ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦୁଇ ଦିବସୀୟ ସମାରୋହରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଯୋଗଦାନ

ମୟୂରଭଞ୍ଜ- ୨୭/୬/୨୨ (ମସିହା) ମୟୂରଭଂଜ ଜିଲ୍ଲାର କୁସୁମି ବ୍ଲକର ଜୟପୁର ପଞ୍ଚାୟତର ଜାନମଘୁଟୁ ଗାଁ ରେ ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଉଚ୍ଚ ବିଦ୍ୟାଳୟର ଦୁଇ ଦିବସୀୟ ଜୁନ ୨୫/୨୬ତାରିଖ ସୁବର୍ଣ୍ଣ ଜୟନ୍ତୀର ମହାସମାରୋହରେ ଉଦଘାଟନ ଉତ୍ସବରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ‌ ଯୋଗ ଦେଇଥିଲେ । କରୋନା ମହାମାରୀ ଯୋଗୁଁ ୨ଦୁଇଵର୍ଷ ହେଲା ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇ ପାରି ନଥିଲା । ପ୍ରଥମ ଦିବସରରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ମମତା ମହାନ୍ତ ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଦିପ୍ତୀମୟୀ ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଂଜନ ଆଚାର୍ଯ୍ୟ,କୁସୁମି ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେନ୍ଦ୍ର ଦାସ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ରତିକାନ୍ତ ପରୀକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ , ସରପଞ୍ଚ ପିଥ ସୋରେନ, ସୁବର୍ଣ୍ଣ ଜୟନ୍ତୀ କମିଟି ଅଧ୍ୟକ୍ଷ ବିରଞ୍ଚି ମହାନ୍ତ, ସଂପାଦକ ଗୌରହରି ମହାକୁଡ଼ ,ଜନତା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପାତ୍ର , ସମାଜସେବୀ ଭଂଜକିଶୋର ମହାନ୍ତି ପ୍ରମୁଖ ସାମିଲ ହୋଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ଫାଟକ ନିକଟରୁ ଶିକ୍ଷକ, ଛାତ୍ର ଛାତ୍ରୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦ୍ୟାଳୟଭିତରକୁ ପାଛୋଟି ନେଇଥିଲେ ।ପରେ ମୁଖ୍ୟ ଅତିଥି ମମତା ମାଡାମ ବିଦ୍ୟାଳୟ ପରିସରରେ ଶୁଭ ପତକା ଉତ୍ତୋଳନ କରିଥିଲେ । ପରେ ବିଦ୍ୟାଳୟ ସ୍ଥାପନ, ନିର୍ମାଣ ପାଇଁ ତ୍ଯାଗୀ ଦିବଂଗତ ମହାନ ସମାଜସେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସଭା ମଣ୍ଡପକୁ ଯାଇ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଅଧ୍ୟାପକ ଡଃ ଦିଗମ୍ବର ଗିରି ଅତିଥି ପରିଚୟ ସହ ମଂଚର ପରିଚାଳନା କରିଥିଲେ । କମିଟି ତରଫରୁ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିଗଣ କହିଥିଲେ ଶିକ୍ଷା ସମାଜର ପ୍ରଗତିର ବତୀଘର । ଅନ୍ଧାର, କୁସଂସ୍କାର,ଅଜ୍ଞାନରୁ ମୁକ୍ତ କରି ଜୀବନକୁ ଆଲୋକର ମାର୍ଗ ଦେଖାଯାଏ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ, ଅଧ୍ୟବସାୟ, ଜିଜ୍ଞାସା,ଆଗକୁ ବଢିବାର ଇଛାଶକ୍ତି, ଗୁରୁଭକ୍ତି କଲେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଦିପ୍ତୀମୟୀ ନାୟକ କହିଥିଲେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର ମାଗଣା ପୁସ୍ତକ, ବୃତ୍ତି, ମଧ୍ୟାହ୍ନ ଭୋଜନ, ସ୍ମାର୍ଟ କ୍ଲାସ,ଅଭିଜ୍ଞ ଶିକ୍ଷକ/ଶିକ୍ଷୟତ୍ରୀ ନିୟୋଜନ କରିଛନ୍ତି । ତେଣୁ ଛାତ୍ରଛାତ୍ରୀ ସମସ୍ତେ ଶିକ୍ଷାବ୍ରତୀ ହୋଇ ଜୀବନର ଲକ୍ଷ ଦିଗରେ ଆଗକୁ ବଢନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

