ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଳିତ ଡେଭଲପମେଣ୍ଟ ମିଶନ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ଉପରେ ଗୁରୁତ୍ୱ

ଦଳିତ ଡେଭଲପମେଣ୍ଟ ମିଶନ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ଉପରେ ଗୁରୁତ୍ୱ

ନୂଆପଡା,( ସୁଜିତ କୁମାର ପ୍ରଧାନ )”ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର” ଏହି ପ୍ରେରଣାଦାୟକ ନାରାକୁ ବାସ୍ତବ ରୂପ ଦେବା ଏବଂ ଦଳିତ ସମାଜର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦଳିତ ଡେଭଲପମେଣ୍ଟ ମିଶନ ପକ୍ଷରୁ ଏକ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ନୂଆପଡା ଜିଲ୍ଲାର ଡମଗଣା ସମାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ମାଲ୍ୟବନ୍ତ ସୁନା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ସମେତ ଜିଲ୍ଲା ବାହାରରୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ।

ଆୟୋଜିତ ସଭାରେ ମୁଖ୍ୟ ଅତିଥି ଡ଼କ୍ଟର ବାସୁଦେବ ସୁନାନି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡମଗଣା ସମାଜର ସଭାପତି ହରିକେଶ ଜାଲ , ଦଳିତ ଡେଭଲପମେଣ୍ଟ ମିଶନର ସଭାପତି ଶ୍ରବଣ ନିଆଲ, ଦୟାନିଧି ବାଗ, ପୁଷ୍ପାଞ୍ଜଳି ପାଣ୍ଡେ, ଅସୀମା ବାଗ, ଛବି ସାଗର, ଘନଶ୍ୟାମ ଭିତ୍ରିଆ, ପୂର୍ଣ୍ଣଚନ୍ଦ୍ର ନେତାମ, ରବୀନ୍ଦ୍ର କୁମାର ବିରାଲ ସେନ ନାଗ ପ୍ରମୁଖ ଉପସ୍ଥିତ ରହି ଆଜିର ସମୟରେ ଶିକ୍ଷାର ଗୁରୁତ୍ୱ, ନୈତିକ ମୂଲ୍ୟବୋଧ, ଉଚ୍ଚଶିକ୍ଷା ଓ ସଫଳ କ୍ୟାରିୟର ଗଠନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ବକ୍ତାମାନେ କହିଥିଲେ ଯେ, ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ଏବଂ ଯୁବପିଢ଼ି ଶିକ୍ଷିତ ହେଲେ ସମାଜରେ ସକାରାତ୍ମକ ପରିବର୍ତ୍ତନ ସମ୍ଭବ।

ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପଦକ୍ଷେପ ଦଳିତ ସମାଜର ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା l ଏହି କାର୍ଯ୍ୟକ୍ରମ କୁ ଲୈବାନ ବାଗ, ପୀତବାସ ଜଗତ, ଇନ୍ଦ୍ର ବାଗ, ବଳବିନ୍ଦର ସିଂ ତାଣ୍ଡି, ଗଜେନ୍ଦ୍ର ସୁନା ଙ୍କ ସହ ନବୀନ ନାଏକ ପ୍ରମୁଖ ସହଯୋଗ କରିଥିଲେ l

Related posts

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

masiha

୫ଟି ସଚିବଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ  , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟରେ ମୋ ଖତ ବିକ୍ରୟ କେନ୍ଦ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!