ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ମହିଳା ଓ ଯୁବତୀଙ୍କ ସ୍ୱାବଲମ୍ବନ ପାଇଁ ଆଗେଇ ଆସିଲା Operation AGAPE Skill Development Center

ଗ୍ରାମୀଣ ମହିଳା ଓ ଯୁବତୀଙ୍କ ସ୍ୱାବଲମ୍ବନ ପାଇଁ ଆଗେଇ ଆସିଲା Operation AGAPE Skill Development Center

ପୋଡ଼ଲଗୁଡ଼ା ଗ୍ରାମ ପଞ୍ଚାୟତରେ ଦ୍ୱିତୀୟ ପର୍ଯ୍ୟାୟ ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ

ନବରଙ୍ଗପୁର :(୦୨|୦୯|୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ମାଝୀଗୁଡା ନିକଟସ୍ତ ଜବାଗୁଡା ରେ , ଗ୍ରାମାଞ୍ଚଳର ଅନାଥ ଝିଅ, ଯୁବତୀ ଓ ବେକାର ମହିଳାମାନଙ୍କୁ ବୃତ୍ତିଗତ କୌଶଳ ପ୍ରଦାନ କରି ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ Operation AGAPE Skill Development Center ପକ୍ଷରୁ ଏକ ଅଭିନବ କୌଶଳ ବିକାଶ କାର୍ଯ୍ୟକ୍ରମକୁ ଆଜି ଆହୁରି ବ୍ୟାପକ କରାଯାଇଛି। ପୋଡ଼ଲଗୁଡ଼ା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମାଝୀଗୁଡା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ଦ୍ୱିତୀୟ ବ୍ୟାଚ୍‌ର ଶୁଭାରମ୍ଭ ହୋଇଛି।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (District Child Protection Officer) ଶ୍ରୀ ସୁରେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଗ୍ରାମୀଣ ଅଞ୍ଚଳର ମହିଳା ଓ ଯୁବତୀମାନଙ୍କୁ କୌଶଳ ଶିକ୍ଷା ଦେଇ ରୋଜଗାର ଓ ସ୍ୱୟଂରୋଜଗାରର ସୁଯୋଗ ସୃଷ୍ଟି କରିବା ଭଳି ଉଦ୍ୟମକୁ ଉପସ୍ଥିତ ଅତିଥି ଓ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିଲେ।ଖାତିଗୁଡ଼ା ଗ୍ରାମର ଶ୍ରୀ ସେବକ ଗରଡ଼ା, ଯିଏ ଏହି ଅନୁଷ୍ଠାନର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ପ୍ରଥମ ବ୍ୟାଚ୍‌ରେ ୧୫ ଜଣ ମହିଳା ଓ ଯୁବତୀ ସିଲେଇ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏବେ ଦ୍ୱିତୀୟ ବ୍ୟାଚ୍‌ରେ ଆଉ ୧୫ ଜଣ ମହିଳା ଓ ଯୁବତୀ ନାମ ଲେଖାଇଛନ୍ତି।ସେ ଆହୁରି କହିଥିଲେ ଯେ, ଖାତି ଗୁଡ଼ା ଠାରେ ମଧ୍ୟ ଝିଅମାନଙ୍କ ପାଇଁ ବିଭିନ୍ନ କୌଶଳ ବିକାଶ ପ୍ରଶିକ୍ଷଣ ପୂର୍ବରୁ ଆରମ୍ଭ କରାଯାଇଛି। ସେଥିରେ ଇଲେକ୍ଟ୍ରିସିଆନ୍ ପ୍ରଶିକ୍ଷଣ, କମ୍ପ୍ୟୁଟର କୌଶଳ, ସିଲେଇ ପ୍ରଶିକ୍ଷଣ, LED ବଲ୍‌ବ ତିଆରି ଏବଂ Aqua Water Filter ତିଆରି ପ୍ରଶିକ୍ଷଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି ପ୍ରଶିକ୍ଷଣଗୁଡ଼ିକ CCIର ଶିଶୁମାନଙ୍କ ସମେତ ସ୍ଥାନୀୟ ଅନ୍ୟାନ୍ୟ ଶିଶୁ ଓ ଯୁବକ-ଯୁବତୀଙ୍କୁ ମଧ୍ୟ ଉପକୃତ କରୁଛି।ଶ୍ରୀ ଗରଡ଼ାଙ୍କ କହିବା ଅନୁସାରେ, ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଦରିଦ୍ର ଗ୍ରାମୀଣ ମହିଳା ଓ ଯୁବକ-ଯୁବତୀଙ୍କ ଆୟ ବୃଦ୍ଧି କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା। ଆର୍ଥିକ ଅସୁବିଧା କିମ୍ବା ଦୂରତା କାରଣରୁ ବଡ଼ ସହରର ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଉଚ୍ଚମାନର କୌଶଳ ପ୍ରଶିକ୍ଷଣ ନେଇପାରୁନଥିବା ଗ୍ରାମୀଣ ଯୁବପିଢ଼ିଙ୍କ ପାଇଁ ଏହି କେନ୍ଦ୍ର ଏକ ବିକଳ୍ପ ଓ ସୁଯୋଗ ସୃଷ୍ଟି କରୁଛି।ଏହି ପ୍ରୟାସ ମାଧ୍ୟମରେ ଯୁବକ-ଯୁବତୀମାନେ ନିଜ ଅଞ୍ଚଳରେ ରହି କୌଶଳ ଅର୍ଜନ କରି ନିଜସ୍ୱ ରୋଜଗାର ସୃଷ୍ଟି କରିପାରିବେ। ଏଥିସହିତ ଚାକିରି ସନ୍ଧାନରେ ଯୁବକ-ଯୁବତୀ, ବିଶେଷକରି ଅଳ୍ପବୟସ୍କ ଝିଅ ଓ ପୁଅମାନଙ୍କର ଅନ୍ୟ ସହରକୁ ଅନିୟନ୍ତ୍ରିତ ପ୍ରବାସ ଏବଂ ମାନବ ଚାଲାଣ (trafficking) ଭଳି ସମସ୍ୟାକୁ ରୋକିବାରେ ମଧ୍ୟ ଏହି ପଦକ୍ଷେପ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।ସ୍ଥାନୀୟ ଲୋକମାନେ ଏହି ଅଭିନବ ପଦକ୍ଷେପକୁ ସ୍ୱାଗତ କରିବା ସହ ଗ୍ରାମୀଣ ମହିଳା, ଯୁବତୀ ଓ ବେକାର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି ମତ ପ୍ରକାଶ କରିଛନ୍ତି।“କୌଶଳ ବିକାଶ ମାଧ୍ୟମରେ ସ୍ୱାବଲମ୍ବନ, ସ୍ୱାବଲମ୍ବନ ମାଧ୍ୟମରେ ସଶକ୍ତିକରଣ” — ଏହି ଲକ୍ଷ୍ୟକୁ ଆଗରେ ରଖି Operation AGAPE Skill Development Center ର ଏହି ପ୍ରୟାସ ଗ୍ରାମୀଣ ଅଞ୍ଚଳର ଅନେକ ପରିବାର ପାଇଁ ଆଶାର ନୂଆ ଆଲୋକ ସୃଷ୍ଟି କରିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାର ଗୈ।ରବ ବଢାଇଲେ ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ 

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

Sunil Chandra Nayak

ରାଇରଙ୍ଗପୁର ରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ଵିଶ୍ବବିଦ୍ଯାଳୟର ଚତୁର୍ଥ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମତି

Sunil Chandra Nayak

Leave a Comment

error: Content is protected !!