  ସେହିଭଳି ଦିତୀୟ ଦିନ ଉଦଯାପନ ଦିବସରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିଲେ । ମନ୍ତ୍ରୀ ବାସନ୍ତୀ ମାଡାମକୁ ବିଦ୍ୟାଳୟ ଫାଟକ ପାଖରୁ ମଂଚ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଛୋଟି ନେଇଥିଲେ । ତାଙ୍କ ସହିତ ବରିଷ୍ଠ ବିଜେଡି ନେତା ମହେଶ ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ, ସାମ୍ବାଦିକ ରତିକାନ୍ତ ପରୀକ୍ଷା , ବିକାଶ ମହାନ୍ତ,ଆନିସ ମାନା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପରିପ୍ରେକ୍ଷୀରେ ଏକ ସ୍ମରଣିକା ପତ୍ରିକା’ସ୍ବର୍ଣପ୍ରଭା’ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଶୁଭ ଉନ୍ମୋଚିତ ହୋଇଥିଲା । ମନ୍ତ୍ରୀ ମହୋଦୟା ରାଜ୍ୟ ସରକାର ବିଦ୍ୟାଳୟ ମାନଙ୍କୁ ୫ଟିରେ ରୂପାନ୍ତରିତ କରି ଏକ ଆକର୍ଷଣୀୟ ,ଶୈଖିକ ଓ ବୌଦ୍ଧିକ ,ଉତ୍ତମ ପରିବେଶରେ ପରିଣତ କରିଛନ୍ତି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ,ଇ-ପାଠାଗାର, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ଗୁଣାତ୍ମକ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେଣୁ ଛାତ୍ରଛାତ୍ରୀ/ଅଭିଭାବକ/ଶିକ୍ଷକ ମାନେ ନିଜ ନିଜର ଗୁରୁ ଦାୟିତ୍ବ ନିଭାଇଲେ ଶିକ୍ଷାର ସୋପାନ ଆଗକୁ ବଢିବ । ଅନ୍ୟତମ ଅତିଥି ମହେଶ ହେମ୍ବ୍ରମ କହିଥିଲେ କଠିନ ପରିଶ୍ରମ , ଅଧ୍ୟବସାୟ,ଗୁରୁ ଛାତ୍ର ସଂପର୍କ ହିଁ ଏକ ଭଲ ମଣିଷ ତିଆରି କରେ । ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା । ପୁରାତନ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଅତିଥିର ସ୍ମୃତିକୁ କୋହଭରା କଣ୍ଠରେ ସ୍ମୃତି ଚାରଣ କରିଥିଲେ ।ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରାଥିଲେ । ସେହିଭଳି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ଅତିଥିଗଣ ପୁରଷ୍କୂତ କରିଥିଲେ । ଦୁଇ ଦିନ ଧରି ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ମଂଚକୁ ଉତ୍ସବ ମୁଖର କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଅଧ୍ୟୟନରତ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୫୦୬ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । କମିଟିର ସଦସ୍ୟ ବୃନ୍ଦ ଓ ଶିକ୍ଷକ/ଶିକ୍ଷୟିତ୍ରୀ , କର୍ମଚାରୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ସମଗ୍ର ଜାନମଘୁଟୁ ଅଂଚଳ ଆଜି ଉତ୍ସବ ମୁଖର ଓ ସମସ୍ତୁ୍କ ମନରେ ଆନନ୍ଦ ଓ ଖୁସିର ଆଭା ସୃଷ୍ଟି ହୋଇଥିଲା ।ଦିର୍ଘ ବର୍ଷପରେ ପୁରାତନ ଛାତ୍ର/ଛାତ୍ରଛାତ୍ରୀ ପରସ୍ପରକୁ ଭେଟି ଆଲିଙ୍ଗନ କରି ଆନନ୍ଦରେ ବିଭୋର ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କ୍ଲଷ୍ଟର ସ୍ଥରିୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!