ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଏମ.ଡ଼ି.ଆର ୨୦୨୬ ଵିଲକୁ ନେଇ ବନ୍ଧୁଗାଁ ଠାରେ ଗଣ ବିକ୍ଷୋଭ ସହ ରାଲି , ୨- ଏମ.ଏମ.ଡ଼ି.ଆର ୨୦୨୬ ଵିଲ କୁ ନେଇ ଆଦିବାସୀ ଏକତା ମଞ୍ଚ ଓ ହିନ୍ଦୁ ମହାସଭା ମିଳିତ ବୈଠକ 

.ଏମ.ଡ଼ି.ଆର ୨୦୨୬ ଵିଲକୁ ନେଇ ବନ୍ଧୁଗାଁ ଠାରେ ଗଣ ବିକ୍ଷୋଭ ସହ ରାଲି 

ବନ୍ଧୁଗାଁ ତା, ୭/୯/୨୬,କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷବାଦି ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ ସଂଶଧନ ଆଇନ ବିଲକୁ ନେଇ ରାଜ୍ୟରେ ସେପଟେମ୍ବର ୧ ରୁ ୧୦ ପର୍ଯ୍ୟନ୍ତ ରାଜ୍ୟବାପି ମିଳିତ ଗଣ ଆନ୍ଦୋଳନ କୁ ନେଇ ଆଜି ବନ୍ଧୁଗାଁ ଠାରେ ସି.ପି.ଆଇ (ଏମ.ଏଲ)ଏସ.ୟୁ.ସି.ଆଇ(କମୁନିଷ୍ଟ )ସିପି ଆଇ (ଏମ.ଏଲ ) ରେଡ ଷ୍ଟାର, ସି. ପି. ଆଇ (ଏମ. ଏଲ) ନିୟୁ ଡେମକରାସି ର ମିଳିତ ଭାବରେ ଆଜି ରାଲି କରିବା ବନ୍ଧୁଗାଁ ତୋହସିଲ କାର୍ଯ୍ୟାଳୟ ସୋମୁଖରେ ସହ ଗଣ ବିକ୍ଷୋଭ କରିଥିଲେ I ରାଜ୍ୟର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ଲୁଣ୍ଠନ କରିବା ପାଇଁ ବିଜେପି ସରକାରଙ୍କ ଦ୍ୱାରା ପରିଚାଳିତ କର୍ପୋରେଟ ହାତରେ କୌଣସି ପରିସ୍ଥିତି ରେ ଦିଆଯିବ ନାହିଁ I ଓଡ଼ିଶାର ଖଣିଜ ସମ୍ପଦ ଉପରେ ଓଡିଶା ସରକାରଙ୍କ ଅଧିକାର ଅଟେ I ଖଣିଜ ସମ୍ପଦ ଦ୍ୱାରା ମିଳୁଥିବା ରାଜସ୍ବ, ରାଜ୍ୟର ବିକାଶ ମୂଳକ କାର୍ଯ୍ୟରେ ଆସିଥାଏ I ଯଥା- ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ରେ ବ୍ୟବହୃତ ହୁଏ, ଯଦି ଏହି ଆଇନ ଲାଗୁହୁଏ ତେବେ ଓଡିଶା ବର୍ଷକୁ ୧୨୦୦୦ କୋଟି କ୍ଷତି ସହିବ I ଏଣୁ ଆମେ ଏହାକୁ ଘୋର ବିରୋଧ କରୁ I ଯଦି ଏହି ଆଇନ ନହଟିବ ତେବେ ଆମେ ଆଗାମୀ ଦିନରେ ଆମ ଅଞ୍ଚଳର ଶ୍ରମିକ, କୃଷକ, ଆଦିବାସୀ, ଯୁବବର୍ଗ ଓ ମହିଳା ସମସ୍ତ ରାଜରାସ୍ତାକୁ ଓଲ୍ହାଇବୁ I ଆଜିର ଗଣ ବିକ୍ଷୋଭ ରେ ବନ୍ଧୁଗାଁ ଅଞ୍ଚଳରୁ ଆଧିବାସୀ ଚାଷୀ ମୁଲିଆ କୋରାପୁଟ ଜିଲ୍ଲା ସମ୍ଫାଦିକା ପିଡ଼ିକା ସୁରାମା, ସୁବାରାଓ କେଣ୍ଡରୁକା,ଚାଷୀ ମୁଲିଆ ନେତ୍ରୀ ପୁଆଲା କିର୍ମ, କୁମ୍ଭାରି ପୁଟ ଅଞ୍ଚଳର ନେତା ପେକାଟି ହୁଇକା, ନାଗେସ କଣ୍ଡାଗୋରୀ, କେଣ୍ଡରୁକା କାଣ୍ଟୁ, ମହନ କେଣ୍ଡରୁକା, କାର୍ଯ୍ୟକ୍ରମରେ ଆଦିବାସୀ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ଶତାଧିକ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ I 

