ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା

୧୧ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା

ରାଇରଙ୍ଗପୁର – ୧୭/୦୮ ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦାର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ୧୧ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ସଂଲଗ୍ନ ସମସ୍ତ ସଂଗଠନ ତରଫରୁ ବିଶାଳ ପ୍ରତିବାଦ ସଭା । ଦଳର ନେତୃଵୃନ୍ଦ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ,କେନ୍ଦ୍ର ଶ୍ରମ ମନ୍ତ୍ରୀ,ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ଯରେଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ଦାବି ଗୁଡାକ ହେଲା ଇଏସଆଇସି ଦରମା ୨୧ ହଜାରରୁ ୩୦ ହଜାର ବୃଦ୍ଧି,ଇପିଏଫ ପେନସନ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କା ବୃଦ୍ଧି,ଇପିଏଫ ମଜୁରି ୧୫ ହଜାରରୁ ୩୦ ହଜାର ଟଙ୍କା,ବୋନସ ଗଣନା ସିମା ୭ ହଜାରରୁ ୧୮ ହଜାର ଟଙ୍କା ବୃଦ୍ଧି,ବୋନସ ଯୋଗ୍ୟତା ସିମା ୨୧ ହଜାରରୁ ୪୨ ହଜାର ଟଙ୍କା ବୃଦ୍ଧି,ସ୍କିମ ଶ୍ରମିକ( ଅଙ୍ଗନବାଡ଼ି,ଆଶାଦିଦି) ମାନଙ୍କୁ ନିୟମିତ କରିବା,ସେମାନଙ୍କ ଦେୟ ବୃଦ୍ଧି କରିବା,ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ସମାନ କାମକୁ ସମାନ ଦରମା ସୁନିଶ୍ଚିତ କରିବା, ଶ୍ରମ ଆଇନରୁ ଶ୍ରମ ବିରୋଧି କୋଡ଼ ଉଛେଦ କରିବା,ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ୫ ଦିନ କାମ କରିବା,ଗ୍ରାଚ୍ଯୁଇଟି ୪୦ ଲକ୍ଷ ଟଙ୍କା ବୃଦ୍ଧି କରିବା ଇତ୍ୟାଦି ।ସରକାର ଯଦି ସେମାନଙ୍କ ଦାବି ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ନ ଦିଅନ୍ତି ତାହାହେଲେ ଆଗାମି ଦିନରେ ଦାବି ହାସଲ ପାଇଁ ତିବ୍ର ଆନ୍ଦୋଳନ କରାଯିବ ବୋଲି ଵିଏମଏସ ରାଜ୍ୟ ନେତା ନିଗମାନନ୍ଦ ପଟନାୟକ,ଜିଲ୍ଲା ସଭାପତି ବୋଧି ରଜତ ମହାନ୍ତି,ସଂପାଦକ ମେଘନାଦ ମାଝୀ,ହେମଲତା ମିଶ୍ର,ମନୋରମା ବେହେରା,ନିଳାଦ୍ରି ପାତ୍ର,ଦେବାଶିଷ ନାଏକ, ଵିଏମଏସ ଅନୁବନ୍ଧିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସଦସ୍ୟ ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ମାନବ ସେବାରେ ବଜରଙ୍ଗ କ୍ଲବ

Sunil Chandra Nayak

ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

Leave a Comment

error: Content is protected !!