ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରେନ୍ ନାହିଁ, ରାସ୍ତା ଉଚ୍ଚା, ରାଇଘର କୋଦୂଭାଟା ସାହିରେ, କାଳ ବୈଶାଖୀ,ବର୍ଷରେ ଜଳବନ୍ଦୀ ଅବସ୍ତା, ବଢୁଛି ଜନ ଅସନ୍ତୋଷ

ଡ୍ରେନ୍ ନାହିଁ, ରାସ୍ତା ଉଚ୍ଚା, ରାଇଘର କୋଦୂଭାଟା ସାହିରେ, କାଳ ବୈଶାଖୀ,ବର୍ଷରେ ଜଳବନ୍ଦୀ ଅବସ୍ତା, ବଢୁଛି ଜନ ଅସନ୍ତୋଷ 

ନବରଙ୍ଗପୁର:(୨|୬)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ସଦରମହକୁମା ଅଧୀନରେ ଥିବା କୋଦୂଭାଟା ସାହିରେଚାଲିଥିବା ନୁତନ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦୁର୍ଦ୍ଦଶାର କାରଣ ପାଲଟିଛି ରାସ୍ତା ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ଡ୍ରେନ୍ ବ୍ୟବସ୍ଥା ହୋଇ ନ ଥିବାରୁ ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଥିବାର ଅଭିଯୋଗ ହେଉଛି l ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବର୍ଷା ରିତୁ ପୂର୍ଣ୍ଣମାତ୍ରାରେ ଆରମ୍ଭ ହୋଇ ନ ଥିବା ବେଳେ ଏବେକାର କାଳ ବୈଶାଖୀର ସ୍ଵଳ୍ପ ବର୍ଷରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି l ନୁତନ ରାସ୍ତାଟି ପୂର୍ବ ଅପେକ୍ଷାଯଥେଷ୍ଟ ଉଚ୍ଚ ରହିଥିବା ବେଳେ ଡ୍ରେନ୍ ବ୍ୟବସ୍ଥା ନ ଥିବା ଯୋଗୁଁ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଲୋକଙ୍କ ଘର ଆଗ ଓ ପରିସର ମଧ୍ୟରେ ଜମି ରହୁଛି l ଫଳରେ ସହିତ ବାସିନ୍ଦାଙ୍କ ଦୈନଦିନ ଗମ୍ଭିର ଭାବେ ପ୍ରଭାବିତ ହେଉଛି l ବିଶେଷକରି କୋଦଭଟା କାଳୀ ମନ୍ଦିର ଠାରୁ ରାଇଘର ପର୍ଯ୍ୟନ୍ତ ପୂର୍ବରୁ ଥିବା ପୁରୁଣା ଡ୍ରେନ୍ କୁ ମତି ପକାଇ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି l ଉକ୍ତ ସମସ୍ୟାର ସମାଧାନ ପାଇଁ ସାହି ବାସିନ୍ଦା ବ୍ଳକ ଓ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି l ଯଦି ବର୍ଷା ଦିନ ପୂର୍ବରୁ ଡ୍ରେନ୍ କାମ ତୁରନ୍ତ ନିର୍ମାଣ କରା ନ ଯାଏ, ତେବେ ଲୋକଙ୍କ ଘର ଭିତରକୁ ପଶି ବ୍ୟାପକ ସମ୍ପତ୍ତି କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି l ଏପରି ସ୍ଥିତି ଉପୁଜିଲେ ନିର୍ମାଣ କରୁଥିବା ଠିକାଦାର ଓ ସମ୍ପୃକ୍ତ ପୂର୍ତ୍ତ ବିଭାଗ ଦାୟୀ ରହିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି l ପ୍ରଶାସନ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଶ୍ରାଦ୍ଧ ବାର୍ଷିକୀ- ୨୦୨୬ ପାଳିତ 

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ରେଗଡା: ୨୦୧୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!