ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଠିକାଦାର ସାଜିଛନ୍ତି ବିଧାୟକ ପ୍ରତିନିଧି !!

ରାଜନୈତିକ ତୁଷ୍ଟି କରଣ ପାଇଁ ବାବୁଙ୍କୁ ସାତଖୁଣ ମାପ
କାର୍ଯ୍ୟ ସ୍ଥଳରେ କାର୍ଯ୍ୟ କର୍ତ୍ତା , ବିଭାଗୀୟ କର୍ମଚାରୀ ଅନୁପସ୍ଥିତ
ଲଗାଯାଇନି ସୂଚନା ଫଳକ
ଚାଲିଛି ବେଧଡକ ପୋଖରୀଖନନ

ଗୋଟିଏ ପୋଖରୀ ଖନନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଯୋଜନାର ସାତ ଲକ୍ଷ ଏବଂ ମନରେଗା ଯୋଜନାର ୫ ଲକ୍ଷ ବିନିଯୋଗ

  କଲମପୁର = ୦୭/୦୬ (ମସିହା)  ବିିିକାଶ  କାର୍ଯ୍ୟକୁ ଆଗେଇନେବା ପାଇଁ ସରକାର ସାଂସଦ ଓ ବିଧାୟକ ପାଣ୍ଠି ବ୍ୟବସ୍ଥା କରିଛନ୍ତି । ତଦ ଅନୁସାରେ ବିଧାୟକମାନେ ନିଜ ନିଜ ପ୍ରତିନିଧିଙ୍କ ମାଧ୍ୟମରେ ନିଜ ନିଜ ହାତପାଣ୍ଠିକୁ ବିନିଯୋଗ କରୁଛନ୍ତି । ଏଥି ଯୋଗୁ ଅଞ୍ଚଳର ବିକାଶ ଉନ୍ନତି ପଥକୁ ଅଗ୍ରସର ହେଉଥିବା ବେଳେ ଜନ ସେବା ବଦଳରେ ନିଜ ସେବା କରୁଥିବା ପ୍ରତିନିଧି ମାନଙ୍କ ଯୋଗୁଁ ବିଧାୟକ ମାନେ ନିନ୍ଦିତ ହେଉଥିବା ଭଳି ଘଟଣା କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ ମୌଷଧି ବାଗଙ୍କ କଲମପୁର ବ୍ଲକ ପ୍ରତିନିଧି ଭାବେ ସଦାନନ୍ଦ ଚନ୍ଦନ ନିୟୋଜିତ ହୋଇଛନ୍ତି । ଜନପ୍ରତିନିଧି ଭାବେ କମ୍ ଓ ଠିକାଦାର ଭାବେ ଅଧିକ ଜଣାଶୁଣା ଏହି ବିଧାୟକ ପ୍ରତିନିଧି ଶ୍ରୀ ଚନ୍ଦନଙ୍କ କାର୍ଯ୍ୟ କାରିତାକୁ ନିରେଖି ଦେଖିଲେ ବିଧାୟକଙ୍କ ପାଣ୍ଠି କାହାପାଇଁ ଉଦ୍ଧିଷ୍ଟ ତାହା ସହଯେ ହିଁ ଜଣା ପଡିଯାଉଛି। ବିଧାୟକ ପାଣ୍ଠି ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଅମଳରୁ ବର୍ତ୍ତମାନ ବିଧାୟକ ମୌଷଧି ବାଗଙ୍କ ପର୍ଯ୍ୟନ୍ତ ସବୁଠି ତାଙ୍କର ଇସାରାରେ ବିନିଯୋଗ ହୋଇ ଚାଲୁଥିବାବେଳେ ସର୍ବାଧିକ କାମ ସେ ନିଜ ଓ ନିଜ ଅଞ୍ଚଳରେ କାମ କରୁଥିବା ନେଇଁ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଅଛି । .ଅଦ୍ୟାବଧି.ତାଙ୍କ ଘର ନିକଟସ୍ଥ ସାନକୁଟୃ ସନ୍ଦିସାଗର ପୋଖରୀ ଖନନ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି । ସନ୍ଦି ସାଗର ପୋଖାରି .