ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରାଉରକେଲାରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରାଉରକେଲା ୨୮/୫, ଓଡିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ଏକ ଦିବସୀୟ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। 

     ରାଉରକେଲା ପାନପୋଷ ସ୍ଥିତ ପ୍ରଦକ୍ଷଣ ଗୃହଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଶ୍ରୀ ନାଏକ ଅଧ୍ୟକ୍ଷତା କରି ବିଭିନ୍ନ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଓ ସଫଳ ରୂପାୟନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ବୈଠକରେ ସେ କହିଥିଲେ ଯେ, ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ପ୍ରତିଟି ଗ୍ରାମାଞ୍ଚଳରେ ସ୍ଵଚ୍ଛ ପାନୀୟଜଳର ସୁବିଧା ପହଞ୍ଚାଇବା ତାଙ୍କ ସରକାରଙ୍କ ପ୍ରାଥମିକତା। ଏହି ପରିପ୍ରେକ୍ଷୀରେ ସମସ୍ତ ଜନକଲ୍ୟାଣକାରୀ ପ୍ରକଳ୍ପ ଯେପରି ସଠିକ୍ ସମୟରେ ଶେଷ ହୋଇ ଜନସାଧାରଣଙ୍କ ସେବାରେ ଉପଯୋଗୀ ହୋଇପାରିବ, ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

     ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରେ ଗ୍ରାମୀଣ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ, ସଡ଼କ ନିର୍ମାଣ ସହ କେତେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ଅସମ୍ପୂର୍ଣ୍ଣ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କେତେକ ସ୍ଥାନରେ ବିଦ୍ୟୁତ ସମସ୍ୟା ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବାବେଳେ କିପରି ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ ହେବ ବିଷୟରେ ଆଲୋଚନା କରାଯାଇଥିବା । ମନ୍ତ୍ରୀ ଶ୍ରୀ ନାଏକ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

    ଏହି ସମୀକ୍ଷା ବୈଠକରେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ସମେତ ସମସ୍ତ ବ୍ଲକର ବିଡିଓ , ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି- ଦିବସୀୟ ପ୍ରାଥମିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

masiha

ଧର୍ମଗଡ ସହରରୁ ଜଗନ୍ନାଥ ଏକ୍ସପ୍ରେସ ପୁରୀ ବସ୍ ଚଳାଇବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ବ୍ୟବସାୟୀ ସଙ୍ଘ

masiha

Leave a Comment

error: Content is protected !!