୁର:(୨୪|୮)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭଣ୍ଡାରୀ ଗୁଡା ଗ୍ରାମ ପଞ୍ଚାୟତ ଅଧିନ ପୁଜାରୀଗୁଡା ଓ ବାଙ୍ଗାପାଲି ରାସ୍ତାରେ ଥିବା ବ୍ରିଜ୍ ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ଯୋଗୁଁ ଭାଙ୍ଗି ଯାଇଛି ବ୍ରିଜ l ଯାହା ଫଳରେ ପୂଜାରୀ ଗୁଡାଦେଇ ବାଂଗାପାଲି ହୋଇ ଲକ୍ଷ୍ମୀ ବସ ରାଜପୂର୍ ଆଉ ଯାଇ ପାରିବ ନାହିଁ l କାରଣ ଉକ୍ତ ରାସ୍ତା ଦେଇ ରାଉତଗୁଡା, କର୍ଲୋବେଡା , ଖୋଡିଆଗୁଡା , ଜାମ୍ ପଦର, ସିନ୍ଧିଗାଁ ଲୋକ ଯାତାୟାତ ନେଇ ହନ୍ତ ସନ୍ତ ହେଲେଣି l ଏଣୁ ତୁରନ୍ତ ଉକ୍ତ ରାସ୍ତାରେ ଜରୁରୀ ବ୍ରିଜ୍ ର ଆବଶ୍ୟକ ରହିଛି, ଏହା ଜନ ସାଧାରଣ ଦୃଢ଼ ଦାବୀ କରୁଛନ୍ତି l ନଚେତ୍ ଏଇ ବର୍ଷା ଦିନରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯିବ, ଫଳରେ ରୋଗୀ ସେବା, ବିଦ୍ୟାଧ୍ୟୟନ ରେ ବିଦ୍ୟାଦାନ ସେବା, ଯାତାୟାତ ସୁବିଧା ସମ୍ପୂର୍ଣ୍ଣ ଅସୁବିଧା ଭୋଗିବେ ଅଂଚଳବାସୀ l ଏଣୁ ତୁରନ୍ତ ବର୍ତ୍ତମାନ ପାଇଁ ଅସ୍ଥାୟୀ ଯାତାୟତର ସୁବିଧା ଜିଲ୍ଳା ପ୍ରଶାସନ ସୁ ଦୃଷ୍ଟି ପଡିବା ପାଇଁ ଜନସାଧାରଣରେ ଦୃଢ଼ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଥୁଆମୁଳ ରାମପୁରରେ ବ୍ଳକ୍ ସ୍ତରୀୟ ୭୪ ତମ ସାଧାରଣ ଦିବସ ପାଳିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ନିର୍ବାଚନ ସମ୍ପନ୍ନ: ରାକେଶ କୁମାର ଗୁପ୍ତା ସଭାପତି ଓ ଲିଙ୍ଗରାଜ ମହାନ୍ତି ସମ୍ପାଦକ ନିର୍ବାଚିତ 

Sunil Chandra Nayak

ମା ତାରିଣୀ ମହିଳା ଆରୋଗ୍ୟ ସମିତି ତରଫରୁ ଦହିପାଣି ବଣ୍ଟନ

masiha

Leave a Comment

error: Content is protected !!