  ଏମ.ଏମ.ଡ଼ି.ଆର ୨୦୨୬ ଵିଲ କୁ ନେଇ ଆଦିବାସୀ ଏକତା ମଞ୍ଚ ଓ ହିନ୍ଦୁ ମହାସଭା ମିଳିତ ବୈଠକ 

ବନ୍ଧୁଗାଁ ତା, ୭/୯/୨୬,ରାଜ୍ୟର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ଲୁଣ୍ଠନ କରିବା ପାଇଁ ବିଜେପି ସରକାରଙ୍କ ଦ୍ୱାରା ପରିଚାଳିତ କର୍ପୋରେଟ ହାତରେ କୌଣସି ପରିସ୍ଥିତି ରେ ଦିଆଯିବ ନାହିଁ I ଓଡ଼ିଶାର ଖଣିଜ ସମ୍ପଦ ଉପରେ ଓଡିଶା ସରକାରଙ୍କ ଅଧିକାର ଅଟେ I ଖଣିଜ ସମ୍ପଦ ଦ୍ୱାରା ମିଳୁଥିବା ରାଜସ୍ବ, ରାଜ୍ୟର ବିକାଶ ମୂଳକ କାର୍ଯ୍ୟରେ ଆସିଥାଏ I ଯଥା- ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ରେ ବ୍ୟବହୃତ ହୁଏ, ଯଦି ଏହି ଆଇନ ଲାଗୁହୁଏ ତେବେ ଓଡିଶା ବର୍ଷକୁ ୧୨୦୦୦ କୋଟି କ୍ଷତି ସହିବ I ଏଣୁ ଆମେ ଏହାକୁ ଘୋର ବିରୋଧ କରୁ I ଯଦି ଏହି ଆଇନ ନହଟିବ ତେବେ ଆମେ ଆଗାମୀ ଦିନରେ ଆମ ଅଞ୍ଚଳର ଶ୍ରମିକ, କୃଷକ, ଆଦିବାସୀ, ଯୁବବର୍ଗ ଓ ମହିଳା ସମସ୍ତ ରାଜରାସ୍ତାକୁ ଓଲ୍ହାଇବୁ I ଏହି କାର୍ଯ୍ୟକ୍ରମରେ ଆଦିବାସୀ ମଞ୍ଚ ରାଜ୍ୟ ଉପସଭାପତି ଗଜେନ୍ଦ୍ର ହୁଇକା, ଦଳିତ ମଞ୍ଚ ରାଜ୍ୟ ଉପସଭାପତି ରାକେଶ ଦିପ୍, ଦଳିତ ମଞ୍ଚ ଜିଲ୍ଲା ସଭାପତି,ରଶ୍ମି ରଞ୍ଜନ ନାୟକ, ରାୟଗଡ଼ା ଶ୍ରମିକ ସଭାପତି,ରାଜୁ ସାମଲ, ରାୟଗଡା ଜିଲ୍ଲା ଶ୍ରମିକ ଉପସଭାପତି ନାଗାରାଜୁ ଓ ରାୟଗଡା ସହର ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ଶତାଧିକ ଭଦ୍ର ବ୍ୟକ୍ତି ଓ ଆଇନଜୀବୀ ଉପସ୍ଥିତ ଥିଲେ I ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

ସଞ୍ଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼କୁ ଜିଲ୍ଲା ମାନ୍ୟତ ଦାବୀ ନେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ- ବହୁଜନ ସଂଗ୍ରାମ ସମିତି

masiha

କଲମପୁରରେ ମନରେଗା ଯୋଜନା ରୋକିଲା କିଏ? ଜିଲ୍ଲାରେ ୧୩ ଟି ମଧ୍ୟରୁ ଗୋଟିଏ ବ୍ଲକ ବଞ୍ଚିତ,କାମ ନ ମିଳିବାରୁ ଅନ୍ବେଷଣରେ ଦାଦନ ମୁହାଁ ଶ୍ରମିକ

Sunil Chandra Nayak

ଅଟୋ ଧକ୍କା ରେ ସ୍କୁଲ ଛାତ୍ରୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!