ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୮ ତାରିଖ : ସୁରକ୍ଷିତ କର୍ମଜୀବନ,ସ୍ୱାଭିମାନୀ ଜାତିଗଠନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୮ ତାରିଖ : ସୁରକ୍ଷିତ କର୍ମଜୀବନ,ସ୍ୱାଭିମାନୀ ଜାତିଗଠନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ

ଡ଼ା. ଦେବୀ ପ୍ରସାଦ ମିଶ୍ର,

ଆଜି ଏପ୍ରିଲ୍ ୨୮ ତାରିଖ;ଇତିହାସର ପୃଷ୍ଠା ଓଲଟାଇଲେ ଆଜିର ଦିନଟି ବିଶ୍ୱ,ଭାରତ ଓ ଓଡ଼ିଶା ପାଇଁ ଅନେକ ସ୍ମୃତି ଓ ଗୁରୁତ୍ୱ ବହନ କରେ।

ଆଜିର ବିଶେଷତ୍ୱ ହେଉଛି ଯେ ଆଜି ସାରା ବିଶ୍ୱରେ ” ବିଶ୍ୱ କର୍ମସ୍ଥଳୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ “ପାଳିତ ହେଉଛି।କର୍ମକ୍ଷେତ୍ରରେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ।ଏହା ସହ ଆଜି “ଶ୍ରମିକ ସ୍ମୃତି ଦିବସ”ଭାବେ ମଧ୍ୟ ନାମିତ,ଯାହା କାର୍ଯ୍ୟସ୍ଥଳୀରେ ପ୍ରାଣ ହରାଇଥିବା ଶ୍ରମିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାଏ।ସେହିପରି ୧୭୭୪ ମସିହାରେ ଆଜିର ଦିନରେ ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଫ୍ରାନ୍ସିସ୍ ବେଲିଙ୍କ ଜନ୍ମ ହୋଇଥିଲା।ସୁପ୍ରସିଦ୍ଧ ପେଣ୍ଟର ଫ୍ରାନ୍ସିସ୍ ବେକନଙ୍କ ପରଲୋକ ମଧ୍ୟ ଆଜିର ଦିନରେ ହୋଇଥିଲା।

ଭାରତୀୟ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ୧୯୧୬ ମସିହା ଆଜିର ଦିନରେ ବାଲ୍ ଗଙ୍ଗାଧର ତିଳକ ‘ହୋମ୍ ରୁଲ୍ ଲିଗ୍’ ପ୍ରତିଷ୍ଠା କରି ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂତନ ଦିଗ ଦେଖାଇଥିଲେ।୧୯୨୦ ମସିହାରେ ଆଜିର ଦିନ ପ୍ରସିଦ୍ଧ ଗଣିତଜ୍ଞ ତଥା ମହାକାଶ ବିଜ୍ଞାନୀ ଶ୍ରୀନିବାସ ରାମାନୁଜନଙ୍କ ପରଲୋକ ପରବର୍ତ୍ତୀ ସ୍ମୃତି ଚାରଣର ସମୟ।

ଓଡ଼ିଶା ପ୍ରସଙ୍ଗରେ ଅନୁଶୀଳନ କଲେ ଆଜି ହେଉଛି ଓଡ଼ିଆ ଜାତିର ଗୌରବ,’ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ।୧୮୪୮ ମସିହା ଆଜିର ଦିନରେ କଟକର ସତ୍ୟଭାମାପୁରରେ ଜନ୍ମିତ ଏହି ମହାପୁରୁଷ ଓଡ଼ିଶା ଗଠନର ମୁଖ୍ୟ ପୁରୋଧା ଥିଲେ।ତାଙ୍କର ସ୍ୱାଭିମାନୀ ଚିନ୍ତାଧାରା ପାଇଁ ଆଜିର ଦିନକୁ ଓଡ଼ିଶାରେ ‘ସ୍ୱାଭିମାନ ଦିବସ’ ବା ‘ଲୟର୍ସ ଡେ’ ଭାବେ ପାଳନ କରାଯାଏ।

ଏହିପରି,ଏପ୍ରିଲ୍ ୨୮ ଆମକୁ ଅନେକ ନୂତନ ପଥ ଦେଖାଏ ତାହାହେଊଛି ସୁରକ୍ଷିତ କର୍ମଜୀବନ, ସ୍ୱାଭିମାନୀ ଜାତିଗଠନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ।ଏହି ଦିନରେ ଆମେ କେବଳ ସ୍ମରଣରେ ନୁହେଁ, କାର୍ଯ୍ୟରେ ମଧ୍ୟ ସେହି ଆଦର୍ଶକୁ ଅନୁସରଣ କରିବା ଉଚିତ୍।ତେବେ ଆଜିର ଏହି ଶୁଭ ଦିନରେ ଆସନ୍ତୁ ଆମେ ସମସ୍ତେ ଏହି ସମସ୍ତ ମହାମାନବମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ଓଡ଼ିଶା,ବିକଶିତ ଭାରତ ଓ ଶାନ୍ତିକାମୀ ବିଶ୍ୱ ଗଠନରେ ନିଜକୁ ସମର୍ପିତ କରିବା ଏବଂ କର୍ମକ୍ଷେତ୍ରକୁ ସୁରକ୍ଷିତ ଓ ସୁନ୍ଦର କରିବା ପାଇଁ ଦୃଢ଼ ସଂକଳ୍ପ ନେବା।

  ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୧ ତାରିଖ :ସୃଜନଶୀଳତା ଓ ନବସୃଜନର ନବ ଦିଗନ୍ତ 

Sunil Chandra Nayak

ପ୍ରତିମା ଶତପଥି ଙ୍କ ପ୍ରବନ୍ଧ = ଅମର ଶହୀଦ = ରଘୁ , ଦିବାକର

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ମାର୍ଚ୍ଚ ୨୭ ତାରିଖ: ଜୀବନ ରଙ୍ଗମଞ୍ଚର ଶାଶ୍ୱତ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!