ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧ୍ୱସ୍ତ ପ୍ରାୟ “ଯତନ ନଗର “

ଧ୍ୱସ୍ତ ପ୍ରାୟ “ଯତନ ନଗର “

ଢେଙ୍କାନାଳ – ଢେ଼ଙ୍କାନାଳ ସହରରୁ ବାଜିଚୌକ ଛକଦେଇ ଯୋରନ୍ଦା ଗାଦି ଓ କପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକ ସାକ୍ଷୀ,ଧ୍ୱସ୍ତ ପ୍ରାୟ”ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର ଶୋଷଣ,ଅତ୍ୟାଚାର ଓ ଲୁଣ୍ଠନ ପାଇଁ କୁଖ୍ୟାତ ଓ ଜତନ ନଗର ତାର ମୁକସାକ୍ଷୀ। ବଡ଼ ବଡ଼ କୋଠରୀକୁ ନେଇ ଅନେଶ୍ବତ କୋଠରୀ ବିଶିଷ୍ଟ ବଙ୍ଗଳା। ତାହା ଆଜି ରୁଗ୍ନ ଓ ଜରାଜୀର୍ଣ୍ଣ । ସେ ବିଷୟରେ ସାଧାରଣରେ କୌଣସି ଆଲୋଚନା ହୁଏନା। ଭାରତ ବର୍ଷ ଯେତେବଳେ ଇଂରେଜ ସରକାର ବିରୁଦ୍ଧରେ ଲଢେଇରେ ବ୍ୟସ୍ତ,ସେତେବଳକୁ ଢେଙ୍କାନାଳ ଲଢୁଥାଏ ଦୁଇଟି ଶକ୍ତି ବିରୁଦ୍ଧରେ । ଗୋଟିଏ ହେଲା ଇଂରେଜଶକ୍ତି ଓ ଅନ୍ୟଟି ଢେଙ୍କାନାଳର ରାଜଶକ୍ତି। ସେ ସମୟରେ ପାହାଡ ଶୀର୍ଷରେ ଏତେ ବଡ ପ୍ରାସାଦର ନିର୍ମାଣ ବେଳେ ବେଳେ ଅସମ୍ଭବ ମନେ ହୁଏ।ଘୋଡା ହାତୀ ସହିତ ଶ୍ରମିକ ଭାବରେ ପ୍ରଜାମାନେ ହଜାର ହଜାର ସଂଖ୍ୟାରେ ପାଳିରେ ବେଠି ଖଟୁଥିଲେ। ଗାଁରୁ ଚୁଡ଼ା ଚାଉଳ ସାଙ୍ଗରେ ଧରି,ରାଜାଘର ବେଠି ପାଇଁ ମାସ ମାସ ଧରି ଖଟୁଥିଲେ ଓ ସାମାନ୍ୟ ଅବହେଳା ପାଇଁ ପଟାୟତ ଠାରୁ ଚାବୁକ ମାଡ଼ଖାଇ ଲହୁ ଲୁହାଣ ହେଉଥିଲେ ତଥାପି ନିସ୍ତାର ନଥିଲା। ଅସୁସ୍ଥ ହେବା ମନାଥିଲା,ହେଲେବି ଚିକିତ୍ସା କରିବ କିଏ। ସାଙ୍ଘାତିକ ରୋଗୀଙ୍କୁ କୁକୁର ଲଗାଇ ହଟେଇ ଦିଆ ଯାଉଥିଲା। କାମର ତଦାରଖ କରୁଥିଲା ପ୍ରବଳ ପ୍ରତାପୀ ନନ୍ଦ ପେସ୍କାର ଓ ସଙ୍ଗେ ସଙ୍ଗେ ରୋଗୀର ବାପା କିମ୍ବା ଭାଇକୁ ବାଡ଼େଇ ବାଡ଼େଇ ଧରି ଆଣୁଥିଲା। ଗାଁରେ ଥିବା ଦଫାଦର୍ । ହାତୀ,ଘୋଡାମାନଙ୍କ ଦ୍ବାରା ବ୍ୟବହୃତ ବଡ଼ ବଡ଼ ମାଙ୍କଡ଼ା ପଥର ଖଣ୍ଡ ଉପରକୁ ଅଣା ଯାଇଥିଲା। ଦୁର୍ବଳ କିମ୍ବା ବୁଢା ହାତୀ ଘୋଡାମାନଙ୍କୁ ଚାବୁକ ମାଡ଼ମାରି ଗୋଡ଼ବାନ୍ଧି ପାହାଡରୁ ତଳକୁ ଠେଲି ଦିଆଯାଉଥିଲା। ନିର୍ମାଣ ସାମଗ୍ରୀ ପାହାଡ଼ ଶୀର୍ଷରେ ପହଞ୍ଚିବା ପାଇଁ ସମସ୍ତ ପ୍ରସ୍ତୁତି ଦେଖୁଥୁଲା ପଟାୟତ । ଢେଙ୍କାନାଳ ରାଜ ଅତ୍ୟାଚାର ବିରୋଧରେ ଅଭିଯୋଗ ସେତେବେଳ ୨୬ ଗଡ଼ଜାତ ମଧ୍ୟରୁ ଢେ଼ଙ୍କାନାଳ ସବୁଠୁ ଅଧିକ ଚର୍ଚ୍ଚିତ ଥିଲା। ସିମିଳିଆ ପାହାଡ,ପାଣିଓହଳା ପାହାଡ,ବୋରପଦା ପାହାଡ ଏଇ ୩ ପାହାଡକୁ ସଂଯୋଗ କରି ଏକ ପ୍ରକାର ରାସ୍ତା ତିଆରି କରିବାକୁ ଚାହୁଁଥିଲେ ଢେ଼ଙ୍କାନାଳର