ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳ ଙ୍କୁ ଆଣ୍ଠେଇବା ଘଟଣା :ବିଜେଡି ପ୍ରତିନିଧି ଦଳଙ୍କ ପୀଡିତଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ 

ଗୋପାଳ ଙ୍କୁ ଆଣ୍ଠେଇବା ଘଟଣା :ବିଜେଡି ପ୍ରତିନିଧି ଦଳଙ୍କ ପୀଡିତଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ 

ନବରଂଗପୁର:(୨|୬ )(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଗତ ୨୧ ତାରିଖ ଦିନ ଲୋଧୁଆପଡ଼ା ଠାରେ ରାଇଘର ଅଂଚଳର କିଛି ଗୋପାଳ ସମ୍ପ୍ରଦାୟର ଗୋପାଳ ଓ ଆଦିବାସୀ ତଥା ଦଳିତ ବାଙ୍ଗୀୟ ଚାଷୀ ନିଜ ବଳଦକୁ ନିଜ ଗାଁ କୁ ନେଇଁ ଯାଉଥିବା ସମୟରେ ନିରୀହ ଚାଷୀଙ୍କ ଉପରେ ଗୋରକ୍ଷା ନା ରେ ତଥାକଥିତ ବଜରଙ୍ଗ ଦଳର ସଭ୍ୟ ବୋଲାଉଥିବା ଗେରୁଆ ଗୁଣ୍ଡାମାନେ ଅକଥନୀୟ ଅତ୍ୟାଚାର ପ୍ରସଙ୍ଗ ଥମିବାର ନାଁ ନେଉ ନାହିଁ। ଏହାକ୍ରମଶଃ ବ୍ଲକ, ଜିଲ୍ଲା ଏବଂ ବର୍ତ୍ତମାନ ରାଜ୍ୟ ପ୍ରସଙ୍ଗ ପାଲଟି ଥିବାବେଳେ ଆଜକୁ ଦଶ ଦିନ ହେବ ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗକୁ ଆହୁରି ଜଟିଳ ଆଡ଼କୁ ଟାଣି ନେଉଛି। ଏହି କ୍ରମରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଅଧ୍ୟକ୍ଷତାରେ ରାଇଘର ବ୍ଲକ ସ୍ଥିତ ପୀଡିତ ଙ୍କ ହଳଦୀ ଗ୍ରାମ ଗସ୍ତ କରି ସବିଶେଷ ତଥ୍ୟ ଅନୁଧ୍ୟାନ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟ ମାନଙ୍କ କହିବା ଅନୁସାରେ ଘଟଣା ଅତ୍ୟନ୍ତ ବର୍ବୋରଚିତ ହୋଇଥିବା ବେଳେ ଏହି କାଣ୍ଡ ଭିଆଇ ଥିବା ଅସାମାଜିକ ଯୁବକମାନେ ମାନବିକତାର ଶେଷ ସୀମା ଟପି ଯାଇଛନ୍ତି। ଗୋପାଳ ସମ୍ପ୍ରଦାୟର କୌଳିକ ବୃତ୍ତି ଗାଇ ଚରେଇବା, ଗୋ ପାଳନ କରିବା ହୋଇଥିବା ବେଳେ ଗୋରକ୍ଷା ନା ରେ ଗୋପାଳଙ୍କୁ ଅକଥନୀୟ ଅତ୍ୟାଚାର କରିବା ସହ ଆଣ୍ଠେଇ ଆଣ୍ଠେଇ ୪୪ଡିଗ୍ରୀ ଖରାରେ ଚଲେଇବା ସହ ତାଙ୍କ ଗୁପ୍ତାଙ୍ଗରେ କଣ୍ଟା ଗେଞ୍ଜିବା ଆଦି ଅମାନୁଷିକ କାର୍ଯ୍ୟ ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହଁ। ଅନ୍ୟପକ୍ଷରେ ପୋଲିସ ଏନେଇ ସରକାରୀ ଦଳର ଚାପରେ ହାତରେ ହାତ ବାନ୍ଧି ବସିବା ଆହୁରି ସମସ୍ତଙ୍କୁ ଚକିତ କରିଛି ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। ଏହା ପରେ ପ୍ରତିନିଧି ଦଳ ଚନ୍ଦାହାଣ୍ଡି ଥାନା ଗସ୍ତ କରି ଉମରକୋଟ ଏସ ଡ଼ି ପି ଓ ଶୁଭେନ୍ଦୁ ଶବରଙ୍କୁ କିଭଳି ଭାବରେ ଏଭଳି ଏକ ସ୍ପର୍ଶ କାତର ପ୍ରସଙ୍ଗକୁ ପୋଲିସ ଦବେଇ ଦେବାକୁ ଉଦ୍ୟମ କରିବା ସହ ଉପଯୁକ୍ତ ଧାରା ନ ଲଗେଇ ଅଭିଯୁକ୍ତଙ୍କୁ ସୁହାଇଲା ଭଳି ଧାରା ଲଗେଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ। ଏଥି ସହ ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ପୂର୍ବକ ଚନ୍ଦାହାଣ୍ଡି ଥାନା ଘେରାଉ କରାଯିବ ବୋଲି କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀ ଚେତାବନୀ ଦେଇଛନ୍ତି। ପୂର୍ବତନ ସାଂସଦ ରମେଶ ମାଝୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନବରଙ୍ଗପୁର ଭଳି ଶାନ୍ତି ପ୍ରିୟ ଜିଲ୍ଲାରେ ଏଭଳି ଘଟଣା କେବେ ଘଟି ନଥିବାବେଳେ ବିଜେପି ସରକାରକୁ ଆସିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ଅଭିଯୋଗ କରିବା ସହ ଘଟଣାର ମାଷ୍ଟର ମାଇଣ୍ଡ ସହ ସମସ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବୀ କରିଥିଲେ।ଏହି ପ୍ରତିନିଧି ଦଳରେ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ,ସୁବାଷ ଗଣ୍ଡ, ନବୀନା ନାୟକ, ଜ୍ୟୋତିନ୍ଦ୍ର ନାଥ ଗଣ୍ଡ, ବାସୁଦେବ ଗୌଡ଼, ନୀଳମଣି ଗୌଡ଼,ଋଷୁ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ,ପ୍ରାୟ ୧କୋଟି ୬୦ଲକ୍ଷ ଟଙ୍କା ସହାୟତା ରାଶି ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ାର ୨୩ ତମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!