ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛେଣ୍ଡ ଗୁଣ୍ଡିଚା ସାଂସ୍କୃତିକ ସେବା ସମିତିର ପୁରାତନ ସଦସ୍ୟଙ୍କ ବିୟୋଗରେ ଶୋକସଭା

ଛେଣ୍ଡ ଗୁଣ୍ଡିଚା ସାଂସ୍କୃତିକ ସେବା ସମିତିର ପୁରାତନ ସଦସ୍ୟଙ୍କ ବିୟୋଗରେ ଶୋକସଭା

ରାଉରକେଲା: ଛେଣ୍ଡ ସ୍ଥିତ ଶ୍ରୀ ଗୁଣ୍ଡିଚା ସାଂସ୍କୃତିକ ସେବା ସମିତିର ଜଣେ ପୁରାତନ ସଦସ୍ୟ ମଂଗରାଜ ମହାଳିକ ଗତ ୮ ତାରିଖ ଦିନ ଇହଧାମ ତ୍ୟାଗ କରିଛନ୍ତି। ସେ ଜଣେ ସମାଜସେବୀ, ପରୋପକାରୀ ତଥା ସୁସଂଗଠକ ଭାବେ ପରିଚିତ ଥିଲେ। ଗୁଣ୍ଡିଚା ମନ୍ଦିର ନିର୍ମାଣ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅବିସ୍ମରଣୀୟ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ୭ଟା ବେଳେ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ନୀରବ ପ୍ରାର୍ଥନା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ଅବସରରେ ସଭ୍ୟମାନେ ମନ୍ଦିର ପ୍ରତି ତାଙ୍କର ଅବଦାନ ଓ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ସ୍ମୃତିଚାରଣ କରିଥିଲେ। ଏହି ଶୋକସଭାରେ ସଭାପତି ବିଚିତ୍ରାନନ୍ଦ ପଢିଆରୀ, ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡା, ପ୍ରଭାତ ମହାପାତ୍ର, କାମେଶ୍ୱର ଦତ୍ତ ଚୌଧୁରୀ, ରମେଶ ଦାସ, ରାଧାଶ୍ୟାମ ନାୟକ, ରୁଦ୍ର ନାରାୟଣ ତ୍ରିପାଠୀ, ପ୍ରସନ୍ନ ସାବତ, ହୁନ ଚନ୍ଦ୍ର ବେହେରା, ବିରୁପାକ୍ଷ ସାମଲ, ସୁଧୀର ମହାନ୍ତି, ବିନୟ ପଟ୍ଟନାୟକ, ରବୀନ୍ଦ୍ର ରାଉତ, ରବି ବୈଦ୍ୟ, ହାଡିବନ୍ଧୁ ପରିଡ଼ା, ଭବାନୀ କବି ପ୍ରମୁଖ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।

ଶେଷରେ ମହାଳିକ ବାବୁଙ୍କ ପୁତ୍ର ଅମରେନ୍ଦ୍ର ଓ ତିନି କନ୍ୟାଙ୍କୁ ସମବେଦନା ଜଣାଇ ସଭା ସମାପ୍ତ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

Sunil Chandra Nayak

ଫୁଲଗଛ ପ୍ରତି ସମର୍ପିତ ପ୍ରାଣ ବିଜୟ ସ୍ବାଇଁ

Sunil Chandra Nayak

Leave a Comment

error: Content is protected !!