ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ ବୟସରୁ ଭକ୍ତି ମାର୍ଗରେ ତ୍ରିନାଥ ଠାକୁରଙ୍କ ଦୁଇ କୁନି ଭକ୍ତ

କମ ବୟସରୁ ଭକ୍ତି ମାର୍ଗରେ ତ୍ରିନାଥ ଠାକୁରଙ୍କ ଦୁଇ କୁନି ଭକ୍ତ

ଆସିକା, ୨/୬/୨୬ (ଶିବ ଶଙ୍କର ମିଶ୍ର ) ଜଣ ଙ୍କର ବୟସ ଆଠ ବର୍ଷ, ଅନ୍ଯ ଜଣଙ୍କ ବୟସ ମାତ୍ର ଚାରି ବର୍ଷ। ଆଶ୍ଚର୍ଯ୍ୟର ବିଷୟ ଏତେ କମ ବୟସରୁ ସେମାନେ ଆପେ ଆପେ ଟାଣିହୋଇ ଆସିଛନ୍ତି ଭକ୍ତି ମାର୍ଗକୁ । ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତ ଅନ୍ତର୍ଗତ ଦଶ ମାଇଲି ଗ୍ରାମରେ ଜାତୀୟ ରାଜପଥ 59 ପାର୍ଶ୍ୱରେ ରହିଛି ଏକ ତ୍ରିନାଥ ମେଳା । ଏହି ମନ୍ଦିରରେ ପୂଜା ପାର୍ବଣ ରେ ଭକ୍ତ ମାନଙ୍କ ଭିଡ ଜମେ । ଏହି ମନ୍ଦିରରେ ପୂଜକ ଭାବରେ ଆଦ୍ୟରୁ କୈଳାସ ସାବତ ନିଜର ଦାୟିତ୍ୱ ତୁଲାଇ ଆସୁଛନ୍ତି। ତାଙ୍କ ବଡ଼ ପୁଅ ପଦ୍ମନାଭ ଓ ବୋହୂ ଭାରତୀ ଙ୍କ ଦୁଇଝିଅ ସମୃଧା (୮) ଓ ଅମୃତା ( 4) । ବଡ଼ଝିଅ ଦଶ ମାଇଲି ପ୍ରାଥମିକ ବିଦ୍ୟାଳୟ ରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ସାନ ଝିଅ ଅଙ୍ଗନୱାଡି କେନ୍ଦ୍ରରେ ପଢୁଛି । ଆଶ୍ଚର୍ଯ୍ୟର କଥା ଜେଜେ ବାପା କୈଳାସ ସାବତ ସନ୍ଧ୍ୟାରେ ଠାକୁରଙ୍କ ପୂଜା ପାଇଁ ମନ୍ଦିର ଆସିବା ବେଳେ ସେଥିରେ ସବୁଦିନ ଆସନ୍ତି ଦୁଇ ନାତୁଣୀ । ଏହାପରେ ଭକ୍ତମାନେ ଆସିବା ବେଳକୁ ଦୁଇ ଭଉଣୀ ଜଣେ ପରେ ଜଣେ ବିଭିନ୍ନ ଭଜନ ସହ ପୁରାଣ ବହି ପଡନ୍ତି । ଯାହାକି ଭକ୍ତ ମାନଙ୍କୁ ବେଶ ଆକର୍ଷିତ କରୁଛି । ଏତେ ଛୋଟ ଛୋଟ ପିଲା ହେଲେମଧ୍ୟ ପ୍ରତିଦିନ ନିୟମିତ ଭାବରେ ଭଜନ ସହ ପୁରାଣ ପଢୁଥିବାରୁ ମନ୍ଦିର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ସମୃଧା ସହ କଥାଭାଷା ବେଳେ ସେ ସ୍ୱତଃ ପ୍ରବୃତ୍ତ ଭାବରେ ଠାକୁରଙ୍କ ପାଖକୁ ଆସୁଥିବା ବେଳେ ଭଜନ ଗାଇଲେ ତାଙ୍କୁ ଖୁସି ଲାଗୁଛି ବୋଲି କହିଛନ୍ତି। ସେହିପରି ଅମୃତା କହିଛନ୍ତି ଦୁଇ ଭଉଣୀ ମିଶିକି ଆସୁଛୁ ଓ ଭଜନ ଜଣାଣ ବୋଲୁଛୁ,ଆଗକୁ ସବୁଦିନ ଆସିବୁ ବୋଲି ପ୍ରକାଶ କରିଛନ୍ତି। ସତରେ ଏତେ ଛୋଟ ବୟସରେ ଆଧ୍ୟାତ୍ମିକ ପରିବେଶ ଜାଗରଣ ପାଇଁ ଦୁଇ ଭଉଣୀଙ୍କ ପ୍ରାୟାସ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Related posts

ବନ୍ଧୁଗାଁ ବ୍ଲକରେ ଆଜି ବ୍ଲକ ସ୍ତରୀୟ ପରବ ୨୦୨୪ ମହୋତ୍ସବ ଉଦ୍ଘାଟନ ହୋଇଯାଇଛି 

masiha

ଜୁଏଲ ଓରାମଙ୍କ ୬୫ ତମ ଜନ୍ମ ଦିବସରେ ଶୁଭେଛା ଓ ଅଭିନନ୍ଦନ ଜଣାଇଲେ ବିଜେପି କର୍ମୀ

masiha

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!