ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଦାବୀ କଲେ ସମାଜସେବୀ

ଯୁବକର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଦାବୀ କଲେ ସମାଜସେବୀ

ଜଳେଶ୍ଵର-୧୮/୫(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ୫୭ ନଂ ରାଜ୍ୟ ରାଜପଥର ତାଳବଣିଆ ରାସ୍ତା ନିକଟରେ ଆଜି ଅପରାହ୍ନ ୧.୨୦ ମିନିଟ୍ ସମୟରେ ଜଣେ ଯୁବକ ମରି ପଡ଼ିଥିବା ଦେଖି ଗ୍ରାମବାସୀ ମାନେ ନାମ୍ପୋ ଫାଣ୍ଡିରେ ଖବର ଦେଇଥିଲେ। ମୃତ ଯୁବକ ଜଣକ ଆମ୍ବପୁଞ୍ଜା ଗ୍ରାମର ସ୍ବର୍ଗତ ଝାଡେଶ୍ୱର ଦାସଙ୍କ ପୁଅ ନନୀ ଗୋପାଳ ଦାସ(୫୪) ବୋଲି ଜଣା ପଡ଼ିଛି।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଳେଶ୍ଵର ଜିକେ ଭଟ୍ଟର ଡାକ୍ତରଖାନାକୁ ପଠାଇଛି। ମାତ୍ର ନନୀଗୋପାଳଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ହେଲା, ତାହା ସନ୍ଦେହଜନକ ବୋଲି କଂଗ୍ରେସ ନେତା ଗୋପାଳକୃଷ୍ଣ ଜେନା,ପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଘଟଣାର ତଦନ୍ତ  ଦାବୀ କରିଛନ୍ତି।ଅପରପକ୍ଷରେ ବାରମ୍ବାର ଏଭଳି ଅପମୃତ୍ୟୁ ଘଟୁଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି।ମାତ୍ର ଏହି ଘଟଣା ସମ୍ପର୍କରେ ନାମ୍ପୋ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି:ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ହତ୍ୟା କି ଦୁର୍ଘଟଣା ତଦନ୍ତ ଜାରି….

masiha

ଆନ୍ଦ୍ର ଓ ଓଡିଶା ଉଭୟ ପୋଲିସ ମିଶି ଅନେକ ସ୍ଥାନରେ ଚଢ଼ାଉ, ୧୨.୬୦୦ ଲିଟର ପୋଚ ନଷ୍ଟ 

masiha

ନାରନର ଟାଙ୍ଗିଆ ଚୋଟରେ ହଜାରୀ କେତକୀ ଗୁରୁତର , ବୁର୍ଲାରେ ଚିକିତ୍ସିତ

Leave a Comment

error: Content is protected !!