ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନ୍ଥ ପଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର

କାନ୍ଥ ପଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର

ଜଳେଶ୍ଵର,୧୭/୮(ମନିସ)-ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର କପାସୁଦା ଗାଁରେ ରବିବାର ରାତିରେ ଏକ ଘରର କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର। ଘଟଣାଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସୁଦା ଗାଁରେ ରବିବାର ରାତିରେ ଏକ ଘରର କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର। ଘଟଣାଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ବିବରଣୀରୁ ପ୍ରକାଶ ଯେ ଗତକାଲି ରାତିରେ କପାସୁଦା ଗାଁର ସ୍ବର୍ଗତ ନରେନ୍ଦ୍ର ଜେନାଙ୍କ ପତ୍ନୀ ରାଧିକା (୬୫), ନାତି ଜ୍ୟୋତି ପ୍ରକାଶ ସ୍ବାଇଁ(୧୮), ନାତୁଣି ସ୍ମୃତିରେଖା ସ୍ବାଇଁ (୧୮) ସବୁ ଦିନ ପରି ଘରର ଦୁଆରରେ ଶୋଇଥିଲେ। ତେବେ ରାତି ପାଖାପାଖି ସାଢେ ୯ଟା ସମୟରେ ତାଙ୍କ ପଡ଼ୋଶୀ ବଂଶୀଧର ଜେନା ଓ ଗଙ୍ଗାଧର ଜେନାଙ୍କ ଘରର କାନ୍ଥ ରାଧିକାଙ୍କ ଆଜବେଷ୍ଟସ ଛପର ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଆଈ ରାଧିକା ଓ ନାତି ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ସ୍ମୃତିରେଖା ଗୁରତର ହୋଇଛନ୍ତି। ଜ୍ୟୋତି ପ୍ରକାଶ ଓ ସ୍ମୃତିରେଖା ଉଭୟ ଯାଆଁଳା ଭାଇଭଉଣୀ ବୋଲି ଜଣା ପଡିଛି। 

ସେହିପରି ସେହି ଘର ଭିତରେ ରାଧିକାଙ୍କ ପୁତ୍ର ଉତ୍ତମ(୩୧),ପୁତ୍ରବଧୂ ଦେବୀରାଣୀ (୨୫), ଦୁଇ ନାତୁଣୀ ଅନନ୍ୟା (୫), ଆରୋଧ୍ୟା (୨ ମାସ) ମଧ୍ୟ ଶୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉତ୍ତମ ଓ ଆରୋଧ୍ୟା ମଧ୍ୟ ଆହତ ହୋଇଛନ୍ତି। ଘରର ସମସ୍ତ ଆସବାବପତ୍ର କାନ୍ଥ ତଳେ ଚାପି ହୋଇ ନିଶ୍ଚିହ୍ନ ହୋଇଯାଇଛି।ଖବର ପାଇ ଜଳେଶ୍ୱର ବିଡିଓ ଗୌରାଙ୍ଗ ଚରଣ ଘୋଷ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଓ ବହୁ ରାଜନେତା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ରେ ପହଞ୍ଚି ଗୁରତର ଓ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର: ଆନନ୍ଦ ଉଲ୍ଲାସର ସହ ଛଠ୍ ପର୍ବ ପାଳିତ

masiha

ରେଳ ବିଭାଗ ଜେନରାଲ ମେନେଜର ଙ୍କୁ ରୁପ୍ରାରୋଡ ରେଳ ସୁରକ୍ଷା ସମିତିର ଏକ ଦାବୀପତ୍ର

Sunil Chandra Nayak

ରାବଣ ଦହନ ଓ ବିଜୟାଦଶମୀ ସେକ୍ଟର-୧୩ ମେଳନ ପଡ଼ିଆରେ : ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ସୂଚନା ରାବଣ ଦହନ ସହିତ ଆତସବାଜି ଏବଂ ଡିଜିଟାଲ ଆଲୋକ ହେବ ଆକର୍ଷଣର କେନ୍ଦ୍ରବିନ୍ଦୁ

Sunil Chandra Nayak

Leave a Comment

error: Content is protected !!