ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି

ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି

ଜୁନାଗଡ଼,୧୨/୮(ମନୀ ସ) ସୁସ୍ଥ ପରିବେଶ ହିଁ ସୁସ୍ଥ ସମାଜ ଗଠନର ମୁଖ୍ୟ ଆଧାର। ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ କରିବା ସହ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଯୋଗଦେଇ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ରାଲିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ଜେଲ ଛକ ଦେଇ ଗାନ୍ଧୀଛକଠାରେ ପହଞ୍ଚିଥିଲା। ରାଲିରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ, ନୃତ୍ୟ, ସଙ୍ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ, ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ନେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଶିକ୍ଷା ଅଧିକାରୀ ଡି. ବିଜୟା, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତଙ୍କ ସମେତ ଅନୁଷ୍ଠାନର ଶିକ୍ଷକ- ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନର ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ରାଲିରେ ଅଂଶଗ୍ରହଣ କରି ଲୋକଙ୍କୁ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କୋର୍ଟରେ ପୃଥକ ପୃଥକ ଘଟଣାରେ ଅଭିଯୁକ୍ତମାନଙ୍କୁ ଜୋରିମିନା ସହ କାରାଦଣ୍ଡ

Sunil Chandra Nayak

ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଠାରେ ୧୧କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!