ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

ଧର୍ମଗଡ:୧୨/୬/୨୨:  ଭାରତୀୟ ଜନତା ପାର୍ଟି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବମୋର୍ଚ୍ଚା ତରଫରୁ ମୋଦି ସରକାର ଙ୍କ ଦ୍ଵିତୀୟ ପାଳି ଶାସନ ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଯୁବ ମୋର୍ଚ୍ଚା ପକ୍ଷ ରୁ ବିକାଶ ତୀର୍ଥ ବାଇକ ରାଲି ଧର୍ମଗଡ ଠାରେ ଆୟୋଜିତ ହୋଇ ଯାଇଛି । ଭାଜପା ଯୁବ ମୋର୍ଚାର ଜିଲ୍ଲା ସଭାପତି ବିଜୟ ଦେବ ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ବାଇକ ରେଲି ଧର୍ମଗଡ ସହର କାଶିବହାଲ ଠାରୁ ବାହାରି ଗୋଡ଼ଭଞ୍ଜା ଗୋଲେଇ ଛକ ପର୍ଯ୍ୟନ୍ତ ଯାଇ ତିନିଛକ କୁ ଆସିଥିଲା । ସେଠାରେଏକ ଯୁବ ସମାବେଶ ରେ ଭାଜପା କଳାହାଣ୍ଡି ଉପସଭାପତି ଲଷ୍ମୀ କାନ୍ତ ବାଗ, ଯୁବ ମୋର୍ଚାର ଜିଲ୍ଲା ଉପସଭାପତି ମଣୀନ୍ଦ୍ର ଭୂଷଣ ପାତ୍ର, କାଉନସିଲର ତଥା ନଗର ସଭାପତି ପ୍ରବୀଣ ପଣ୍ଡା , ନବୀନ ମହାନନ୍ଦ, ଜନ୍ମେଜୟ ନାଏକ , ହେମନ୍ତ ମାଝୀ, ଡମ୍ବରୁଧର ଠାକୁର, ଘନଶ୍ୟାମ ଭାଟି, ଘନଶ୍ୟାମ ଅଗ୍ରୱାଲ, ଜଗବନ୍ଧୁ ମିଶ୍ର, ଚନ୍ଦନ ପାତ୍ର, ଲକ୍ଷ୍ମଣ ମେହେର ଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି ମାନେ ସାମିଲ ହୋଈ ମୋଦି ସରକାର ଙ୍କ ପ୍ରଥମ ପାଳି ର ପାଞ୍ଚ ବର୍ଷ ଏବଂ ଦ୍ଵିତୀୟ ପାଳି ଶାସନ ର ତିନିବର୍ଷ ଏହିପରି ଆଠ ବର୍ଷ ର ଶାସନ କାଳ ରେ ମହିଳା ସଶକ୍ତିକରଣ , ନାରୀ ସୁରକ୍ଷା ଓ ଆତ୍ମ ନିର୍ଭରତା, ଗରିବ ପରିବାର କୁ ଉଜ୍ଵଲା ରୋଷେଇ ଗ୍ୟାସ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସମସ୍ତ କଚ୍ଚା ଘର କୁ ପକ୍କା ଘର ରେ ପରିବର୍ତ୍ତନ, ମୁଦ୍ରା ଲୋନ ଯୋଜନା ରେ ଆର୍ଥିକ ସହାୟତା ଜରିଆରେ ସ୍ବାବଲମ୍ବୀ ଆଦି ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଜୁନାଗଡ଼ ନଗରପାଳ ନୂତନ ଜିଲ୍ଳାପାଳ ଙ୍କୁ ସାକ୍ଷାତ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୃତ୍ୟୁ

Sunil Chandra Nayak

ବିଭିନ୍ନ ସମସ୍ୟାରେ ବୁଡି ରହିଛି ଇଡିଦା ଗୋଲକ ନାରାୟଣ ହାଇସ୍କୁଲ 

Sunil Chandra Nayak

Leave a Comment

error: Content is protected !!