ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ

ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ

ଖଡ଼ିଆଳ,୨୮.୦୪. (ସୁଜିତ କୁମାର ପ୍ରଧାନ ) ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବ୍ୟାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ ମଙ୍ଗଳବାର ନୂଆପଡା ଜିଲ୍ଲା ଖଡ଼ିଆଳ ଯୋଡିସୀଆଲ ବାର ପରିସରରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଓଡ଼ିଶାରେ ଏହି ଦିନକୁ ଆଇନଜୀବୀ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଜୁଡ଼ିସିଆଲ ବାର ସଭାପତି ଗିରଧାରୀ ବିଭାର ଙ୍କ ସହିତ ସମସ୍ତ ଆଇନଜୀବୀ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ପରେ ମଧୁବାବୁ ଙ୍କ ନିତି ଆଦର୍ଶକୁ ନେଇ ଚର୍ଚ୍ଚା ହୋଇଥିଲା l ମଧୁସୂଦନ ଦାସ କେବଳ ଜଣେ ବାରିଷ୍ଟର ନୁହେଁ, ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳ ଶିଳ୍ପୀ ଥିଲେ। ନ୍ୟାୟ, ସ୍ୱାଭିମାନ ଓ ଓଡ଼ିଆ ଜାତିର ଏକତା ପାଇଁ ତାଙ୍କ ସଂଗ୍ରାମକୁ ସ୍ମରଣ କରି ବକ୍ତାମାନେ ତାଙ୍କ ଆଦର୍ଶ ଅନୁସରଣର ଆହ୍ୱାନ ଜଣାଇଥିଲେ। ଏହି ଜୟନ୍ତୀ ଉତ୍ସବରେ ସଭାପତି ଗିରିଧାରୀ ବିହାର, ସମ୍ପାଦକ ମନୋରଂଜନ ରାଉତ, ଶିବ ପ୍ରସାଦ ମେହେର, ଚିତ୍ତରଂଜନ ସିଂ ଦେଓ, ପ୍ରତାପ କିଶୋର ଜଗତ, ରବୀନ୍ଦ୍ର କୁମ୍ଭାର, ଭବେଶ ପାଣୀଗ୍ରାହୀ, ପୂର୍ଣ୍ଣା ଚନ୍ଦ୍ର ମେହେର, ନରେନ୍ଦ୍ର ମେହେର, ମନୋରଂଜନ ରାଉତ ଆଦିତ୍ୟ ମହାପାତ୍ର, ଶାମ୍ବ କୁମାର ସରାଫ, ସୁରେଶ ମେହେର, ଟିକେଶ୍ୱର ବେହେରା, ଟଙ୍କଧର ପଟେଲ, ସାନ୍ତୋଷ ପୁରୋହିତ, ଜୟ ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

Related posts

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

masiha

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!