ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ଲେନିନ୍ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ

ଓଡ଼ିଆ ଭାଷା ବିକାଶ ମଞ୍ଚର ଲେନିନ୍ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଯୁଗ ସ୍ରଷ୍ଟା ଲେନିନ୍ ଙ୍କ ଜୟନ୍ତୀ ପାଳନ ସହିତ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ଓଡ଼ିଶାର ସାରସ୍ଵତ ସ୍ରଷ୍ଟା ପ୍ରାବନ୍ଧିକ ରବିନ୍ଦ୍ର ପ୍ରସାଦ ପଣ୍ଡା , ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ପ୍ରାବନ୍ଧିକ ଭାବଗ୍ରାହୀ ମିଶ୍ର,କବି ଅଚ୍ୟୁତ ପ୍ରସାଦ ସେଠ୍ ଙ୍କ ତିରୋଧାନରେ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଲେନିନ୍ ଙ୍କ ସମଗ୍ର ସଂଘର୍ଷକାଳ ଜୀବନାୟନ ଉପରେ ଏକ ଭିତ୍ତିପ୍ରବନ୍ଧ ପାଠ କରି ଲେନିନ୍‍ବାଦ ସାମ୍ରାଜ୍ୟବାଦ ଯୁଗରେ ମାର୍କସୀୟ ଚିନ୍ତାଧାରାର ଏକ ସଫଳ ରୂପାୟନ ଓ ତାଙ୍କର ବିପ୍ଳବ ତତ୍ତ୍ଵ ସମଗ୍ର ବିଶ୍ଵର ଶିକ୍ଷା ସଂପଦ ବୋଲି ଅଭିହିତ କରିଥିଲେ ।

ବରେଣ୍ୟ ମୁଖ୍ୟବକ୍ତା ରୂପେ ମାର୍କସୀୟ ଚେତନାର ଅନ୍ୟତମ ବ୍ୟାଖ୍ୟାକାର ସାମାଜିକକର୍ମୀ ପଶୁପତିନାଥ ଚାଟାର୍ଜୀ ସାମ୍ପ୍ରତିକ ସ୍ଥିତିରେ “ଆନ୍ତର୍ଜାତିକ ପ୍ରେକ୍ଷାପଟରେ ଭୂ-ରାଜନୈତିକ ଚେତନାର ବିକଳ୍ପ “ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ବିଶ୍ୱର ଯୁଦ୍ଧର ଘନଘଟା ଭିତରେ , ପୁଞ୍ଜିବାଦୀ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଶକ୍ତି ମାନଙ୍କର ଭୂମିକା ଉପରେ ଆଲୋକପାତ କରି ବିଶ୍ବ ବଜାରକୁ ଦଖଲ କରିବା ପାଇଁ ଯେଉଁ ଛାୟା ଉପନିବେଶବାଦ ସୃଷ୍ଟି କରୁଛନ୍ତି ,ତାହାର ପରିଣାମ ଓ ପରିଣତି ସଂପର୍କରେ ଭବିଷ୍ୟତ ବିଶ୍ଵ ସତର୍କ ରହିବା ଆବଶ୍ୟକ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ପତି ଲେନିନ୍ ସମାଜବାଦୀ ବିପ୍ଳବର ଦକ୍ଷ ବୈଜ୍ଞାନିକ ବୋଲି ଅଭିହିତ କରି ସାଂପ୍ରତିକ ଭୂ-ରାଜନୈତିକ ଅସ୍ଥିର ଆଲୋଡ଼ନ ଉପରେ ବକ୍ତାମାନଙ୍କ ବକ୍ତବ୍ୟର ନିର୍ଯ୍ୟାସ ଉପସ୍ଥାପନ ପୂର୍ବକ ବିଶ୍ବାୟନ ,ଉଦାରୀକରଣ ଓ ଘରୋଇକରଣର ମୁକ୍ତ ବାଣିଜ୍ୟନୀତି ଓ ଅର୍ଥନୈତିକ ଧାରା ଉପରେ ବିଶ୍ଳେଷଣ ପୂର୍ବକ ପୁଞ୍ଜିବାଦୀ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିତ୍ଵ ମାନେ ହିଁ ଗୋଟିଏ ଗୋଟିଏ ଦେଶର ପ୍ରକୃତ ଶାସକ ବୋଲି ଅଭିହିତ କରି ବୈଜ୍ଞାନିକ ସମାଜବାଦ ହିଁ ପୁଞ୍ଜିବାଦୀ ବ୍ୟବସ୍ଥାର ଭ୍ରୁଣକୁ ଧ୍ବଂସ କରିପାରିବ ଓ ଏହା ହିଁ ଏକମାତ୍ର ଭୂ- ରାଜନୈତିକ ବିକଳ୍ପ ବୋଲି ଅଭିମତ ପ୍ରଦାନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କବୀ ଶିକ୍ଷୟିତ୍ରୀ ସବିତା ବସ୍ତିଆଙ୍କ ସଂଯୋଜନାରେ ସର୍ବଶ୍ରୀ ଡଃ କୃପାସିନ୍ଧୁ ନାୟକ, ବ୍ରଜେନ୍ଦ୍ର ଦାଶ, କୁଞ୍ଜବିହାରୀ ରାଉତ,ବଳରାମ ରାଉଳ, କାଶୀନାଥ ପାତ୍ର, ଅକ୍ଷୟ ସାମଲ, ବିଜୟିନୀ ଜେନା, ପରେଶ ଚନ୍ଦ୍ର ବିଶ୍ୱାଳ,ଶ୍ରୀଧର ସୁନା, ରଶ୍ମୀ ସାହୁ, ସୁଶାନ୍ତ କୁମାର ନାୟକ, ସଞ୍ଜୀବ ଭୋଇ , ଅଧ୍ୟାପକ ବିଜୟ ରାୟ, ତ୍ରିଲୋଚନ ସ୍ବାଇଁ, ପ୍ରତାପ କୁମାର ପଣ୍ଡା ପ୍ରମୁଖ ସମାଜବାଦୀ ଚେତନା ଆଧାରିତ କବିତାମାନ ପାଠ କରିଥିଲେ। ଏହି ସାରସ୍ଵତ ସମାରୋହରେ ସର୍ବଶ୍ରୀ ଡ ନଗେନ ଦାସ,ଗଗନ ବିହାରୀ ଧଳ, ପର୍ଶୁରାମ ପଟ୍ଟନାୟକ, ସୁକାନ୍ତ କୁମାର ଖୁଣ୍ଟିଆ, ସସ୍ମିତା ପ୍ରଧାନ, ଧନଞ୍ଜୟ ମଲ୍ଲିକ, ଡଃ ସୁମନ ଦତ୍ତ, ରାଜୀବ ପାଣି ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ଲେଖକମାନେ ଉପସ୍ଥିତ ରହି ସମଗ୍ର ସାହିତ୍ୟ ସମାରୋହକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ପରିଶେଷରେ କବି ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବ୍ଲକ ରାବଣାଗୁଡା ଓ ମେଦନା ଠାରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

masiha

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

masiha

ବ୍ଲକ ସ୍ତରୀୟ ଚଇତି, ଲୋକ ମହୋତ୍ସବ ୨୦୨୪ ବିଷମକଟକ ବ୍ଲକରେ ଧୁମଧାମରେ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!