ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଗଣନା ରଥର ଶୁଭାରମ୍ଭ

ଜନଗଣନା ରଥର ଶୁଭାରମ୍ଭ

ଆସିକା, ୧୦/୪/୨୬(ଶିବ ଶଙ୍କର ମିଶ୍ର ) ଚଳିତ ମାସର 16 ତାରିଖ ଠାରୁ ମେ ମାସର 15 ତାରିଖ ପର୍ଯ୍ୟନ୍ତ ଜନ ଗଣନା କରାଯିବ । ଲୋକ ମାନଙ୍କୁ ସଠିକ ଭାବରେ ତଥ୍ୟ ପ୍ରଦାନ ସହ ଜନ ଗଣନାକାରୀ ମାନଙ୍କୁ ଏଥିରେ ସହଯୋଗ କରିବା ଉଦ୍ଦେଶ୍ୟରେ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଧରାକୋଟ ତହସିଲ ତରଫରୁ ଜନ ଗଣନା ରଥର ଶୁଭାରମ୍ଭ କରାଯାଇଛି । ତହସିଲଦାର ତଥା ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସୁପର ଭାଇଯର ସୁଜ୍ଞାନି ବେହେରା,ସମସ୍ତ ରାଜସ୍ୱ ନିରୀକ୍ଷକ ଙ୍କ ଉପସ୍ଥିତିରେ ତହସିଲଦାର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଧରାକୋଟ ବ୍ଲକର 279 ହେଚ ଏଲ ବି ର ଗଣନା ପାଇଁ 41 ଜଣ ସୁପର ଭାଇଯର ଓ 242 ଜଣ ଗଣନାକାରି ଏହି ଜନ ଗଣନା ରେ ନିୟୋଜିତ ରହିବା ପାଇଁ ତାଲିମ ଗ୍ରହଣ କରିଛନ୍ତି । ଏହି ବିଭାଗର ତନ୍ମୟ ବେହେରା, ସୁଦୀପ୍ତ ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Related posts

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

Sunil Chandra Nayak

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

Leave a Comment

error: Content is protected !!