ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା…ପାଣିପାଗ ବିଭାଗର ସୂଚନା

ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା ରହିଛି । ପରେ ଏହା ଆଣ୍ଡାମାନ ସାଗର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମଇ ୨୦ ବେଳକୁ ମୌସୁମୀ ବାୟୁ ସକ୍ରିୟ ହେଉଥିବାବେଳେ ଚଳିତ ବର୍ଷ ୫ ଦିନ ପୂର୍ବରୁ ଏହା ସକ୍ରିୟ ହେବ ବୋଲି ଆକଳନ କରାଯାଇଛି । ଅନୁରୂପ ଭାବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏନେଇ ଅନୁରୂପ ସୂଚନା ଦେଇଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏନଆଇଟି କୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

Sunil Chandra Nayak

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

ସାହିତ୍ୟ ଜୀବନ ଏବଂ ମା ମହାଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!