ରୁପ୍ରା, (ମନିସ) : ୭୩ତମ ବନମହୋତ୍ସବ ଉପଲକ୍ଷେ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ଗାଡେବନ୍ଧ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ନେତୃତ୍ୱରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଳପତି ହେମନ୍ତ ସାହୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ପାଣ୍ଡେ, ଶିକ୍ଷକ ଲକ୍ଷ୍ମୀଧର ସାହୁ, ଶିକ୍ଷୟତ୍ରୀ ଉମାକାନ୍ତୀ ନାଗ, ପୂର୍ବ ସରପଞ୍ଚ ଟିକେଶ୍ୱରୀ ମାଝୀ, ୱାର୍ଡ଼ ସଭ୍ଯ ଧନେଶ୍ବର ହରପାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଝିଲି ବାଗ୍ ଙ୍କ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଫରେଷ୍ଟ୍ ଗାର୍ଡ୍ ନିଗମ ସାହୁ ଓ ଫକୀର ବିଶ୍ୱାଳ ସହଯୋଗ କରିଥିଲେ। ନିଜ ପ୍ରତିକ୍ରିୟାରେ ରୁପ୍ରାରୋଡ୍ ଫରେଷ୍ଟର୍ ଶ୍ରୀ ଠାକୁର ବୃକ୍ଷ ରୋପଣ ବାବଦରେ ଆଲୋକପାତ କରିବା ସହିତ ସମସ୍ତେ ସଚେତନ ହେଲେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।
ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