ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ

ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ

ଖଡ଼ିଆଳ,୨୮.୦୪. (ସୁଜିତ କୁମାର ପ୍ରଧାନ ) ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବ୍ୟାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ ମଙ୍ଗଳବାର ନୂଆପଡା ଜିଲ୍ଲା ଖଡ଼ିଆଳ ଯୋଡିସୀଆଲ ବାର ପରିସରରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଓଡ଼ିଶାରେ ଏହି ଦିନକୁ ଆଇନଜୀବୀ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଜୁଡ଼ିସିଆଲ ବାର ସଭାପତି ଗିରଧାରୀ ବିଭାର ଙ୍କ ସହିତ ସମସ୍ତ ଆଇନଜୀବୀ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ପରେ ମଧୁବାବୁ ଙ୍କ ନିତି ଆଦର୍ଶକୁ ନେଇ ଚର୍ଚ୍ଚା ହୋଇଥିଲା l ମଧୁସୂଦନ ଦାସ କେବଳ ଜଣେ ବାରିଷ୍ଟର ନୁହେଁ, ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳ ଶିଳ୍ପୀ ଥିଲେ। ନ୍ୟାୟ, ସ୍ୱାଭିମାନ ଓ ଓଡ଼ିଆ ଜାତିର ଏକତା ପାଇଁ ତାଙ୍କ ସଂଗ୍ରାମକୁ ସ୍ମରଣ କରି ବକ୍ତାମାନେ ତାଙ୍କ ଆଦର୍ଶ ଅନୁସରଣର ଆହ୍ୱାନ ଜଣାଇଥିଲେ। ଏହି ଜୟନ୍ତୀ ଉତ୍ସବରେ ସଭାପତି ଗିରିଧାରୀ ବିହାର, ସମ୍ପାଦକ ମନୋରଂଜନ ରାଉତ, ଶିବ ପ୍ରସାଦ ମେହେର, ଚିତ୍ତରଂଜନ ସିଂ ଦେଓ, ପ୍ରତାପ କିଶୋର ଜଗତ, ରବୀନ୍ଦ୍ର କୁମ୍ଭାର, ଭବେଶ ପାଣୀଗ୍ରାହୀ, ପୂର୍ଣ୍ଣା ଚନ୍ଦ୍ର ମେହେର, ନରେନ୍ଦ୍ର ମେହେର, ମନୋରଂଜନ ରାଉତ ଆଦିତ୍ୟ ମହାପାତ୍ର, ଶାମ୍ବ କୁମାର ସରାଫ, ସୁରେଶ ମେହେର, ଟିକେଶ୍ୱର ବେହେରା, ଟଙ୍କଧର ପଟେଲ, ସାନ୍ତୋଷ ପୁରୋହିତ, ଜୟ ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜନ୍ମଜୟନ୍ତୀ-୨୦୨୫ ପାଳିତ 

Sunil Chandra Nayak

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!