ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ବ୍ଳକ ଆଇସିଡିଏସ ଆନୁକୁଲ୍ଯରେ ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ ପାଳନ

ଯାମଦା ବ୍ଳକ ଆଇସିଡିଏସ ଆନୁକୁଲ୍ଯରେ ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ ପାଳନ

ରାଇରଙ୍ଗପୁର – ୧୬/୦୬ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ICDS), ଜାମଦା ତରଫରୁ “ଆଦ୍ବିକା-କିଶୋରୀ ସୁଭଦ୍ରା ଦିବସ” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି, DC- DHEW, Samarthya- DHEW, କିଶୋରୀ ବାଳିକା, ଅଙ୍ଗନୱାଡି କର୍ମୀ ଓ ସୁଭଦ୍ରା ମା ଯୋଗଦେଇଥିଲେ । “ ସଶକ୍ତ କିଶୋରୀ – ସଶକ୍ତ ଓଡ଼ିଶା” ଥିମ୍‌କୁ ଆଧାର କରି କିଶୋରୀମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଶକ୍ତିକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କିଶୋରୀ ବାଳିକା ମାନେ ଯୋଗଦେଇ ସ୍ୱାସ୍ଥ୍ୟବିଧି, ପୌଷ୍ଟିକ ଖାଦ୍ୟ, ଲିଙ୍ଗ ସମାନତା ଏବଂ ବାଲ୍ୟବିବାହ ନିରାକରଣ ବିଷୟରେ ଆଲୋଚନା କରିଥିଲେ ଏବଂ ଓଡ଼ିଶାର ପାରମ୍ପରିକ ରଜ ପର୍ବର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଦୋଳି ଖେଳ, ରଜ ଗୀତ, ପୁଚି ଖେଳ, ଧିର ଗତି ସାଇକେଲ ପ୍ରତିଯୋଗିତା, ରଜ ରୀଲିସ ଏବଂ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସର୍ବଶେଷରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ICDS) ର ଅଧିକାରୀ ଦ୍ରୌପଦୀ ମାର୍ଣ୍ଡି କିଶୋରୀ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ନାରୀ ସଶକ୍ତିକରଣ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

Sunil Chandra Nayak

ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ଅବଧାନଙ୍କ ପାଠଶାଳାରେ ଆରମ୍ଭ ହେଲା ଘୋଡ଼ା ଦୌଡ ପ୍ରଶିକ୍ଷଣ

masiha

Leave a Comment

error: Content is protected !!