ନୂତନ ରାସ୍ତା ନିର୍ମାଣ ଦାବି
ଲାଞ୍ଜିଗଡ଼,୦୧/୦୬(ମନିସ) କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-କାଉଗୁଡ଼ା ଛକ ମଝିରେ ଥିବା ବେହେରାପୋଲ ବୁଲାଣି ମରଣଯନ୍ତା ପାଲଟିଛି ! ଏଇ ବୁଲାଣିରେ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ଏଥିଯୋଗୁଁ ବ୍ୟାପକ ଧନଜୀବନ ହାନୀ ହେଉଛି ! ଏଇ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡ଼ ରାଜ୍ୟର ରାୟପୁର, ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିକୁ ସିଧାସଳଖ ଯୋଗାଯୋଗ ରହିଛି ! ସେହିପରି କଳାହାଣ୍ଡି, ରାୟଗଡ଼ା ଜିଲ୍ଲା ସହିତ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାକୁ ଏଇ ସଡ଼କପଥ ଯୋଡ଼ିଥାଏ ! ଏଇ ରାସ୍ତା ଦେଇ ଦୈନିକ ଏକ ହଜାରରୁ ଉର୍ଦ୍ଧ୍ବ ଭାରୀଯାନ ଚଳାଚଳ କରୁଥିବାବେଳେ ବେହେରାପୋଲରେ ଦିନାତିଦିନ ଦୁର୍ଘଟଣା ଘଟିବା ଏକ ସାଧାରଣ କଥା ପାଲଟିଯାଇଛି ! ନିକଟରେ ଥିବା ସିକେରକୁପା ପୁଲିସ ଫାଣ୍ଡିର କର୍ମଚାରୀ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ବଦଳରେ ଏଇ ବୁଲାଣିରେ ଦୁର୍ଘଟଣା ଘଟିଥିବା ଗାଡ଼ି ଉଦ୍ଧାର, ଆହତ, ଗୁରୁତରଙ୍କୁ ଉଦ୍ଧାର କରିବା, ଦୁର୍ଘଟଣାଗ୍ରସ୍ତ ଗାଡ଼ିର ସୁରକ୍ଷା କରିବାରେ ଦିନ ବିତୁଛି ! ତେବେ ଠିକାଦାରଙ୍କ ଦ୍ବାରା ଭୁଲ ନିର୍ମାଣ ଓ ଇଞ୍ଜିନିୟରିଂ ଡିଜାଇନରେ ତ୍ରୁଟି ଯୋଗୁଁ ଏପରି ଘଟୁଥିବା ଅଭିଯୋଗ ହେଉଛି ! ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି ଫଳ ମିଳୁନାହିଁ ! ଏଣୁ ରାଜ୍ୟ ପୂର୍ତ୍ତ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ! ଏ ସଂପର୍କରେ ଯୁବ ସମାଜସେବୀ ସୁଶୀଲ କୁମାର ବାଗ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟଯନ୍ତ୍ରୀ ଇଂ ଜୟପାଲ ନାଏକଙ୍କୁ ଚିଠି ଲେଖି ରାସ୍ତାର ଭୁଲ୍ ଡିଜାଇନ୍ ସୁଧାରିବା ବୁଲାଣି ରାସ୍ତାରେ ଦୁଇଶହ ମିଟର ନୂଆରାସ୍ତା ତିଆରି କରିବାକୁ ସେ ଦାବି କରିଛନ୍ତି !
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।