ରାଜପରିବାର କିନ୍ତୁ ଯତନ ନଗରର ଅଭିଶାପ ସେମାନଙ୍କ ବିଳାସ,ଅଭିଳାଷକୁ ଅଧୁରା କରିଦେଲା। ୧୫୩୦ ରୁ ୧୯୪୭ ହରିସିଂହ ବିଦ୍ୟାଧରଙ୍କ ପାଖରୁ ଶଙ୍କର ପ୍ରତାପ ମହେନ୍ଦ୍ରବାହାଦୁର । ଢେ଼ଙ୍କାନାଳର ୧୮ ରାଜା ଏମିତି ଦେଖିଲେ ଢେ଼ଙ୍କାନାଳକୁ ଅନେକ ରାଜା ଶାସନ କରୁଥିଲେ। ଦ୍ୱିତୀୟ ଶତାବ୍ଦୀରେ ସାତବାହନ ରାଜବଂଶ ତୃତୀୟ,ଚତୁର୍ଥ ଶତାବ୍ଦୀରେ ଗୁପ୍ତବଂଶ ଷଷ୍ଠ,ସପ୍ତମ ଶତାବ୍ଦୀରେ ଆସିଥିଲେ ବୌଦ୍ଧ ଧର୍ମ।ଲମ୍ବୀ ଭୌମିକର ରାଜବଂଶ ପରେ ଶୁଳିକୀ ରାଜବଂଶ ନବମ ଶତାବ୍ଦୀ ପର୍ଯ୍ୟନ୍ତ ଶୁଳିକୀ ପରେ ସୋମବଂଶ,ଗଙ୍ଗବଂଶ,ସୂର୍ଯ୍ୟବଂଶଙ୍କ ଶାସନ ଭିତରେ ଆସିଥିଲା ଢେ଼ଙ୍କାନାଳ । ତେବେ ଗଜପତି ପ୍ରତାରୁଦ୍ରଦେବଙ୍କ ସମୟରେ ତାଙ୍କ ପରିବାରକୁ ହତ୍ୟା କରିଥିଲେ ବିଶ୍ୱାସଘାତକ ଗୋବିନ୍ଦ ବିଦ୍ୟାଧର ଏବଂ ୧୫୩୦ ମସିହାରେ ଢେ଼ଙ୍କାନାଳକୁ କବଜା କରିଥିଲେ ପ୍ରତାରୁଦ୍ରଦେବଙ୍କ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ଭାଇ ହରିସିଂହ ବିଦ୍ୟାଧର ସେବେଠୁ ହୁଏତ ଆରମ୍ଭ ହୋଇଥିଲା ଗଡ଼ଜାତିଆ ଶାସନ। ଷୋଡ଼ଶ ଶତାବ୍ଦୀରେ ଢେ଼ଙ୍କାନାଳ ରାଜବଂଶ ଆରମ୍ଭ ହୋଇଥିଲା ଏବଂ ଏ ରାଜ୍ୟର ପ୍ରଥମ ରାଜାଥିଲେ ଢେଙ୍କା ଶବର । ହରିସିଂହ ବିଦ୍ୟାଧରଙ୍କ ପରେ ଲୋକନାଥ ରାୟସିଂହ ଭ୍ରମରବର ଏବଂ ବଳଭଦ୍ର,ନୀଳକଣ୍ଠ,ନୃସିଂହ  ,କୁଞ୍ଜବିହାରୀ,ବ୍ରଜବିହାରୀ, ଦାମୋଦର ଏବଂ ମରାଠା କାଳରେ ତ୍ରିଲୋଚନଙ୍କ ଉତ୍ତରାଧିକାରୀ ସୂତ୍ରରେ ଏରାଜ୍ୟକୁ ଶାସନ କରୁଥିଲେ। ଦୟାନିଧି ମହେନ୍ଦ୍ର ବାହାଦୁର ପରେ କୃଷ୍ଣଚନ୍ଦ୍ର,ଶ୍ୟାମଚନ୍ଦ୍ର,ଭଗିରଥ,ପିତାମ୍ବର,ଦୀନବନ୍ଧୁ,ସୂର୍ଯ୍ୟ ପ୍ରତାପ ଏବଂ ୧୯୧୮ରେ କ୍ଷମତାକୁ ଆସିଥିଲେ ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୁର ୧୯୪୭ ମସିହାରେ ରାଜତନ୍ତ୍ରର ଶେଷ ସୂର୍ଯ୍ୟସ୍ତ ହୋଇଥିଲା। ଏହି ଯତନ ନଗରର ମହଲଟି ନିର୍ମାଣ କରିଥିଲେ ରାଜା ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୁରଙ୍କ ଭାଇ ପଟାୟତ ନୃସିଂହ ପ୍ରସାଦ ସିଂହଦେଓ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ।ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ 

masiha

କେନ୍ଦ୍ରୀୟ ବଜେଟକୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ପୂର୍ବତନ ମନ୍ତ୍ରୀ ଜନାବ ହବିବୁଲ୍ଲା ଖାନ ଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!