ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ବାର୍ଷିକୋତ୍ସବ 

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ବାର୍ଷିକୋତ୍ସବ 

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯ ,ରାଉରକେଲାର ଅଷ୍ଟାଦଶ ବାର୍ଷିକୋତ୍ସବ ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେରେ ଅନୁଷ୍ଠିତ ହେଇଯାଇଛି | ବରିଷ୍ଠ ସାହିତ୍ଯିକ ଭୂପେନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯବକ୍ତା ଭାବେ ଯୋଗଦାନ କରି ଅଧ୍ୟାପକ ବିପିନ ମହାନନ୍ଦ କହିଲେ ସାହିତ୍ଯରେ ସମାଜର ବାସ୍ତବତା କଥା ଯେତେ କମ୍ ଥାଏ,ସମାଜ ବାହାରେ ଘଟୁଥିବା କଥା ସେତେ ଅଧିକ ଥାଏ ,ତେଣୁ ସବୁ ବିଫଳ କାହାଣୀ ହିଁ ଗୋଟେ ଗୋଟେ ସଫଳ ସାହିତ୍ଯ | ମୁଖ୍ଯଅତିଥି ଭାବେ ଯୋଗଦେଇ ଡ.ଶକ୍ତି ପ୍ରସାଦ ସାମନ୍ତରାୟ କହିଲେ ଯେ ଆଜିକାଲିକା ସାହିତ୍ଯରେ ବାସ୍ତବତା ଅପେକ୍ଷା କାଳ୍ପନିକ ବିଷୟ ବସ୍ତୁକୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ସମାଜ ଆଜି ବିପଥଗାମୀ ହେଉଛି | ସମ୍ମାନିତ ଅତିଥି ଭାବେ ଶଙ୍କର ପ୍ରସାଦ ତ୍ରିପାଠୀ କହିଲେ ଯେ ସଂସାରରେ ବାସ୍ତବତା ଓ କଳ୍ପନାର ଆରମ୍ଭ ଓ ଶେଷ ବୋଲି କିଛି ନାହି |ବରେଣ୍ଯ ଅତିଥି ଆଇନଜୀବୀ ଗିରିଶ ମହାପାତ୍ର କହିଲେ ସାହିତ୍ଯରେ ଯଦି ସମାଜର ବାସ୍ତବତା ନ ରହିବ ସେ ସାହିତ୍ଯ କାଳଜୟୀ ସାହିତ୍ଯ କେବେ ବି ହୋଇପାରିବ ନାହିଁ | ପ୍ରାରମ୍ଭରେ ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ମୁଖ୍ଯ ଉପଦେଷ୍ଟା ଇଂ.ଅଭୟ କୁମାର ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କବୀ ଅର୍ଚ୍ଚନା ପାତ୍ର ମଞ୍ଚ ପରିଚାଳନା କରିଥିଲେ | ଅନୁଷ୍ଠାନର ତ୍ରୈମାସିକ ପତ୍ରିକା ନାଗର ଏବଂ ବାସନ୍ତି ପାତ୍ରଙ୍କ ଉପନ୍ଯାସ ଉନ୍ମୋଚନ କରା ଯାଇଥିଲା | ଏହି ଅବସରରେ ବିଜୟ ରାୟ,ଅଙ୍ଗୁରବାଳା ପରିଡା,ବଳରାମ ରାଉଳ,ରାମଚନ୍ଦ୍ର ସାହୁ,ଉର୍ବଶୀ ଦାଶପତି,ବିଷ୍ଣୁପ୍ରିୟା ମହାପାତ୍ର ଙ୍କୁ ସାରସ୍ବତ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶେଷରେ ଚିତ୍ତ ରଂଜନ ବ୍ରହ୍ମା ଧନ୍ଯବାଦ ଅର୍ପଣ କରିଥିଲେ | ଦ୍ବିତୀୟ ପର୍ଯାୟରେ ଡ.ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ବ ଏବଂ ନିରୁପମା ପତି,ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ରାଜୀବ ପାଣି,ମୀନକେତନ ପଶାୟତ,ପ୍ରତାପ କୁମାର ପଣ୍ଡା,ଆର୍ତ୍ତତ୍ରାଣ ମହାପାତ୍ର, ଅଙ୍ଗୁରବାଳା ପରିଡା,ଗୌତମ ଦାସ,ଅଜୟ ମହାନ୍ତି,ସଂଗ୍ରାମ ସିଂ ସାମଲ,ନିରଂଜନ କରଣ,ସବିତା ପରିଡା,ଦିପ୍ତି ମହାନ୍ତି ବଳରାମ ଦାଶ ପ୍ରମୁଖ କବିତା ପାଠ କରିଥିଲେ ।ଅନ୍ଯମାନଙ୍କ ମଧ୍ଯରେ ଅନିଲ ଦାଶ, ପଶୁପତି ନାଥ ଚାଟାର୍ଜି ,ସୂର୍ଯ୍ୟମଣୀ ପଣ୍ଡା,ବିଜୟିନୀ ଜେନା,ଡଲିରାଣୀ ବ୍ରହ୍ମା ମଂଚ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାରିପଦା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ , ପି ସି ପୁର ସ୍କୁଲ ଶ୍ରେଷ୍ଠ ସାଂସ୍କୃତିକ ଦଳ ବିବେଚିତ

Sunil Chandra Nayak

ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ 

masiha

Leave a Comment

error: Content is protected !!