ପୂନର୍ରୁଦ୍ଧାର. କରଣରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ସାତ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୫ ଲକ୍ଷ୍ୟ ଟଙ୍କା ଯୋଗାଇ ଦିଆଯାଇଥିବା ଜଣାପଡିଛି । ଶ୍ରୀ ଚନ୍ଦନଙ୍କ ଦବଦବା ଯୋଗୁଁ କାର୍ଯ୍ୟ ସ୍ଥଳରେ କାର୍ଯ୍ୟକର୍ତ୍ତା ,ବିଭାଗୀୟ ଅଧିକାରୀ କାହାରି ଦେଖାଦର୍ଶନ ମିଳୁ ନଥିବା ବେଳେ ଜେସିବି ମେସିନ ଓ ହାଇୱା ସାହାର୍ଯ୍ୟରେ କାର୍ଯ୍ୟ ଆଗେଇ ଚାଲିଛି। ଏପରି ସ୍ଥଳେ ସୂଚନା ଫଳକ ମଧ୍ୟ ନଥିବା ବେଳେ ରାଜନୈତିକ ଦୃଷ୍ଟିକରଣ ଯୋଗୁଁ କରିତ କର୍ମା ବାବୁଙ୍କ ଠାରେ ସାତ ଖୁଣ ମାଫକରି ବିଭାଗ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୟନ କରିଛନ୍ତି । ଗତ କାଲି ରବିବାର ଦିନ ପଶ୍ଚିମ ଓଡିଶା ବିକାଶ ପରିଷଦର ବୈଷୟିକ ସଂଯୋଜକ ସୁନୀଲ କୁମାର ନାଏକ , ପ୍ରକଳ୍ପ ସଂଯୋଜକ ସୁଶାନ୍ତ ଦଳେଇ , ସମେତ କଲମପୁର ବିଡ଼ିଓ ପ୍ରସନ୍ନ କୁମାର ପଟେଲ , କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ଟୁଡୁ , ଲୋଜିସ୍ମିତା ମହାପାତ୍ର ପ୍ରମୁଖ ପୋଖରୀଖନନ ସ୍ଥଳକୁ ପରିଦର୍ଶନ କରିଥିଲେ । କିନ୍ତୁ ଏହି ବେନିୟମ କାମ ପ୍ରତି ଦୃଷ୍ଟି ପଡିପାରି ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିନେଇଁ ବିଡିଓ ଶ୍ରୀ ପଟେଲ ..କନିଷ୍ଠ ଯନ୍ତ୍ରୀ ଶ୍ରୀ ଟୁଡୁ , ଲୋଜିସ୍ମିତା ମହାପାତ୍ର କୋୖଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବା ବେଳେ ସରକାରୀ ଯୋଜନା ର ନିୟମାବଳି ରହିଥିବା ବେଳେ ଯୋଜନା ର ନିୟମା ବଳି କୁ ଫୁ କରି ବେନିୟମ କାର୍ଯ୍ୟ ଚାଲୁଥିବା କୁ ନେଇ ଲୋକେ ପ୍ରଶାସନ ପାଖରେ ବିଶ୍ୱାସ ଭାଜନ ହେବା ମହଙ୍ଗା ପଡିବା ଦେଖିବାକୁ ମିଳୁଛି ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ ।

Related posts

ସଚେତନତା ହିଁ ରୋକିବ ବାଲ୍ୟବିବାହ

Sunil Chandra Nayak

ଜଗତ୍ ଜନନୀ ମା ଗଜଲକ୍ଷ୍ମୀ ପୂଜା ଅବସର ରେ ଜନ ମଂଗଳ ର ଜନ କଲ୍ୟାଣକାରି କାର୍ଯକ୍ରମ

Sunil Chandra Nayak

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!